ETV Bharat / sports

ଲିଜେଣ୍ଡସ୍‌ ଲିଗ୍‌ ଫାଇନାଲ୍‌ରେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା; ରୋମାଞ୍ଚକର ମ୍ୟାଚ୍‌ରେ ହାଇଦ୍ରାବାଦକୁ ହରାଇଲା

Legends League Cricket 2024 : ରୋମାଞ୍ଚକର ମ୍ୟାଚ୍‌ରେ ତୋୟମ ହାଇଦ୍ରାବାଦକୁ ହରାଇ ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟ ଫାଇନାଲ୍‌ରେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା । ଅଧିକ ପଢ଼ନ୍ତୁ

author img

By ETV Bharat Sports Team

Published : Oct 15, 2024, 3:44 PM IST

LLC 2024
Konark Suryas Odisha (ETV Bharat)

ଶ୍ରୀନଗର : ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟ 2024 ଫାଇନାଲରେ ପ୍ରବେଶ କରିଛି କୋଣାର୍କ ସୂର୍ଯ୍ୟାସ ଓଡ଼ିଶା । LLC ଲିଗ୍‌ରେ ପ୍ରଥମ ପଦାର୍ପଣରେ ଚମତ୍କାର ପ୍ରଦର୍ଶନ କରି ପ୍ଲେ-ଅଫ୍‌ରେ ପ୍ରବେଶ କରିଥିବା ଇର୍ଫାନ ପଠାନଙ୍କ ନେତୃତ୍ବାଧୀନ ଓଡ଼ିଶା କ୍ବାଲିଫାୟର-1ରେ ସଦର୍ଣ୍ଣ ସୁପରଷ୍ଟାରଠାରୁ 7 ୱିକେଟରେ ପରାସ୍ତ ହୋଇଥିଲା । ହେଲେ ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା କ୍ବାଲିଫାୟର-2ରେ ଏକ ରୋମଞ୍ଚକର ମୁକାବିଲାରେ ତୋୟମ ହାଇଦ୍ରାବାଦକୁ 1 ରନରେ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି କରିଛି ଓଡ଼ିଶା ଟିମ । ଦଳ ପାଇଁ ଦମଦାର ଇନିଂସ୍‌ ଖେଳି ଅଧିନାୟକ ଇର୍ଫାନ ପଠାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ବ୍ୟାଟିଂ :-

ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଟସ୍‌ ଜିତି ତୋୟମ ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା କୋଣାର୍କ ସୂର୍ଯ୍ୟାସକୁ ପ୍ରଥମ ଝଟ୍‌କା ଲାଗିଥିଲା, ଯେତେବେଳେ ଓପନର ରିଚାର୍ଡ ଲେଭି କେବଳ 6 ରନ କରି ପାଭିଲିୟନ ଫେରିଥିଲେ । ଦଳୀୟ ସ୍କୋର 40 ରନ ହୋଇଥିବାବେଳେ ବ୍ୟକ୍ତିଗତ 18 ରନ କରିଥିବା ଦିଲସାନ ମୁନାୱିରା ନିଜ ୱିକେଟ ହରାଇଥିଲେ । ତେବେ ଦଳ ପାଇଁ କେଭିନ ଓବ୍ରାଇନ ସର୍ବାଧିକ 39 ବଲରୁ 50 ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ନବୀନ ଷ୍ଟେୱାର୍ଟ 8 ରନ କରି ଆଉଟ୍‌ ହୋଇଥିବାବେଳେ ୟୁସୁଫ ପଠାନ 4 ବଲରୁ 2 ଛକା ବଳରେ 12 ରନ କରି ଆଉଟ୍‌ ହୋଇଥିଲେ । ତେବେ ଅଧିନାୟକ ଇର୍ଫାନ ପଠାନ ଶେଷ ପର୍ଯ୍ୟନ୍ତ ଦଳ ପାଇଁ ସ୍କୋର କରି କେବଳ 35 ବଲରୁ 49 ରନର ଅପରାଜିତ ପାଳି ଖେଳିଥିଲେ । ଏହି ଦମଦାର ଇନିଂସ୍‌ ବଳରେ ଓଡ଼ିଶା ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 156 ରନ କରିପାରିଥିଲା ।

