ଓଡିଶା

odisha

ETV Bharat / sports

ବର୍ଡର ଗାଭାସ୍କର ଟ୍ରଫି, ଇଣ୍ଡିଆ A-ଅଷ୍ଟ୍ରେଲିଆ A ମ୍ୟାଚ ସୂଚୀ ଜାରି - BORDER GAVASKAR TROPHY

BORDER GAVASKAR TROPHY: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ ଏ ଏବଂ ଅଷ୍ଟ୍ରେଲିଆ ଏ ମ୍ୟାଚର ସୂଚୀ ଜାରି କଲା କ୍ରିକେଟ୍ ଅଷ୍ଟ୍ରେଲିଆ । ଅକ୍ଟୋବରରେ ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଏହି ସିରିଜ୍ ଖେଳାଯିବ ।

By ETV Bharat Odisha Team

Published : May 28, 2024, 3:25 PM IST

BORDER GAVASKAR TROPHY
BORDER GAVASKAR TROPHY (ETV BHARAT)

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସର ଶେଷ ଆଡକୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଖେଳାଯିବ । ଦୁଇ ଦଳ ମଧ୍ୟରେ 5ଟି ଟେଷ୍ଟ ମ୍ୟାଚ ଖେଳାଯିବ । ଖେଳର କାର୍ଯ୍ୟସୂଚୀ ପୂର୍ବରୁ ଅଷ୍ଟ୍ରେଲିଆ ଘୋଷଣା କରିସାରିଛି । ଏହାପୂର୍ବରୁ ଇଣ୍ଡିଆ ଏ ଏବଂ ଅଷ୍ଟ୍ରେଲିଆ ଏ ମଧ୍ୟରେ ମ୍ୟାଚ୍ ମଧ୍ୟ ଖେଳାଯିବ । ଯାହାର କାର୍ଯ୍ୟସୂଚୀ ଏବଂ ଭେନ୍ୟୁ କ୍ରିକେଟ୍ ଅଷ୍ଟ୍ରେଲିଆ ଦ୍ୱାରା ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- T-20 ବିଶ୍ବକପ: ଜୁନ 9ରେ ଭାରତ-ପାକିସ୍ତାନ ମ୍ୟାଚ, ଟିକେଟ ଦର ଶୁଣିଲେ ଉଡିଯିବ ହୋସ

ଭାରତୀୟ ଟିମର ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ମ୍ୟାଚ ତାରିଖ ଓ ସ୍ଥାନ ଘୋଷଣା କରିଛି କ୍ରିକେଟ୍ ଅଷ୍ଟ୍ରେଲିଆ । ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆ-ଏ ଏବଂ ଇଣ୍ଡିଆ-ଏ ମଧ୍ୟରେ ଦୁଇଟି 4 ଦିନିଆ ମ୍ୟାଚ୍ ଖେଳାଯିବ । ଯେଉଁଥିରେ ଭାରତୀୟ ଟେଷ୍ଟ ଦଳର ଖେଳାଳି ଏବଂ ଇଣ୍ଡିଆ ଏ ଖେଳାଳି ଅନ୍ତର୍ଭୁକ୍ତ ହେବେ । ପ୍ରଥମ ମ୍ୟାଚ୍ ମାକେରେ 31 ଅକ୍ଟୋବରରୁ 3 ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ 7ରୁ 10 ନଭେମ୍ବର ପର୍ଯ୍ୟନ୍ତ ଗ୍ରେଟ୍ ବ୍ୟାରେଜ୍ ରିଫ୍ ଆରେନାରେ ଖେଳାଯିବ ।

ଏହା ମଧ୍ୟ ପଢନ୍ତୁ-ଟିମ ଇଣ୍ଡିଆ କୋଚ ପାଇଁ ଆବେଦନ କରିଛନ୍ତି ମୋଦି-ଶାହ ! - INDIA CRICKET TEAM HEAD COACH

ଏଥିସହ ଅଷ୍ଟ୍ରେଲିଆ ମହିଳା ଦଳ ଡିସେମ୍ବରରେ ଭାରତ ସହ ତିନୋଟି ଦିନିକିଆ ମ୍ୟାଚ ଖେଳିବ। CAର ମୁଖ୍ୟ କ୍ରିକେଟ୍ ଅପରେସନ୍ ଏବଂ ସିଡ୍ୟୁଲ୍ ପିଟର ରୋଚ୍ କହିଛନ୍ତି, 'ଚଳିତ ବର୍ଷ ପାଞ୍ଚଟି ବର୍ଡର ଗାଭାସ୍କର ଟ୍ରଫି ମ୍ୟାଚ୍‌ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। 30 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପାଞ୍ଚ ଟେଷ୍ଟ ସିରିଜ୍ ଖେଳାଯିବ । ମହିଳା ଦିନିକିଆ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଏ ବନାମ ଇଣ୍ଡିଆ ଏ ଦଳ ମଧ୍ୟରେ ମ୍ୟାଚ ଖେଳାଯିବ ।

ଏହା ମଧ୍ୟ ପଢନ୍ତୁ- T-20 ବିଶ୍ୱକପ, ନ୍ୟୁୟର୍କରେ ପହଞ୍ଚିଲା ଟିମ ଇଣ୍ଡିଆ

ଅଷ୍ଟ୍ରେଲିଆ ଏ ବନାମ ଇଣ୍ଡିଆ ଏ ସିରିଜ୍

ପ୍ରଥମ- ଅକ୍ଟୋବର 31ରୁ ନଭେମ୍ବର 3 ( ଗ୍ରେଟ୍ ବାରିର ରିଫ୍ ଆରେନା, ମାକେ )

ଦ୍ବିତୀୟ- ନଭେମ୍ବର 7ରୁ10 ( MCG, ମେଲବର୍ଣ୍ଣ)

ବର୍ଡର ଗାଭାସ୍କର ଟ୍ରଫି :

ପ୍ରଥମ ସିରିଜ: ନଭେମ୍ବର 22-26 (ପର୍ଥ ଷ୍ଟାଡିୟମ୍)

ଦ୍ବିତୀଯ ସିରିଜ: ଡିସେମ୍ବର 6-10(ଆଡିଲେଡ୍ ଓଭାଲ୍)

ତୃତୀୟ ସିରିଜ:ସେମ୍ବର 14-18 (ବ୍ରିସବେନ୍)

ଚତୁର୍ଥ ସିରିଜ:ଡିସେମ୍ବର 26-30(MCG, ମେଲବର୍ଣ୍ଣ)

ପଞ୍ଚମ ସିରିଜ: ଜାନୁଆରୀ 3-7 (SCG, ସିଡନୀ)

ABOUT THE AUTHOR

...view details