ଓଡିଶା

odisha

ETV Bharat / sports

ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନ; ପଦକ ବିଜୟରେ ସର୍ବକାଳୀନ ରେକର୍ଡ, ଜାଣନ୍ତୁ କେତେ ପଦକ ଜିତିଥିଲା ଇଣ୍ଡିଆ, କିଏ ଜିତିଥିଲା ସ୍ବର୍ଣ୍ଣ ? - paris olympics 2024 - PARIS OLYMPICS 2024

Tokyo Olympics 2021: ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ ଅଲିମ୍ପିକ୍ସ । ଜାଣିନ୍ତୁ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନ କିପରି ରହିଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : Jul 16, 2024, 1:35 PM IST

Updated : Jul 16, 2024, 2:21 PM IST

ହାଇଦ୍ରାବାଦ: ବିଶ୍ବ କ୍ରୀଡାର ମହାକୁମ୍ଭ ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ କ୍ରୀଡାବିତଙ୍କ ଠାରୁ ଆରମ୍ଭ କରି କ୍ରୀଡାପ୍ରେମୀ ସମସ୍ତେ ଉତ୍ସାହିତ । 2021ରେ ଆୟୋଜନ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଚମକିଥିଲେ ଭାରତୀୟ ଖେଳାଳି । ଏଥିରେ ଭାରତୀୟ ଆଥଲେଟ୍‌ଙ୍କ ଐତିହାସିକ ପ୍ରଦର୍ଶନ ଦେଶବାସୀଙ୍କ ମନଜିଣିନେଥିଲା । ଏହି ସଂସ୍କରଣରେ ଭାରତ ସର୍ବକାଳୀନ ସର୍ବାଧିକ 7ଟି ପଦକ ଜିତିଥିଲା । ଏହାମଧ୍ୟରେ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ 4 ଟି କାଂସ୍ୟ ପଦକ ସାମିଲ ରହିଥିଲା । ଅଲିମ୍ପିକ୍ସ ପ୍ରତିଯୋଗିତାରେ ସବୁଠାରୁ ଚର୍ଚ୍ଚାରେ ଥିଲେ ନୀରଜ ଚୋପ୍ରା । ଭାରତର ଏକମାତ୍ର ଖେଳାଳି ଭାବେ ସେ ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଆସନ୍ତା 26 ତାରିଖରୁ ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଥିବା ବେଳେ ଭାରତୀୟ କ୍ରୀଡାବିତ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି ।

OLYMPICS (ETV BHARAT ODISHA)

ଟୋକିଓରେ 7 ପଦକ ଜିତିଥିଲା ଭାରତ:ଟୋକିଓ ଅଲମ୍ପିକ୍ସରେ ଭାରତ 7ଟି ପଦକ ଜିତିଥିଲା । ପୂର୍ବ ଅଲିମ୍ପିକ୍ସ ଠାରୁ ସର୍ବାଧିକ ପଦକ ରହିଥିଲା । ନଜର ପକାନ୍ତୁ କେଉଁ ଖେଳାଳି କେଉଁ ପଦକ ଜିତିଥିଲେ ...

ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନ
ଖେଳାଳି ପଦକ କ୍ରୀଡା
ନୀରଜ ଚୋପ୍ରା ଗୋଲ୍ଡ ପୁରୁଷ ଜାଭେଲିନ୍ ଥ୍ରୋ
ମୀରାବାଇ ଚାନୁ ସିଲଭର ମହିଳା 49 କେଜି ଭାରଉତ୍ତୋଳନ
ପିଭି ସିନ୍ଧୁ ବ୍ରୋଞ୍ଜ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍
ବଜରଙ୍ଗ ପୁନିଆ ବ୍ରୋଞ୍ଜ ପୁରୁଷ ରେସଲିଂ -ଫ୍ରିଷ୍ଟାଇଲ୍ 65 କେଜି
ଲଭଲିନା ବ୍ରୋଞ୍ଜ ବକ୍ସିଂ
ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ହକି
ରବି କୁମାର ଡାହିଆ ସିଲଭର ପୁରୁଷ ରେସଲିଂ -ଫ୍ରିଷ୍ଟାଇଲ୍ 57 କେଜି

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ଅଲିମ୍ପିକ୍ସ; ଜାଣନ୍ତୁ ସର୍ବକନିଷ୍ଠ ଓ ବୟୋଜ୍ୟେଷ୍ଠ ଖେଳାଳି କିଏ ? - Paris Olympics 2024

