ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି 2025ର ସପ୍ତମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବାତିଲ ହୋଇଛି । ପାକିସ୍ତାନର ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପ୍ରବଳ ବର୍ଷା ପାଇଁ ବାତିଲ ହୋଇଛି । ଏପରିକି ଟସ୍ ମଧ୍ୟ ପଡିନଥିଲା । ଆଉ ଏହି ମ୍ୟାଚ ବାତିଲ ପରେ ରୋମାଞ୍ଚକର ସ୍ଥିତିରେ ଗ୍ରୁପ-ବି ସେମିଫାଇନାଲ ରେସ । ଆଜିର ମ୍ୟାଚ ବାତିଲ ହେବା ପରେ ପଏଣ୍ଟ ଭାଗ କରିଛନ୍ତି ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା । ବର୍ତ୍ତମାନ ଗ୍ରୁପ- ବି ଟପରେ 3 ପଏଣ୍ଟ ସହିତ ଦକ୍ଷିଣ ଆଫ୍ରିକା ରହିଥିବା ବେଳେ ପଛକୁ ଦ୍ୱିତୀୟରେ ରହିଛି ଅଷ୍ଟ୍ରେଲିଆ । ଗ୍ରୁପରେ 3 ଏବଂ 4ର୍ଥରେ ଅଛନ୍ତି ଯଥାକ୍ରମେ ଇଂଲଣ୍ଡ ଏବଂ ଆଫଗାନିସ୍ତାନ ।
ମ୍ୟାଚ୍ ବାତିଲ ପରେ କିଏ ଲାଭ ପାଇବ ?
ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ ବର୍ଷା ହେତୁ ବାତିଲ ହୋଇଛି । ଆଇସିସି ନିୟମ ଅନୁଯାୟୀ ଉଭୟ ଦଳକୁ ପ୍ରତ୍ୟେକଙ୍କୁ 1 ପଏଣ୍ଟ ମିଳିଛି । ଏଭଳି ପରିସ୍ଥିତିରେ ଉଭୟ ଦଳର ପ୍ରତ୍ୟେକ 3 ପଏଣ୍ଟ ପାଇଛନ୍ତି, କିନ୍ତୁ ରନ୍ ହାର ଦୃଷ୍ଟିରୁ ଦକ୍ଷିଣ ଆଫ୍ରିକା ଶୀର୍ଷରେ ଥିବାବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ମ୍ୟାଚ୍ ବାତିଲ ହେବା ପରେ ଅନ୍ୟ ଦୁଇ ଦଳ (ଇଂଲଣ୍ଡ ଏବଂ ଆଫଗାନିସ୍ତାନ) ପାଇଁ ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ସମ୍ପୂର୍ଣ୍ଣ ଖୋଲା ରହିବ । ଏହି ମ୍ୟାଚ୍ ବାତିଲ ହେବା ପରେ ପରବର୍ତ୍ତୀ ମ୍ୟାଚ୍ ଇଂଲଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ହେବ। ସେହି ମ୍ୟାଚ୍ ଜିତିଥିବା ଦଳ ଏହାର ତୃତୀୟ ତଥା ଅନ୍ତିମ ଲିଗ୍ ମ୍ୟାଚ୍ ଜିତି ସେମିଫାଇନାଲରେ ପ୍ରବେଶ କରିବାର ସୁଯୋଗ ପାଇବେ ।
ଏହା ବି ପଢନ୍ତୁ- ଚାମ୍ପିଅନ୍ସ ଟ୍ରଫିରୁ ପାକିସ୍ତାନ ବିଦା, ସେମିରେ ଭାରତ-ନ୍ୟୁଜିଲାଣ୍ଡ - NEW ZEALAND QUALIFY FOR SEMIFINAL
