ଭୁବନେଶ୍ବର: ଆଜି ପବିତ୍ର ମକର ସଂକ୍ରାନ୍ତି । ଏହା ଏକ ସର୍ବ ଭାରତୀୟ ପର୍ବ ହୋଇଥିବା ବେଳେ ଉତ୍ସବମୁଖର ହୋଇ ଉଠିଛି ଦିଲ୍ଲୀରୁ ପଲ୍ଲୀ । ଦକ୍ଷିଣ ଭାରତରେ ଏହି ପର୍ବକୁ ପୋଙ୍ଗଲ, ଉତ୍ତରରେ ଲୋହରୀ, ପୂର୍ବରେ ମକର ସଂକ୍ରାନ୍ତି ଓ ଉତ୍ତର-ପୂର୍ବରେ ବିହୁ ଭାବେ ପାଳନ କରିଥାନ୍ତି ଦେଶବାସୀ । ପର୍ବ ଗୋଟିଏ କିନ୍ତୁ ବିଭିନ୍ନ ରାଜ୍ୟରେ ନାମ ଅନେକ । ଦକ୍ଷିଣ ଭାରତର ସବୁଠାରୁ ବଡ ପର୍ବ ହେଉଛି ପୋଙ୍ଗଲ । ତେଲୁଗୁ ସଂପ୍ରଦାୟର ଲୋକେ ଏହି ପର୍ବକୁ 4 ଦିନ ଧିର ପାଳନ କରିଥାନ୍ତି । ଓଡ଼ିଶାରେ ମଧ୍ୟ ଆଜିର ଦିନରେ ନୂଆ ଧାନର ଚାଉଳରୁ ପ୍ରସ୍ତୁତ ଚାଉଳରୁ ଭୋଗ ପ୍ରସ୍ତୁତ ହେବାର ପରମ୍ପରା ରହିଛି । ଯାହାକୁ ମକର ଚାଉଳ କୁହାଯାଏ । ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଓଡ଼ିଶାରେ ମକର ସଂକ୍ରାନ୍ତି:
ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରିଦେଉ ମହାପ୍ରଭୁଙ୍କ ନିକଟରେ ଏତିକି କାମନା।#MakaraSankranti pic.twitter.com/5xhSRQrXN4
— Mohan Charan Majhi (@MohanMOdisha) January 14, 2025
ଓଡିଶାରେ ମକର ସଂକ୍ରାନ୍ତି ଦିନ ବ୍ରତ ରଖାଯାଇଥାଏ । ମକର ସଂକ୍ରାନ୍ତି ବେଳକୁ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ । ସେହି ନୂଆ ଧାନକୁ ପ୍ରସ୍ତୁତ ଅରୁଆ ଚାଉଳରେ ଏକ ଭୋଗ ପ୍ରସ୍ତୁତ କରାଯାଏ । ଯାହାକୁ ମକର ଚାଉଳ କୁହାଯାଏ । ସେଥିରେ ନୂଆଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର ଇତ୍ୟାଦିକୁ ମିଶ୍ରଣ କରାଯାଇଥାଏ । ଗୃହଦେବତା ଓ ଧାନଖଳାରେ ଏହାକୁ ଭୋଗ ଲଗାଯିବା ପରେ ପରସ୍ପରକୁ ଖୁଆଇ ଲୋକେ 'ମକର' ବସନ୍ତି । କେତେକ ଅଞ୍ଚଳରେ ନୂଆଧାନର ଚାଉଳରେ ପିଠା ପ୍ରସ୍ତୁତ କରାଯାଇ ଦେବାଦେବୀଙ୍କ ପାଖରେ ଭୋଗ କରାଯାଇଥାଏ ।
ଏହା ମଧ୍ୟ ପଢନ୍ତୁ-ମାଞ୍ଜା ସୂତାରେ ଗୁଡି ଉଡାଇଲେ ବାନ୍ଧିବ ପୋଲିସ, ୧୦ ବର୍ଷରେ ଯାଇଛି ୪ ଜୀବନ - NO TO MANJA THREAD
ଏହା ମଧ୍ୟ ପଢନ୍ତୁ-ଉତ୍ସବ ମୁଖର ରେଶମ ସହର, ଧୁମଧାମରେ ‘ଭୋଗୀ’ ପାଳିଲେ ଓଡ଼ିଆ-ତେଲୁଗୁ ସମ୍ପ୍ରଦାୟ - BHOGI 2025
ଗୁଡି ଉଡାଇବା ପର୍ବ:
ମକର ସଂକ୍ରାନ୍ତିରେ ଗୁଡି ଉଡାଇବା ପର୍ବ ରହିଛି । ଅନେକ ସ୍ଥାନରେ ଗୁଡି ଉଡାଇବା ପ୍ରତିଯୋଗିତା ମଧ୍ୟ ହୋଇଥାଏ । ଛୋଟ ଠାରୁ ବଡ ସମସ୍ତେ ଆକାଶରେ ଗୁଡି ଉଡାଇଥାନ୍ତି । ଏହି ଦିନକୁ ଶୁଭ ବୋଲି ବିବେଚନା କରାଯାଏ । ଗୁଡି ଉଡାଇବା ପର୍ବ ପ୍ରଭୁ ରାମଙ୍କ ସହ ଜଡିତ ବୋଲି କୁହାଯାଏ ।
ମକର ସଂକ୍ରାନ୍ତିର ଇତିହାସ:
ଓଡିଆ ପ୍ରବାଦ ଅନୁଯାୟୀ ମକର ସଂକ୍ରାନ୍ତି ଠାରୁ ଦିନ ବଡ଼ ହୁଏ ବୋଲି କୁହାଯାଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ଅଧିକ ପ୍ରଖର ହୋଇଥାଏ। ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ । ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁ ସମ୍ପ୍ରଦାୟ ଏହି ଦିନ ପୂଜାର୍ଚ୍ଚନା କରନ୍ତି । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ,ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ ।