ETV Bharat / politics

ଦିଲ୍ଲୀ ପରେ ମୁମ୍ବାଇ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫୋକସରେ ଉତ୍କର୍ଷ ଓଡିଶା, 'ଓଡ଼ିଶା ହେବ ଶିଳ୍ପ ହବ୍'

ଓଡ଼ିଶାରେ ଶିଳ୍ପାୟନ ଲାଗି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ପଦକ୍ଷେପ । ୧୮ ଓ ୧୯ରେ ମୁମ୍ବାଇରେ ବିଭିନ୍ନ ଶିଳ୍ପପତି ଏବଂ ଶିଳ୍ପ ସଂସ୍ଥା ସହ ଆଲୋଚନା ଏବଂ ରୋଡ ସୋ ।

author img

By ETV Bharat Odisha Team

Published : 3 hours ago

Updated : 19 minutes ago

cm mohan majhi on investment
cm mohan majhi on investment (ETV Bharat Odisha)

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପର ଦ୍ରୁତ ବିକାଶ ହେବା ସହ ବେରୋଜଗାର ହ୍ରାସ କରିବା ଏବଂ ସର୍ବୋପରି ଆର୍ଥିକ ଅଭିବୃଦ୍ଧି ଘଟାଇବା ଲକ୍ଷ୍ୟରେ ମୋହନ ସରକାର । ଗୋଟିଏ ପରେ ଗୋଟିଏ ରାଜ୍ୟ ବୁଲି ନିବେଶକଙ୍କୁ ଓଡିଶା ପ୍ରତି ଆକର୍ଷିତ କରିବେ । ଆଜି (୧୮) ଓ ୧୯ରେ ମୁମ୍ବାଇରେ ଓଡିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ସୋ' । ଆସନ୍ତା ବର୍ଷ ଜାନୁଆରୀ ୨୦୨୫ରେ ଓଡ଼ିଶାରେ ହେବ ଉତ୍କର୍ଷ ସମ୍ମିଳନୀ ।

ମୁମ୍ବାଇରେ ରୋଡ଼ ସୋ’ କରି ବିଶାଳ ପୁଞ୍ଜିନିବେଶର ରାସ୍ତା ଫିଟିବ । ବଡ଼ ବଡ଼ ନିବେଶକଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବା ସହ ଓଡ଼ିଶାରେ ଶିଳ୍ପର ବୃହତ ସୁଯୋଗ, ସମ୍ଭାବନା ବିଷୟରେ ଆଲୋଚନା ମଧ୍ୟ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ମଣ୍ଡଳୀ ନିବେଶକଙ୍କୁ ଭେଟି ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିବେ । ରାଉଣ୍ଡ ଟେବୁଲ ବୈଠକ ସହ B2B ବୈଠକ ଓ ରୋଡ ସୋ’ ରହିଛି ।

ଏଥିରେ ବିଭିନ୍ନ କମ୍ପାନୀର ୩୦୦ରୁ ଅଧିକ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ବିଶେଷ କରି ଆଦାନୀ ଗ୍ରୁପ୍, ରିଲାଏନ୍ସ ପେଟ୍ରୋ କେମିକାଲ୍ସ, ଆଦିତ୍ୟ ବିର୍ଲା, ୱେଲସ୍ପୁନ ଟେକ୍ସ ଟାଇଲ କମ୍ପାନୀ, ଜେଏସଡବ୍ଲ୍ୟୁ , ମହିନ୍ଦ୍ରା, ଲାରସେନ ଆଣ୍ଡ ଟବ୍ରୋ, ବେଦାନ୍ତ, ନିଲକମଲ, ଆପାର ଇଣ୍ଡଷ୍ଟ୍ରି, ୱାରୀ ଭଳି ବଡ କମ୍ପାନୀର ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହା ସହ କିଛି ବ୍ୟାଙ୍କରଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି । ବିଶେଷ କରି ଆଇଟି, ଆଇଟିଏସ, କେମିକାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟା କରଣ ଭଳି ଅଧିକ ନିଯୁକ୍ତି ସମ୍ଭାବନା ଥିବା ଶିଳ୍ପ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟସରକାରଙ୍କ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢନ୍ତୁ - ଦିଲ୍ଲୀ ପରେ ମୁମ୍ବାଇରେ ମୋହନ ମାଝୀ ସରକାରଙ୍କ ନିବେଶକ ସମ୍ମିଳନୀ, ଶୁକ୍ରବାର ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ- କାଲି ଦିଲ୍ଲୀରେ ରୋଡ଼ ସୋ' କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଫୋକସରେ ଓଡିଶାରେ ପୁଞ୍ଜିନିବେଶ - Utkarsh Odisha 2025

