ଓଡିଶା

odisha

ETV Bharat / sports

ଟିମ ଇଣ୍ଡିଆର ମୁଖ୍ୟ କୋଚ ପଦବୀ; ଆଜି ଇଣ୍ଟରଭ୍ୟୁ ଦେବେ ଗମ୍ଭୀର - GAUTAM GAMBHIR INTERVIEW - GAUTAM GAMBHIR INTERVIEW

TEAM INDIA COACH: ଖୁବଶୀଘ୍ର ଭାରତୀୟ ଦଳକୁ ମିଳିବ ନୂଆ ମୁଖ୍ୟ କୋଚ । ଆଜି ଗୌତମ ଗମ୍ଭୀର ଦେବେ ସାକ୍ଷାତକାର । ଅଧିକ ପଢନ୍ତୁ

TEAM INDIA COACH
TEAM INDIA COACH (ETV BHARAT ODISHA)

By ETV Bharat Odisha Team

Published : Jun 18, 2024, 12:14 PM IST

ନୂଆଦିଲ୍ଲୀ:ଟିମ ଇଣ୍ଡିଆର ମୁଖ୍ୟ କୋଚ ପଦବୀ ନେଇ ଆଜି ସାକ୍ଷାତାର ଦେବେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଜୁମ୍ ମାଧ୍ୟମରେ କ୍ରିକେଟ୍ ଆଡଭାଇଜର କମିଟି (CAC) ସହ ସାକ୍ଷାତକାର ପାଇଁ ଦିନ 12ଟା ଧାର୍ଯ୍ୟ ହୋଇଛି । ଭାରତୀୟ ଦଳର କୋଚ ପଦବୀ ପାଇଁ ଗମ୍ଭୀରଙ୍କୁ ବିସିସିଆଇ ପକ୍ଷରୁ ପ୍ରସ୍ତାବ ଦିଆୟାଇଥିଲା । ଏହାପରେ ରାହୁଲଙ୍କ ପରେ ସେ ପରବର୍ତ୍ତୀ କୋଚ ହେବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ପଦବୀ ପାଇଁ ଆବେଦନ କରିଥିଲେ ନା ନାହିଁ ତାହା ସ୍ପଷ୍ଟ ହୋଇନଥିଲା ।

ଟିମ ଇଣ୍ଡିଆ କୋଚ ପଦବୀ ନେଇ ଗମ୍ଭୀରଙ୍କ ନା ଚର୍ଚ୍ଚା ହେବା ପରେ ଏନେଇ ସେ ମୁହଁ ଖୋଲିଥିଲେ । ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବାକୁ ସେ ପସନ୍ଦ କରିବେ ବୋଲି କହିଥିଲେ । ଜାତୀୟ ଦଳରେ ପ୍ରଶିକ୍ଷଣ ଦେବା ଠାରୁ ବଡ ସମ୍ମାନ ଆଉ କିଛି ନାହିଁ । ଯେତେବେଳେ ଆପଣ ଭାରତର ପ୍ରତିନିଧିତ୍ୱ କରୁଛନ୍ତି, ସେତେବେଳେ ଏହା ଠାରୁ ଆଉ କିଛି ବଡ ନାହିଁ ବୋଲି ଗମ୍ଭୀର କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଟିମ୍‌ ଇଣ୍ଡିଆ ହେଡ୍ କୋଚ ନେଇ ପ୍ରଥମ ଥର ମୁହଁ ଖୋଲିଲେ ଗମ୍ଭୀର - Gautam Gambhir

ଜଣେ ଚୟନକର୍ତ୍ତା ପାଇଁ ସିଏସି ଦ୍ବାରା ସାକ୍ଷାତାକାର ମଧ୍ୟ କରାଯିବ । ଯିଏ ସାଲିଲ ଆଙ୍କୋଲାଙ୍କ ସ୍ଥାନ ନେବେ । ଅଙ୍କୋଲା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଉଭୟ ପଶ୍ଚିମ ଜୋନର, ତେଣୁ ନୂତନ ଚୟନକର୍ତ୍ତା ଉତ୍ତର ଜୋନରୁ ହେବାର ସମ୍ଭାବନା ଅଛି । ଗତ ବର୍ଷ ଜୁଲାଇରେ ଅଗରକରଙ୍କୁ ନିଯୁକ୍ତି ଦିଆଯାଇଥିଲା ସେ ଚେତନ ଶର୍ମାଙ୍କ ସ୍ଥାନ ନେଇଥିଲେ । ଅଗରକର ଦାୟିତ୍ୱ ଗ୍ରହଣ କଲାବେଳେ ଆଙ୍କୋଲା ପୂର୍ବରୁ ଏକ ଚୟନକର୍ତ୍ତା ଥିଲେ ।

ଟି-20 ବିଶ୍ବକପ ସରିବା ପରେ ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବେ ରାହୁଲଙ୍କ କାର୍ଯ୍ୟକାଳ ଶେଷ ହେବ । ତେଣୁ ଏହା ପୂର୍ବରୁ ନୂଆ କୋଚକୁ ବିସିସିଆଇ ପକ୍ଷରୁ ନିଯୁକ୍ତ କରାଯିବ । ମେ 13 ତାରିଖରେ ବିସିସିଆଇ ଗୁଗୁଲ୍ ଫର୍ମରେ ଚାକିରି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିଲା । ବିସିସିଆଇ ପକ୍ଷରୁ 3000 ଦରଖାସ୍ତ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ନକଲି ଆବେଦନକାରୀ ମଧ୍ୟ ରହିଥିଲା ।

ABOUT THE AUTHOR

...view details