କଲୋମ୍ବୋ: ଜୁଲାଇ ଶେଷ ସପ୍ତାହରେ ଶ୍ରୀଲଙ୍କା ଗସ୍ତ କରିବ ଟିମ୍ ଇଣ୍ଡିଆ । ଏହା ପୂର୍ବରୁ ଶ୍ରୀଲଙ୍କାରେ ଗୁଳିମାଡ ହୋଇଛି । ଶ୍ରୀଲଙ୍କା ଅଣ୍ଡର 19 ଟିମ୍ର ପୂର୍ବତନ କ୍ୟାପଟେନ ଧମିକା ନରୋଶାନାଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି । ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି । କାଣ୍ଡା ମଓ୍ବାଥାସ୍ଥିତ ତାଙ୍କ ବାସଭବନରେ କିଛି ଦୁର୍ବୃତ୍ତ ପସି ତାଙ୍କ ପତ୍ନୀ ଓ ପିଲାଙ୍କ ସମ୍ମୁଖରେ ପୂର୍ବତନ କ୍ରିକେଟରଙ୍କୁ ଗୁଳିମାଡ କରିଥିଲେ । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତଙ୍କୁ ବର୍ତ୍ତମାନ ସୁଦ୍ଧା ପୋଲିସ ଧିରବାରେ ସଫଳ ହୋଇ ନାହିଁ । କେଉଁ କାରଣରୁ ଧମିକାଙ୍କୁ ହତ୍ୟା କରାଗଲା ସେନେଇ ଯାଞ୍ଚ କରୁଛି ପୋଲିସ ।
ଭୟଭିତ ଭାରତୀୟ ଖେଳାଳି !:ଶ୍ରୀଲଙ୍କାରେ କ୍ରିକେଟରଙ୍କୁ ଗୁଳିକାଣ୍ଡ ଖବର ସାମ୍ନାକୁ ଆସିବା ପରେ ଭୟଭିତ ଭାରତୀୟ କ୍ରିକେଟର । ଆଗକୁ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ସହିତ ତିନି ଟିକିଆ ଟି 20 ଓ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛି । ଚଳିତ ମାସ ଶେଷ ସପ୍ତାହରେ ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ଭାରତୀୟ ଖେଳାଳି ଶ୍ରୀଲଙ୍କା ଗସ୍ତ କରିବେ । ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ପୂର୍ବତନ କ୍ରିକେଟରଙ୍କୁ ଗୁଳିମାଡ କରାଯାଇ ହତ୍ୟା କରାଯାଇଛି । ଏହି ଖବର ଶୁଣିବା ପରେ ଭାରତୀୟ କ୍ରିକେଟରଙ୍କ ମନରେ ଛନକା ପସିଛି । ତେଣୁ ଟିମ୍ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ସମୟରେ ସୁରକ୍ଷା ଉପରେ ଅଧିକ ଦୃଷ୍ଟି ଦିଆଯିବ ।