ଆଜି(18) ଓ ୧୯ ତାରିଖରେ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାରେ ପୁଞ୍ଜି ନିବେଶ ବଢ଼ିବା ସହ ଓଡ଼ିଶା ଶିଳ୍ପର ଦୃତ ଅଭିବୃଦ୍ଧି ହେବା ସହ ପୁଞ୍ଜିନିବେଶ କାରିଙ୍କ ସହ ଆଲୋଚନା କରବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ପୁଞ୍ଜିନିବେଶ ୫ଲକ୍ଷ କୋଟି ଟଙ୍କାର ହେବା ପାଇଁ ରୋଡ୍ ସୋ, ଦିଲ୍ଲୀ ଓ ମୁମ୍ବାଇ ସହ, ବିଦେଶରେ ମଧ୍ୟ ଆୟୋଜିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯାହାକୁ ସହଜରେ ଗ୍ରହଣ କରି ପାରିନି କଂଗ୍ରେସ । କଂଗ୍ରେସ କହିଛି ଖାଲି ଲୋକ ଦେଖାଣିଆ,ସରକାରୀ ଅର୍ଥରେ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ବିଶେଷଜ୍ଞଙ୍କ ମତରେ ପୂର୍ବରୁ ଓଡ଼ିଶାକୁ ନିବେଶକ ଆସୁଥିଲେ ଏବେ ନୂଆ ସରକାର ଶିଳ୍ପ ବୃଦ୍ଧି ପାଇଁ ଲାଗିପଡିଛନ୍ତି,ନିଯୁକ୍ତି ହାର ବଢିବ,ଆଗାମୀ ଦିନରେ ହି ଜଣାପଡିବ ।

"କେନ୍ଦୁଝରରେ ଏକ ମେଗା ଇସ୍ପାତ୍ କାରଖାନା ପ୍ରତିଷ୍ଠା କରିବା ପାଇଁ ମୁମ୍ବାଇ ଯାଇ ନିବେଶକଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । "କେନ୍ଦୁଝରରେ ଏକ ମେଗା ଇସ୍ପାତ୍ କାରଖାନା ପ୍ରତିଷ୍ଠା ପାଇଁ ଖଣିଜ ସମ୍ପଦ, ପାଣି, ଜମି ସହ ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି । ଏଠାରେ ଏକ ମେଗା ଇସ୍ପାତ୍ କାରଖାନା ପ୍ରତିଷ୍ଠା କରିବା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ସହ, ନିବେଶକମାନଙ୍କୁ ଆମନ୍ତ୍ରଣ କରାଯାଉଥିବା," କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏହା ବି ପଢନ୍ତୁ- ଦିଲ୍ଲୀରେ ନିବେଶକ ସମ୍ମିଳନୀ; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ପୁଞ୍ଜି ନିବେଶ ଯୋଜନା, ୩୪ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା - Utkarsh Odisha Conclave

