ETV Bharat / sports

ବର୍ଷାରେ ଧୋଇଗଲା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟର ପ୍ରଥମ ଦିନ, ଦ୍ୱିତୀୟ ଦିନ ଖେଳ ସମ୍ଭାବନା କମ, ଫ୍ୟାନ୍ସ ନିରାଶ

ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଖେଳ ଗୋଟିଏ ବଲରେ ନ ପଡି ଶେଷ ହୋଇଛି ।

author img

By ETV Bharat Odisha Team

Published : 3 hours ago

INDIA VS NEW ZEALAND TEST
INDIA VS NEW ZEALAND TEST (IANS)

ହାଇଦ୍ରାବାଦ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ସ୍ଥିତ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବୁଧବାରଠୁ ଆରମ୍ଭ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ପ୍ରଥମ ଦିବସ ବିନା ଗୋଟିଏ ବଲ ପଡି ବାତିଲ ହୋଇଛି । ଆଜି ଖେଳ ଆରମ୍ଭ ହୋଇ ପାରି ନାହିଁ । ବର୍ଷା ପାଇଁ ଆଜିର ଦିନ ଧୋଇଯାଇଛି ।

ଆଜି ଦିନ 2.34 ମିନିଟ ସମୟରେ ପ୍ରଥମ ଦିନର ଖେଳ ବାତିଲ ହୋଇଥିଲା । ପ୍ରବଳ ବର୍ଷା ପାଇଁ ଆଜି ଗୋଟିଏ ବି ବଲ ପଡି ପାରିନାହିଁ । ଦିନ 2ଟା ସମୟରେ ମ୍ୟାଚ ଅଫିସିଆଲ ପିଚ ଅନ୍ବେଷଣ ପାଇଁ ଆସି ପ୍ରଥମ ଦିନର ଖେଳ ବାତିଲ କରିଥିଲେ ।

ଦିନର ଆରମ୍ଭରେ ଟସ୍ ବିଳମ୍ବ ହୋଇଥିଲା । ନିର୍ଦ୍ଧାରିତ ସମୟ 9ଟା ସମୟରେ ଟସ୍ ହୋଇ ପାରି ନଥିଲା । ଆଜି ସକାଳୁ ସହରରେ ପ୍ରବଳ ବର୍ଷା ଲାଗିରହିଥିଲା ସେହି କାରଣରୁ ଟସ୍ ମଧ୍ୟ ବିଳମ୍ଭ ହୋଇଥିଲା । ତେବେ ଖରାପ ପାଗ ସତ୍ତ୍ବେ ପଡିଆରେ ଖେଳ ଦେଖିବାକୁ ଫ୍ୟାନ୍ସଙ୍କ ଭିଡ ଜମିଥିଲା । ତେବେ ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ ଜସଶ୍ବୀ ଜୟଶ୍ବାଲଙ୍କ ଇନଡୋର୍ ବ୍ୟାଟିଂ ଦେଖିଥିଲେ ଫ୍ୟାନ୍ସ । ସହାୟକ କୋଚ ଅଭିଷେକ ନାୟରଙ୍କ ସହିତ ନେଟ୍ ସେସନରେ ବ୍ୟାଟିଂ କରିଥିଲେ ବିରାଟ କୋହଲି ।

ଏହା ବି ପଢନ୍ତୁ- ନ୍ୟୁଜିଲାଣ୍ଡ ଟେଷ୍ଟ ପାଇଁ ଭାରତୀୟ ଦଳ, ବୁମରା ଉପ ଅଧିନାୟକ

ଏହା ବି ପଢନ୍ତୁ-ବର୍ଡର-ଗାଭାସ୍କର ଟ୍ରଫି ଖେଳିବେନି ରୋହିତ ଶର୍ମା ! ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା

ତେବେ ଆସନ୍ତା କାଲି ମ୍ୟାଚର ଦ୍ବିତୀୟ ଦିନ ମଧ୍ୟ ବର୍ଷାରେ ଧୋଇଯିବା ସମ୍ଭାବନା ରହିଛି । କାରଣ ଆସନ୍ତାକାଲି (ଗୁରୁବାର) ପାଇଁ ବର୍ଷା ସମ୍ଭାବନା ନେଇ ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗୁରୁବାର ମଧ୍ୟାହ୍ନ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ରହିଛି ।

ତେବେ ମଙ୍ଗଳବାର ମଧ୍ୟ ବର୍ଷା ପାଇଁ ଦୁଇ ଦଳର ନେଟ୍ ସେସନ୍ ବାତିଲ ହୋଇଥିଲା । ଆସନ୍ତା କାଲି 8.45 ଲେ ଟସ୍ ଏବଂ 9.15ରେ ଖେଳ ହେବା ପାଇଁ ସମୟ ନିର୍ଦ୍ଧାରଣ ହୋଇଛି ।

ଭାରତୀୟ ଦଳ-

ରୋହିତ ଶର୍ମା, (ଅଧିନାୟକ), ଜଶପ୍ରୀତ ବୁମରା (ଉପ ଅଧିନାୟକ), ଜସଶ୍ବା ଜୟଶ୍ବାଲ, ଶୁବମନ ଗିଲ, ବିରାଟ କୋହଲି, କେଏଲ ରାହୁଲ, ଶର୍ଫରାଜ ଖାନ, ରିଷଭ ପନ୍ତ (ଓ୍ବିକେଟ କିପର), ଧ୍ରୁବ୍ ଜୁରେଲ (ଓ୍ବିକେଟ କିପର), ରବିଚନ୍ଦ୍ରନ ଅଶ୍ବିନୀ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୂଳଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦ୍ବୀପ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.