OLYMPICS (ETV BHARAT ODISHA)

ଏକ ମାତ୍ର ଖେଳାଳି ଭାବେ ସ୍ବର୍ଣ୍ଣ ଜିତିଥିଲେ ନୀରଜ: ଅଲମ୍ପିକ୍‌ ପ୍ରତିଯୋଗିତାରେ ଭାରତର ପ୍ରଦର୍ଶନର ମୁଖ୍ୟାଂଶରେ ଜାଭେଲିନ ଥ୍ରୋରେ ନୀରଜ ଚୋପ୍ରା ଦେଶ ପାଇଁ ଏକମାତ୍ର ଖେଳାଳି ଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । 87.58 ମିଟର ଜାଭେଲିନ ଥ୍ରୋ କରି ସେ ପଦକ ବିଜୟ ସହ ପୋଡିୟମର ଶୀର୍ଷରେ ରହିଥିଲେ । ଅଲିମ୍ପିକ୍ସ ଇତିହାସରେ ଅଭିନବ ବିନ୍ଦ୍ରାଙ୍କ ପରେ ଦ୍ବିତୀୟ ଖେଳାଳି ଭାବେ ବ୍ୟକ୍ତିଗତ ଅଲମ୍ପିକ୍‌ସ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ ନୀରଜ ।

OLYMPICS (ETV BHARAT ODISHA)

41 ବର୍ଷ ପରେ ପଦକ ଜିତଥିଲା ଭାରତୀୟ ପୁରୁଷ ହକି ଟିମ:ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ କାଂସ୍ୟ ପଦକ ଜିତିଥିଲା । ଦୀର୍ଘ 41 ବର୍ଷ ପରେ ଭାରତୀୟ ଟିମ୍‌ ଅଲିମ୍ପିକ୍ସରେ ପଦକ ହାସଲ କରିବାରେ ସଫଳ ହୋଇଥିଲା । ମନପ୍ରୀତ ସିଂହଙ୍କ ନେତୃତ୍ବରେ ଅଲମ୍ପିକ୍‌ ହକି ପ୍ରତିଯୋଗିତାର ପୁଲ୍‌ Aରେ ଥିବା ଟିମ ଇଣ୍ଡିଆ 5ଟି ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରୁ 4ଟି ବିଜୟ ସହି ଦ୍ବିତୀୟରେ ରହିଥିଲା । ପରେ କ୍ବାର୍ଟର-ଫାଇନାଲରେ ଗ୍ରେଟ୍‌ ବ୍ରିଟେନକୁ3-1ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲ। ମାତ୍ର ବେଲଜିୟମ ଠାରୁ 5-2 ଗୋଲ୍‌ରେ ସେମିଫାଇନାଲରେ ପରାସ୍ତ ହୋଇଥିଲା । ପରେ ଜର୍ମାନୀଙ୍କୁ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ 5-4 ଗୋଲ୍‌ରେ ହରାଇ ପଦକ ହାତେଇଥିଲା ଭାରତ ।

ଟୋକିଓ ଅଲିମ୍ପିକ୍‌ 2020 କୋରୋନା ସ୍ଥଗିତ ହେବା ପରେ 2021ରେ ଆୟୋଜନ କରାଯାଇଥିଲା । 200ରୁ ଅଧିକ ଦେଶର ପ୍ରାୟ 11 ହଜାର ଆଥଲେଟ୍‌ ଏହି ମେଗା ଅଲମ୍ପିକ୍‌ ଇଭେଣ୍ଟରେ ନିଜ ଦେଶକୁ ପ୍ରତିନିଧିତ୍ବ କରିଥିଲେ । ବିଶ୍ବର ଶ୍ରେଷ୍ଠ କ୍ରୀଡାବିତ୍‌ଙ୍କ ମଧ୍ୟରେ 33ଟି ଭିନ୍ନ କ୍ରୀଡା ପ୍ରତିଯୋଗିତାର ସାକ୍ଷୀ ପାଟଲିଥିଲା ଜାପାନ । ଭାରତକୁ 100ରୁ ଉର୍ଦ୍ଧ୍ବ କ୍ରୀଡାବିତ ପ୍ରତିନିଦିତ୍ବ କରିଥିଲେ ।

Last Updated : Jul 16, 2024, 2:21 PM IST

ABOUT THE AUTHOR

...view details