"ରାଜ୍ୟ ସରକାରଙ୍କ ମୁମ୍ବାଇ ରୋଡ଼ ସୋ ଏକ ଦୂରଦର୍ଶିତା ଲକ୍ଷ୍ୟ, ନୂଆ କରି ବ୍ୟାଙ୍କର୍ସ ଏବଂ ଆର୍ଥିକ ଉଦ୍ୟୋଗ ମାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ପ୍ରାୟ ୩୦୦ ପୁଞ୍ଜିନିବେଶକାରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ବ୍ୟାଙ୍କର୍ସ ଏବଂ ଫାଇନାନ୍ସିଆଲ୍ ଇନଷ୍ଟିଚ୍ୟୁସନ ଲିଡର ମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ଯାହା ପୂର୍ବରୁ କେବେ ହୋଇନଥିଲା, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ନିବେଶ କ୍ଷେତ୍ରରେ ବଡ଼ ବଡ଼ କର୍ପୋରେଟ କମ୍ପାନୀ ମାନଙ୍କର ପ୍ରମୁଖ ଭୂମିକାଥାଏ । ମୁମ୍ବାଇ ରୋଡ଼ ସୋ ବହୁତ ଫଳପ୍ରଦ ହେବ । ଏଥର ଥିମ ରହିଛି ବେରୋଜଗର ଦୂରୀକରଣ । ନିଯୁକ୍ତି କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମ କରାଯିବ," ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଷୋୟୀ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାଳରେ ଜାପାନ, ସିଙ୍ଗାପୁର, ଦୁବାଇ ,ଆମେରିକା ଭଳି ବିକାଶ ଶୀଳ ରାଷ୍ଟ୍ରରେ ରୋଡ଼ ସୋ କରିଥିଲେ, ଆଉ ୨୦୨୪ ସାଧାରଣ ନିର୍ବାଚନରେ ମୋହନ ସରକାର ଆସିବା ପରେ ଶିଳ୍ପର ବିକାଶ ପାଇଁ ଲାଗି ପଡିଛନ୍ତି ହେଲେ ଏଠି ପ୍ରଶ୍ନ ଉଠୁଛି କୋଟି କୋଟି ଟଙ୍କା ସରକାରୀ ଅର୍ଥ ବ୍ୟୟରେ ନିବେଶକଙ୍କ ବୈଠକ ହେଉଛି ହେଲେ ତାର ଗ୍ରାଉଣ୍ଡ ରିଅଲିଟି କେତେ ? ତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି ।

ସେପଟେ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା କହିଛନ୍ତି, "୨୪ ବର୍ଷ ବିଜେଡି ସରକାର ମଧ୍ୟରେ 9 ବର୍ଷ ଉଭୟ ବିଜେଡି ବିଜେପି ଶାସନ ବ୍ୟବସ୍ଥାରେ ଥିଲେ । ଶିଳ୍ପ କ୍ଷେତ୍ରରେ କଣ ବିକାଶ ହୋଇଛି, ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ବୁଲୁଥିଲେ ଆଉ ଆଜି ଏ ମୁଖ୍ୟମନ୍ତ୍ରୀ ବୁଲୁଛନ୍ତି ,କିଛି ହେବନି ଖାଲି ଲୋକଙ୍କ ଟଙ୍କା ଖର୍ଚ୍ଚ ହେଉଛି । ଓଡିଶାବାସୀ ଜାଣିସାରିଛନ୍ତି ଏମାନେ କଣ କରୁଛନ୍ତି । କଂଗ୍ରେସ ସମୟରେ ହଜାର ଦିନରେ ହଜାର ଶିଳ୍ପ ପ୍ରତିଷ୍ଠା ହୋଇଥିଲା । ଏ ସରକାର ସେ ସମୟରେ ଶିଳ୍ପକୁ ସହାୟତାର ହାତ ବଢାଇଲେ ନାହିଁ," ।

ଗୁଜୁରାଟରେ ଭାଇବ୍ରାଣ୍ଟ ଗୁଜରାଟ ଭଳି ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦେଶ ବିଦେଶ ବୁଲି ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଆଲୋଚନା କରୁଥିଲେ ଏପରିକି ଓଡିଶାରେ ମଧ୍ୟ ୨୦୧୬ରୁ ଆରମ୍ଭ ହୋଇଥିଲା ମେକ ଇନ ଓଡିଶା କନକ୍ଲେଭ,ବିଭିନ୍ନ ଦେଶ ବୁଲି ପୁଞ୍ଜିନିବେଶ କାରୀଙ୍କ ସହ ଆଲୋଚନା କରି ଓଡିଶାରେ ପୁଞ୍ଜିନିବେଶ ପାଇଁ ଅନୁକୂଳ ମନୋଭାବ ସୃଷ୍ଟି କରୁଥିଲେ ।

ଆସନ୍ତୁ ନଜର ପକାଇବା ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ମେକ ଇନ ଓଡିଶା କନ କ୍ଲେଭରେ କେତେ ପୁଞ୍ଜି ନିବେଶ ପାଇଁ ଆଲୋଚନା ହୋଇଥିଲା, କେତେ ପ୍ରପୋଜାଲ ଆସିଥିଲା ଏବଂ ଏହାର କାର୍ଯ୍ୟାନ୍ଵୟନ ପରେ ବେକାରୀ ସମସ୍ୟା କେତେ କମିଛି ଆସନ୍ତୁ ନଜର ପକାଇବା ଏହି ରିପୋର୍ଟ ଉପରେ.......