ତୋୟମ ହାଇଦ୍ରାବାଦ ବ୍ୟାଟିଂ :-

ଏହାପରେ ଫାଇନାଲରେ ପହଞ୍ଚିବାକୁ ତୋୟମ ହାଇଦ୍ରାବାଦ ଆଗରେ କେବଳ 157 ରନର ବିଜୟଲକ୍ଷ୍ୟ ରହିଥିଲା । ହେଲେ ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଜର୍ଜ ୱାର୍କର 8 ଓ ଚାଡୱିକ୍‌ ୱାଲଟନ 10 ରନ କରି ଆଉଟ୍‌ ହେବାପରେ ପେଟେର ଟ୍ରେଗୋ (15) ଓ ଶିବକାନ୍ତ ଶୁକ୍ଳା (8) ମଧ୍ୟ ଶୀଘ୍ର ନିଜ ନିଜର ୱିକେଟ ହରାଇଥିଲେ । ଗୋଟିଏ ପଟେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବାବେଳେ ଅନ୍ୟପଟେ ଏକା ନିଜ ଦଳ ପାଇଁ ଲଢ଼ି ଦମଦାର ଇନିଂସ୍‌ ଖେଳିଥିଲେ ରିକ୍କି କ୍ଲାର୍କ । ଦଳୀୟ ସ୍କୋର 138 ହୋଇଥିବାବେଳେ ସେ 44 ବଲରୁ 4 ଚୌକା ଓ 5 ଛକା ବଳରେ 67 ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ଆଉଟ୍‌ ହୋଇଥିଲେ । ବାସ୍‌ ଏହା ହିଁ ଥିଲା ମ୍ୟାଚ୍‌ର ଟର୍ଣ୍ଣିଂ ପଏଣ୍ଟ ।

ଶେଷ ଓଭରରେ ରୋମାଞ୍ଚକର ବିଜୟ ଦେଲେ ଇର୍ଫାନ ପଠାନ :-

ଶେଷ ଓଭରରେ ତୋୟମ ହାଇଦ୍ରାବାଦକୁ ଆବଶ୍ୟକ ଥିଲା କେବଳ 12 ରନ । ଏହି ସମୟରେ ବୋଲିଂ କରିବାକୁ ଆଗକୁ ଆସିଥିଲେ ନିଜେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଅଧିନାୟକ ଇର୍ଫାନ ପଠାନ । ସେ ପ୍ରଥମ ଦୁଇଟି 3 ରନ ବ୍ୟୟ କରିଥିଲେ । ତୃତୀୟ ବଲରେ ଇର୍ଫାନ ଛକାର ଶିକାର ହୋଇଥିଲେ । ଏତିକିବେଳେ ମ୍ୟାଚ୍‌ ଅତ୍ୟନ୍ତ ରୋମାଞ୍ଚକର ସ୍ଥିତିକୁ ଆସିଥିଲା । ଶେଷ 3ଟି ବଲରେ ତୋୟମ ହାଇଦ୍ରାବାଦ ବିଜୟ ପାଇଁ ଆବଶ୍ୟକ କରୁଥିଲା କେବଳ 3 ରନ । ଏହି ସମୟରେ ଇର୍ଫାନ ପଠାନ ଶେଷ 3 ବଲରେ କେବଳ ଗୋଟିଏ ରନ ବ୍ୟୟ କରି ଗୋଟିଏ ବହୁମୂଲ୍ୟ ୱିକେଟ ଅକ୍ତିଆର କରିଥିଲେ । ଯାହା ଓଡ଼ିଶା ଦଳକୁ ଏକ ବଡ଼ ବିଜୟ ଭେଟି ଦେଇଥିଲା । ଏହି ବିଜୟ ବଳରେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଅକ୍ଟୋବର 16 (ବୁଧବାର) ସଦର୍ଣ୍ଣ ସୁପରଷ୍ଟାର ବିପକ୍ଷରେ ଫାଇନାଲ୍‌ ମ୍ୟାଚ୍‌ ଖେଳିବ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.