ହାଇଦ୍ରାବାଦ:ଭାରତୀୟ ଦଳର ପୂ୍ର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ପୂର୍ବତନ ସ୍ପିନର ହରଭଜନ ସିଂହ । ସେ ଧୋନିଙ୍କ ସହ କଥା ହୁଅନ୍ତି ନାହିଁ ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି । ଧୋନିଙ୍କ ସହ ତାଙ୍କର କୌଣସି ମନମାଳିନ୍ୟ ନାହିଁ , କିନ୍ତୁ ବର୍ତ୍ତମାନ ସେ ପୂର୍ବତନ ଅଧିନାୟକଙ୍କ ବନ୍ଧୁ ନୁହନ୍ତି ବୋଲି କହିଛନ୍ତି । ହରଭଜନଙ୍କ ଏପରି ବୟାନ କ୍ରିକେଟ ଫ୍ୟାନ୍ସଙ୍କୁ ଚମକାଇ ଦେଇଛି ।
ହରଭଜନ ଏବେ ଧୋନିଙ୍କ ବନ୍ଧୁ ନୁହନ୍ତି !
ନିକଟରେ ଏକ ସାକ୍ଷାତକାରରେ ହରଭଜନ ପ୍ରକାଶ କରିଛନ୍ତି, ''ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ବର୍ତ୍ତମାନ ସେ ଧୋନିଙ୍କ ସହ କଥାବାର୍ତ୍ତା କରୁନାହାନ୍ତି । ଯେତେବେଳେ ସେ CSK ରେ ଖେଳିଲେ ଆମେ ସେତେବେଳେ କଥା ହୋଇଥିଲୁ, କିନ୍ତୁ ଏହା ବ୍ୟତୀତ ଆମେ କଥାବାର୍ତ୍ତା କେବେ ହେଉନାହିଁ । 10 ବର୍ଷରୁ ଅଧିକ ସମୟ ହୋଇଗଲାଣି, ମୋର କୌଣସି କାରଣ ନାହିଁ, ବୋଧହୁଏ ତାଙ୍କର କୌଣସି କାରଣ ଥିବ । ଯେତେବେଳେ ଆମେ ଆଇପିଏଲରେ CSK ରେ ଖେଳୁଥିଲୁ, ଆମେ କଥା ହେଉଥିଲୁ, ଏବଂ ତାହା ସେତିକିରେ ସିମିତ ଥିଲା । ସେ ମୋ ରୁମକୁ ଆସନ୍ତି ନାହିଁ କି ମୁଁ ମଧ୍ୟ ଯାଏ ନାହିଁ । ''
ଏହା ମଧ୍ୟ ପଢନ୍ତୁ-PCBକୁ BCCIର କଡା ଜବାବ, ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମଡେଲକୁ ନେଇ ICCକୁ ଉତ୍ତର ଦେଲା ଭାରତ
ଏହା ମଧ୍ୟ ପଢନ୍ତୁ-ମ୍ୟାଚ୍ ଫିକ୍ସଂରେ ବନ୍ଧା ହେଲେ ଏହି ବୋଲର, ସଚିନ-କୋହଲିଙ୍କୁ ଆଉଟ କରିଥିଲେ, କ୍ରିକେଟ ଜଗତ ସ୍ତବ୍ଧ