ଓଡିଶା

odisha

ETV Bharat / sports

ଆଇପିଏଲ 2024: ଅଭ୍ୟାସ ଆରମ୍ଭ କଲେ CSK ଖେଳାଳି - ଆଇପିଏଲ

IPL 2024: ମାର୍ଚ୍ଚ 22 ତାରିଖରୁ ଆରମ୍ଭ ହେବ ଆଇପିଏଲ । ଏହା ପୂର୍ବରୁ ଅଭ୍ୟାସ ଆରମ୍ଭ କଲେ CSK ଖେଳାଳି । ଅଧିକ ପଢନ୍ତୁ

IPL 2024
IPL 2024

By ETV Bharat Odisha Team

Published : Mar 3, 2024, 11:26 AM IST

ନୂଆଦିଲ୍ଲୀ:ଆଉ ମାତ୍ର 19 ଦିନର ଅପେକ୍ଷା । ମାର୍ଚ୍ଚ 22 ତାରିଖରୁ ଆରମ୍ଭ ହେବ ଆଇପିଏଲ ସିଜିନ 17 । ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ହେବ ଛକା ଓ ଚୌକାର ବର୍ଷା । ଦର୍ଶକଙ୍କ କରତାଳି ଓ ହୋହଲ୍ଲାରେ କମ୍ପିବ ଷ୍ଟାଡିୟମ । ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଏହା ପୂର୍ବରୁ CSK ଶିବିରରେ ସାମିଲ ହୋଇନ୍ତି ସମସ୍ତ ଖେଳାଳି । ଶନିବାର ଠାରୁ ଅଭ୍ୟାସ ଆରମ୍ଭ କରିଛନ୍ତି ସିଏସକେର ଖେଳାଳି । ଦ୍ରୁତ ବୋଲର ଦୀପକ ଚହରଙ୍କ ଉପସ୍ଥିତିରେ ଚେନ୍ନାଇ ଟିମ ଅଭ୍ୟାସ ଆରମ୍ଭ କରିଛି ।

ଆଇପିଏଲ 2023ରେ ଟ୍ରଫି ହାତେଇଥିଲା ଚେନ୍ନାଇ ସୁପ କିଙ୍ଗ୍ସ । ଚଳିତ ଥର ମଧ୍ୟଟ୍ରଫି ହାତେଇବା ଲକ୍ଷ୍ୟରେ ରହିବ ଦଳ । ତେଣୁ ଗୋଟିଏ ବି ମ୍ୟାଚ ହାତଛଡା କରିବାକୁ ଚାହେଁନି ଦଳ । ସମସ୍ତ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରହିଛି । ତେଣୁ 20 ଦିନ ପୂର୍ବରୁ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି ଖେଳାଳି । ସିନିୟର ବୋଲର ଦୀପକ ଚହରଙ୍କ ସମେତ ଫାଷ୍ଟ ବୋଲର ସିମରଜିତ ସିଂ, ଅଲରାଉଣ୍ଡର ରାଜବର୍ଦ୍ଧନ ହଙ୍ଗର୍ଗକର, ଫାଷ୍ଟ ବୋଲର ମୁକେଶ ଚୌଧରୀ, ସ୍ପିନର ପ୍ରଶାନ୍ତ ସୋଲାଙ୍କି, ଅଲରାଉଣ୍ଡର ଅଜୟ ମଣ୍ଡଳ ଏବଂ ଓପନର୍ ଋତୁରାଜ ଗାଏକୱାଡ ମଧ୍ୟ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଏଥର IPL ଖେଳିନପାରନ୍ତି ବିରାଟ କୋହଲି: ଗାଭାସ୍କର

CSK ଆଇପିଏଲରେ 5 ଥର ଆଇପିଏଲ୍ ଟ୍ରଫି ହାତେଇଛି । 2010, 2011, 2018, 2021 ଏବଂ 2023 ରେ ଆଇପିଏଲ୍ ବିଜେତା ହୋଇଛି ଚେନ୍ନାଇ । ଅଭ୍ୟାସରେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସାମିଲ ହୋଇନାହାନ୍ତି । ସେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି ଓ୍ବିଡିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଛନ୍ତି । ତେଣୁ ଧୋନିଙ୍କ ଅନୁପସ୍ଥିତିରେ ଦଳ ଅଭ୍ୟାସ ଆରମ୍ଭ କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ଏହାର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଅଭ୍ୟାସ ସମୟରେ ଭିଡିଓ ସେୟାର କରାଯାଇଛି ।

ଚେନ୍ନାଇ ସୁପର କିଙ୍ଗ୍ସ ଦଳ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ), ରବିନ୍ଦ୍ର ଜାଡେଜା, ଡେଭନ କନୱେ, ଋତୁରାଜ ଗାଇଏକୱାଡ, ଦୀପକ ଚହର, ମୋଇନ ଅଲି, ମାଥିଶା ପାଥିରରାଣା, ଅଜିଙ୍କ୍ୟ ରାହାଣେ, ତୁଶାର ଦେଶପାଣ୍ଡେ, ଡେରଲ ମିଚେଲ, ସମୀର ରିଜଭି, ଶାର୍ଦ୍ଦୁଲ ଠାକୁର, ମୁସ୍ତାଫିର ରେହମାନ, ଅବନୀଶ ରାଓ ଅରବାଲି, ରାଜବର୍ଦ୍ଧନ ହାଙ୍ଗରଗେକର, ଶିବମ ଦୁବେ, ଅଜୟ ମଣ୍ଡଳ, ଶେଖ ରସିଦ, ସିମରଜିତ ସିଂ, ପ୍ରଶାନ୍ତ ସୋଲାଙ୍କି, ମହେଶ ତେଖଶାନା, ନିଶାନ୍ତ ସିନ୍ଧୁ, ରଚିନ ରବିନ୍ଦ୍ର, ମୁକେଶ ଚୌଧରୀ, ମିଚେଲ ସାଣ୍ଟନର୍।

ABOUT THE AUTHOR

...view details