ETV Bharat / sports

ଚିନ୍ନାସ୍ବାମୀ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଚିତ୍ ପଟାଙ୍ଗ, ୪୬ ରନରେ ଅଲ ଆଉଟ, ଖାତା ଖୋଲି ପାରିଲେନି ୫ ବ୍ୟାଟର

ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚରେ ଭାରତର ତୃତୀୟ ସର୍ବନିମ୍ନ ରନ ସ୍କୋର । ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ମାତ୍ର ୪୬ ରନରେ ଅଲଆଉଟ ମେନ ଇନ ବ୍ଲୁ ।

author img

By ETV Bharat Odisha Team

Published : 1 hours ago

Updated : 19 minutes ago

Etv Bharat
Etv Bharat (Etv Bharat)

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଶୋଚନୀୟ ଅବସ୍ଥା । ଘରୋଇ ଗ୍ରାଉଣ୍ଡ ଟେଷ୍ଟ ମ୍ୟାଚରେ ଅଲୋଡା ରେକର୍ଡ କଲା ଭାରତୀୟ ଦଳ । ପ୍ରଥମ ଇନିଂସରେ ମାତ୍ର 31.2 ଓଭରରେ 46 ରନ କରି ଅଲ ଆଉଟ ହେଲା ମେନ ଇନ ବ୍ଲୁ । ନ୍ୟୁଜିଲାଣ୍ଡର ଘାତକ ବୋଲିଂରେ ଚିତପଟାଙ୍ଗ ହେଲେ ଭାରତୀୟ ବ୍ୟାଟର । ଡବଲ ଡିଜିଟ ଛୁଇଁ ପାରିଲେନି ୮ ଜଣ ବ୍ୟାସ୍ଟମ୍ୟାନ । ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ପାଭିଲିୟନ ଫେରିଲେ ୫ ଜଣ ଖେଳାଳି । ଘରୋଇ ଗ୍ରାଉଣ୍ଡ ଟେଷ୍ଟ ମ୍ୟାଚରେ ଏହା ଭାରତୀୟ ଦଳର ସବୁଠାରୁ କମ୍‌ ରନ ହୋଇଥିବା ବେଳେ, ପୂରା ଟେଷ୍ଟ ଫର୍ମାଟରେ ତୃତୀୟ ସର୍ବନିମ୍ନ ରନ ।

ନଜର ପକାନ୍ତୁ ଭାରତର ସର୍ବନିମ୍ନ ଟେଷ୍ଟ ରନ ଉପରେ:

ଟେଷ୍ଟ କ୍ରିକେଟ ଇତିହାସରେ ଆଜି ତୃତୀୟ ଥର ସର୍ବନିମ୍ନ ସ୍କୋର କରିଛି ଭାରତୀୟ ଦଳ । ଭାରତର ପୂର୍ବ ସର୍ବନିମ୍ନ ସ୍କୋର 36 ରହିଥିଲା, 2021 ରେ ଆଡିଲେଡ ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଟେଷ୍ଟ ମ୍ୟାଚରେ ଏହି ଅଲୋଡା ରେକର୍ଡ କରିଥିଲା ଟିମ୍‌ ଇଣ୍ଡିଆ । ଦ୍ୱିତୀୟ ସର୍ବନିମ୍ନ ସ୍କୋର 1974 ରେ ଇଂଲଣ୍ଡ ବିପକ୍ଷରେ 42 ରନ୍ ଥିଲା।

ଏହା ମଧ୍ୟ ପଢନ୍ତୁ-ବର୍ଷାରେ ଧୋଇଗଲା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟର ପ୍ରଥମ ଦିନ, ଦ୍ୱିତୀୟ ଦିନ ଖେଳ ସମ୍ଭାବନା କମ, ଫ୍ୟାନ୍ସ ନିରାଶ

ଟେଷ୍ଟ କ୍ରିକେଟରେ ଘରୋଇ ମଇଦାନରେ ସର୍ବାନିମ୍ନ ରନ 46 :

ଆଜି ନ୍ୟଜିଲାଣ୍ଡ ବିପକ୍ଷ ଟେଷ୍ଟରେ ସମସ୍ତ ପୁରୁଣା ରେକର୍ଡକୁ ପଛରେ ପକାଇ 31.2 ଓଭରରେ ମାତ୍ର 46 ରନ କରି ସର୍ବନିମ୍ନ ରନ କରିଛି ଦଳ । ଏହା ପୂର୍ବରୁ....