୨୦୧୬ ରେ ନଭେମ୍ବର ୩୦ରୁ ଡିସେମ୍ବର ୦୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମେକ ଇନ ଓଡିଶା କନକ୍ଲେଭ ଆୟୋଜିତ କରିଥିଲେ ତତ୍କାଳୀନ ଓଡିଶା ସରକାର । ୨.୦୩ ଟ୍ରିଲିୟନ ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା । ୨୮ଟି ପ୍ରସ୍ତାବ ରେ ୧୮,୪୩୪ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ ସହ ୨୮ ହଜାର ନିଯୁକ୍ତି ଯୋଗାଇଦେବା ଲକ୍ଷ୍ୟ ରଖିଥିଲା । ଏହି ଇନଭେଷ୍ଟର୍ସ ମିଟର ପ୍ରଥମ ସଂସ୍କରଣ ରେ ୨ଲକ୍ଷ କୋଟିର ୧୨୪ଟି ପୁଞ୍ଜି ନିବେଶ ପ୍ରସ୍ତାବ ଆସିଥିଲା,ପାଖାପାଖି ୧ଲକ୍ଷ ଲୋକଙ୍କୁ ରୋଜଗାର ଲକ୍ଷ୍ୟ ମଧ୍ୟ ରଖାଯାଇଥିଲା ।

୨୦୧୮ ନଭେମ୍ବର ୧୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମେକ୍ ଇନ ଓଡିଶା କନକ୍ଲେଭ ଆୟୋଜିତ ହୋଇଥିଲା । ୧୮ଟି ବୃହତ ସେକ୍ଟରରେ ପ୍ରାୟ ୬ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବାର ଲକ୍ଷରେ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କା ପୁଞ୍ଜିନିବେଶ ଲକ୍ଷ ଧାର୍ଯ୍ୟ ହୋଇଥିଲା । 6ଟି ବୃହତ ବିକାଶ ଶୀଳ ରାଷ୍ଟ୍ର ଜାପାନ, ଚାଇନା, ଜର୍ମାନୀ, ଇଟାଲୀ, ସାଉଦି ଆରବ, ଦକ୍ଷିଣ କୋରିଆରୁ ବଡ଼ ବଡ଼ ପୁଞ୍ଜିନିବେଶ କାରୀ ଓଡିଶା ଆସି ଇତିହାସ ସୃଷ୍ଟି କରିଥିଲେ । ଭାରତର ନାମିଦାମୀ ଶିଳ୍ପପତି ମୁକେଶ ଅମ୍ବାନୀ, ଅନୀଲ ଅଗ୍ରୱାଲ, କୁମାର ମଙ୍ଗଳମ ବିର୍ଲା ପ୍ରମୁଖ ଭାଗ ନେଇ ନିଜର ପୁଞ୍ଜିନିବେଶ ପ୍ରସ୍ତାବ ରଖିଥିଲେ ।

ସେହିପରି ,୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଳେଭରେ ୧୦ଲକ୍ଷ କୋଟି ନିବେଶ ସହ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ନେଇ ପ୍ରସ୍ତାବ ଆସିଥିଲା ।

୨୦୨୩ ଏପ୍ରିଲ ୦୩ ରୁ ୦୯ ତାରିଖ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଜାପାନ ଗସ୍ତ କରି ନିପ୍ପନ ଷ୍ଟିଲସ ଭଳି ବୃହତ ଶିଳ୍ପ କମ୍ପାନୀ ସହ ଆଲୋଚନା କରିଥିଲେ । ଏହି ୬ ଦିନିଆ ଟୁରରେ ନବୀନ ଟୋକିଓ ଏବଂ ସିଙ୍ଗାପୁରରେ ୨୦୦ ଶିଳ୍ପପତିଙ୍କ ସହ ଆଲୋଚନା କରି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଲୋଚନା କରିଥିଲେ ।

ତେବେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଏକାକୀ ସରକାର ଗଢିବା ପରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପ୍ରଥମେ ଦିଲ୍ଲୀ ଆଉ ଏବେ ମୁମ୍ବାଇ ଗସ୍ତରେ ଯାଇ ରୋଡ଼ ସୋ କରିବେ । ୨୦୨୪ ସେପ୍ଟେମ୍ବର ୧୯ରେ ରାଜ୍ୟ ସରକାର ୧୨ଟି ବୃହତ ଶିଳ୍ପ ପ୍ରକଳ୍ପରେ ୩୯ ,୨୭୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

Last Updated : 19 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.