ଓଡିଶା

odisha

ETV Bharat / sports

ଖେଳ ମଝିରେ ଅନ୍ଧକାର ହୋଇଗଲା ଷ୍ଟାଡିୟମ, ଅଧ ଘଣ୍ଟା ଧରି ଖେଳ ବନ୍ଦ - IND VS ENG 2ND ODI

ବାରବାଟୀ ଦିନିକିଆ, ପଡିଆରେ ଫ୍ଲଡ ଲାଇଟରେ ସମସ୍ୟା ଯୋଗୁ ଖେଳ ବାଧାପ୍ରାପ୍ତ

Ind vs Eng 2nd ODI
Ind vs Eng 2nd ODI (ETV Bharat Odisha)

By ETV Bharat Odisha Team

Published : Feb 9, 2025, 6:56 PM IST

କଟକ: ବାରବାଟୀରେ ବାଧା ସାଜିଲା ଫ୍ଲଡ ଲାଇଟ । ଆଜି(ରବିବାର) କଟକ ବାରବାଟୀ ଷ୍ଟାଡିୟମରେ ଭାରତ- ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ ସମୟରେ ଫିଲ୍ଡରେ ଫ୍ଲଡ ଲାଇଟରେ ସମସ୍ୟା ଦେଖିବାକୁ ମିଳିଛି । ଓପନର ଭାବେ କ୍ୟାପଟେନ ରୋହିତ ଶର୍ମା ଓ ଶୁଭମନ ଗିଲ ବ୍ୟାଟିଂ କରୁଥିବା ସମୟରେ ଏହି ସମସ୍ୟା ଦେଖିବାକୁ ମିଳିଛି । ଯେଉଁଥିପାଇଁ ମ୍ୟାଚକୁ ୩୦ ମିନିଟ୍ ସ୍ଥଗିତ ରଖିବାକୁ ପଡିଛି ।

ଲାଇଟ ସମସ୍ୟା, ଷ୍ଟାଡିୟମ ଅନ୍ଧାର:

ଖେଳ ମଝିରେ ଅନ୍ଧକାର ହୋଇଗଲା ଷ୍ଟାଡିୟମ (ETV Bharat Odisha)

ବାରବାଟୀ ଷ୍ଟାଡିୟମରେ ଫ୍ଲଡ ଲାଇନ ସମସ୍ୟା । କିଛି ସମୟ ପାଇଁ ଅନ୍ଧାର ହୋଇଗଲା ଷ୍ଟାଡିୟମ । ଲାଇଟ ବନ୍ଦ ହୋଇଯିବାରୁ ଖେଳ ବାଧାପ୍ରାପ୍ତ ଘଟିଛି । ଅନ୍ୟପଟେ ଏହାକୁ ନେଇ ପଡିଆରେ କ୍ୟାପଟେନ ରୋହିତ ଶର୍ମା ବିରକ୍ତ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା ।

Barabati stadium (ETV Bharat Odisha)

ଖେଳ ସାମୟିକ ସମୟ ପାଇଁ ସ୍ଥଗିତ:

ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚର ପ୍ରଥମ ଇନିଂସରେ ଇଂଲଣ୍ଡ ୩୦୪ ରନ କରି ଭାରତକୁ ୩୦୫ ରନ ବିଜୟ ଲକ୍ଷ୍ୟ ଦେଇଥିଲେ । ଦ୍ୱିତୀୟ ଇନିଂସରେ ଭାରତର ଓପନର ଭାବେ କ୍ୟାପଟେନ ରୋହିତ ଶର୍ମା ଓ ଶୁଭମନ ଗିଲ ଖେଳ ଆରମ୍ଭ କରିଥିଲେ । ତେବେ ୬ ଓଭର ଆରମ୍ଭ ହେଉଥିବା ବେଳେ ହଠାତ ଷ୍ଟାଡିୟମର ଫ୍ଲଡ ଲାଇଟ ବନ୍ଦ ହୋଇଯାଇଥିଲା । ଯେଉଁଥିପାଇଁ ଖେଳକୁ ସ୍ଥଗିତ ରଖିବାକୁ ପଡିଥିଲା ।

ଏହାମଧ୍ୟ ପଢନ୍ତୁ...

ଭାରତ ଆଗରେ ୩୦୫ ରନର ଟାର୍ଗେଟ, ସର୍ବାଧିକ ୱିକେଟ ନେଲେ ଜାଡେଜା - IND VS ENG 2ND ODI

ଭାରତୀୟ ଖେଳାଳି ଖେଳୁଥିବା ବେଳେ ବାଧା ସାଜିଲା ଫ୍ଲଡ ଲାଇଟ:

Barabati stadium (ETV Bharat Odisha)

ଫ୍ଲଡ ଲାଇଟରେ ସମସ୍ୟା ଦେଖାଯିବା ପରେ ରୋହିତ ଶର୍ମା କିଛି ସମୟ ପାଇଁ ପଡିଆରେ ଅମ୍ପାୟାରଙ୍କ ସହ କିଛି ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ପଡିଆରେ ସେମାନଙ୍କ କଥାବାର୍ତ୍ତା ବା ଅଙ୍ଗଭଙ୍ଗୀରୁ ରୋହିତ ଶର୍ମା ଖେଳକୁ ଚାଲୁ ରଖିବା ପାଇଁ ଚାହୁଁଥିବା ଅନୁମାନ କରାଯାଉଥିବା ବେଳେ ଇଂଲଣ୍ଡ ଖେଳାଳି କିନ୍ତୁ ଏଥିରେ ରାଜି ହୋଇନଥିଲେ । କିଛି ସମୟର ଆଲୋଚନା ପରେ ଉଭୟ ଟିମର ଖେଳାଳି ପଡିଆରୁ ଫେରି ଯାଇଥିଲେ । ପାଖାପାଖି ୩୦ ମିନିଟ ଖେଳ ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଛି ।

Barabati stadium (ETV Bharat Odisha)

ABOUT THE AUTHOR

...view details