  • 1999ରେ ମୋହାଲାରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ମାତ୍ର 27 ଓଭରରେ 83 ରନ କରିଥିଲା ଭାରତ ।
  • 1977ରେ ଚେନ୍ନାଇରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ 38.5 ଓଭରରେ 83ରନରେ ଅଲଆଉଟ ହୋଇଥିଲା ଇଣ୍ଡିଆ ।
  • 2008ରେ ସାଉଥ ଆଫ୍ରିକା ବିପକ୍ଷରେ ଅହମ୍ମଦାବାଦରେ ଖେଳାଯାଇଥିବା ମ୍ୟାଚରେ ଭାରତ 20 ଓଭରରେ 76 ରନ କରିଥିଲା ।
  • 1987ରେ ଦିଲ୍ଲୀରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ 30.5 ଓଭରରେ 75 ରନ କରିଥିଲା ଭାରତ ।

0ରେ ଆଉଟ 5 ଖେଳାଳି:

ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ବର୍ଷା ଯୋଗୁ ବାତିଲ ହୋଇଥିଲା । ଦ୍ବିତୀୟ ଦିନରେ ଆଜି ମ୍ୟାଚ ଆରମ୍ଭ ହୋଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ରୋହିତ ବାହିନୀ । 13 ରନରେ ଦଳ 3 ଟି ଓ୍ବିକେଟ ହରାଇ ଥିବା ବେଳେ ବର୍ଷା ହେବାରୁ କିଛି ସମୟ ମ୍ୟାଚ ବନ୍ଦ ରହିଥିଲା । ପୁଣି ଥରେ ମ୍ୟାଚ ଆରମ୍ଭ ହୋଇଥିଲେ ମଧ୍ୟ 50 ରନ କରିବାକୁ ଦଳ ସକ୍ଷମ ହୋଇନଥିଲା । ନ୍ୟୁଜିଲାଣ୍ଡ ବୋଲରଙ୍କ ଘାତକ ବୋଲିଂରେ ଫସିଯାଇଥିଲେ ଭାରତୀୟ ବ୍ୟାଟର ଫଳରେ ଡବଲ ଡିଜିଟ୍ ଛୁଇଁ ପାରିନଥିଲେ 8 ବ୍ୟାଟର । ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ପାଭିଲିୟନ ଫେରିଲେ 5 ଜଣ ଖେଳାଳି । ଟିମ୍‌ ଇଣଡିଆର ରଥି ମରାରଥି ବୋଲରଙ୍କ ଲକ୍ଷ୍ୟକୁ ଭେଦ କରିପାରିନଥିଲେ । ଜୟସ୍ବାଲ 13, ରୋହିତ 3, ପନ୍ତ 20, କୁଳଦୀପ 2, ବୁମରା1 ଓ ସିରାଜ 2 ରନ କରିଥିଲେ । କୋହଲି, ସର୍ଫରାଜ ଖାନ, ରାହୁଲ, ଜାଡେଜା , ଅଶ୍ବିନୀ 0 ରେ ଆଉଟ ହୋଇଥିଲେ ।

ଘାତକ ସାବ୍ୟସ୍ତ ହେଲେ ମ୍ୟାଟ ହେନେରି:

ନ୍ୟୁଜିଲାଣ୍ଡର ମ୍ୟାଟ ହେନେରି ଭାରତୀୟ ବ୍ୟାଟରଙ୍କ ପାଇଁ ଘାତକ ସାଜିଥିଲେ । ସେ 13.2 ଓଭର ବୋଲିଂ କରି 15 ରନ ଦେଇ 5 ଓ୍ବିକେଟ ନେଇଥିଲେ । ସେହିପରି ଟିମ୍‌ ସାଉଥି ଗୋଟିଏ ଓ୍ବିକେଟ ନେଇଥିବା ବେଳେ ଉଇଲ ଓ ଋରକେ 4ଟି ଓ୍ବିକେଟ ନେଇଥିଲେ ।

Last Updated : 19 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.