ଛୁଆ ପାଇଁ ଗୁଆ ଖୋଜା; ମାନସିକ କୁଣ୍ଡରେ ଗୁଆ ଖୋଜିଥାନ୍ତି ଶ୍ରଦ୍ଧାଳୁ - MAKAR SANKRANTI 2025
🎬 Watch Now: Feature Video
Published : Jan 14, 2025, 8:42 AM IST
ଖୋର୍ଦ୍ଧା: କଥାରେ ଅଛି ବିଶ୍ୱାସେ ମିଳନ୍ତି ହରି, ତର୍କେ ବହୁ ଦୂର । ସେଇ ବିଶ୍ୱାସ ଓ ଭରଷାକୁ ମନରେ ରଖି ଅପୁତ୍ରୀକ ନାରୀମାନେ ନିଜ କୋଳରେ ଛୁଆଟିଏ ପାଇଁ ମାନସିକ କରି ଏକାଦଶ ରୁଦ୍ର ବାବା ହଟକେଶ୍ୱରଙ୍କ ମାନସିକ କୁଣ୍ଡରେ ଗୁଆ ଖୋଜିଥାନ୍ତି । ବିଶ୍ୱାସ ରହିଛି ଏହି କୁଣ୍ଡରୁ ଗୁଆ ଖାଇବାର ଏକ ବର୍ଷ ମଧ୍ୟରେ ସନ୍ତାନ ପ୍ରାପ୍ତି ହୁଏ । ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରୀ ଅଟ୍ରି ଉଷ୍ଣ ପ୍ରସବଣରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ଅଟ୍ରିର ପବିତ୍ର ଜଳରେ ବହୁସଂଖ୍ୟାରେ ଭକ୍ତ ବୁଡ ପକାଉଛନ୍ତି । ମକର ମେଳା ପାଇଁ ଏକାଦଶ ରୁଦ୍ର ହଟନାଥ ହଟକେଶ୍ୱରଙ୍କ କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି ।
ଅଟ୍ରି ଉଷ୍ଣପ୍ରସବଣ ଉଷ୍ଣ ପାଣି ପାଇଁ ଯେତିକି ପରିଚିତ ପୌରାଣିକ ମତ ପାଇଁ ମଧ୍ୟ ଇତିହାସରେ ସେତିକି ବର୍ଣ୍ଣିତ । ମକର ସଂକ୍ରାନ୍ତି ଦିନ ଅର୍ଦ୍ଧରାତ୍ରିରୁ ବନ୍ଧ୍ୟା ନାରୀମାନେ ମହାଦେବ ହଟକେଶ୍ୱରଙ୍କଠାରେ ମାନସିକ କରି କୁଣ୍ଡରୁ ଗୁଆଖୋଜି ସେବନ କଲେ ବନ୍ଧ୍ୟା ଦୋଷ ହରଣ ହୁଏ ବୋଲି ବିଶ୍ୱାସ ରହିଛି । ସେହିପରି ଏହି ପାଣିରେ ଗାଧୋଇଲେ ଚର୍ମ ରୋଗ ଭଲ ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି । ତେଣୁ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ବୁଡ ପକାଇବାକୁ ଆସିଥାନ୍ତି । ଏଥିସହ ଶୀତ ଦିନ ହୋଇଥିବାରୁ ଅଟ୍ରିର ଉଷୁମ ପାଣିରେ ଗାଧୋଇବାର ମଜା ନେଇଥାନ୍ତି ପର୍ଯ୍ୟଟକ ।
ଏହା ମଧ୍ୟ ପଢନ୍ତୁ...ଉତ୍ସବ ମୁଖର ରେଶମ ସହର, ଧୁମଧାମରେ ‘ଭୋଗୀ’ ପାଳିଲେ ଓଡ଼ିଆ-ତେଲୁଗୁ ସମ୍ପ୍ରଦାୟ - BHOGI 2025
ଇଟିଭି ଭାରତ, ଖୋର୍ଦ୍ଧା