ଅଷ୍ଟ୍ରେଲିଆ ପାଇଁ ସେମିଫାଇନାଲ ସମୀକରଣ-
ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ବାତିଲ ହେବା ପରେ ଅଷ୍ଟ୍ରେଲିଆକୁ ଶୁକ୍ରବାର ଦିନ ଆଫଗାନିସ୍ତାନ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ ଜିତିବାକୁ ପଡିବ । ଏହି ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆ ପଏଣ୍ଟ ପାଇବେ ଏବଂ ସେମିଫାଇନାଲରେ ପ୍ରବେଶ କରିବ । ଯଦି ଅଷ୍ଟ୍ରେଲିଆ ଆଫଗାନିସ୍ତାନଠୁ ପରାସ୍ତ ହୁଏ, 3 ପଏଣ୍ଟ ସହ ସେମିଫାଇନାଲ ରେସରୁ ବାଦ ପଡିବ ଦଳ ।
ଦକ୍ଷିଣ ଆଫ୍ରିକା ପାଇଁ ସେମିଫାଇନାଲ ସମୀକରଣ-
ଯଦି ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିବାକୁ ଚାହୁଁଛି, ତେବେ କୌଣସି ପ୍ରକାରେ ଇଂଲଣ୍ଡ ବିପକ୍ଷରେ ଏହାର ଶେଷ ଲିଗ୍ ମ୍ୟାଚ୍ ଜିତିବାକୁ ପଡ଼ିବ । ଏଭଳି ପରିସ୍ଥିତିରେ ଦଳ 5 ପଏଣ୍ଟ ପାଇବ ଏବଂ ଆଫ୍ରିକୀୟ ଦଳ ସେମିଫାଇନାଲରେ ପ୍ରବେଶ କରିବ । ଯଦି ଇଂଲଣ୍ଡଠୁ ଦକ୍ଷିଣ ଆଫ୍ରିକା ପରାସ୍ତ ହୁଏ, ଦଳ ସେମିଫାଇନାଲରୁ ବାଦ ପଡିପାରେ ।
ଗ୍ରୁପ-ବ ଟିମ୍ ପଏଣ୍ଟ ଟେବୁଲ-
- ଦକ୍ଷିଣ ଆଫ୍ରିକା: ମ୍ୟାଚ୍-୨, ପଏଣ୍ଟ -3, ନେଟ୍ ରନ୍ ହାର 2.140
- ଅଷ୍ଟ୍ରେଲିଆ: ମ୍ୟାଚ୍ -2, ପଏଣ୍ଟ - 3, ନେଟ୍ ରନ୍ ହାର 0.475
- ଇଂଲଣ୍ଡ: ମ୍ୟାଚ୍ -1, ପଏଣ୍ଟ - 0, ନେଟ୍ ରନ୍ ହାର -0.475
- ଆଫଗାନିସ୍ତାନ: ମ୍ୟାଚ୍ -1, ପଏଣ୍ଟ -0, ନେଟ୍ ରନ୍ ହାର -240
ଇଂଲଣ୍ଡ-ଆଫଗାନିସ୍ତାନ ସେମିଫାଇନାଲରେ ସୁଯୋଗ-
ଇଂଲଣ୍ଡ ଏବଂ ଆଫଗାନିସ୍ତାନ ପ୍ରତ୍ୟେକ ଗୋଟିଏ ମ୍ୟାଚ୍ ଖେଳିଛନ୍ତି । ଏହି ଉଭୟ ଦଳ ପଏଣ୍ଟ ଟେବୁଲରେ ନିଜ ନିଜ ଖାତା ଖୋଲି ନାହାଁନ୍ତି । ବର୍ତ୍ତମାନ ଉଭୟ ଦଳକୁ ସେମାନଙ୍କର ଅବଶିଷ୍ଟ ଅନ୍ତିମ ଲିଗ୍ ମ୍ୟାଚ୍ ଜିତିବାକୁ ପଡ଼ିବ । ଏହା ସହିତ ଉଭୟ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ସେମାନଙ୍କର ଅନ୍ତିମ ମ୍ୟାଚ୍ ହାରିବେ । ତେବେ ଇଂଲଣ୍ଡ କିମ୍ବା ଆଫଗାନିସ୍ତାନ ହେଉ କେବଳ ଗୋଟିଏ ଦଳ ପାଇଁ ଏହି ସମୀକରଣ ସମ୍ଭବ ହେବ । କାରଣ ଏହି ଉଭୟ ଦଳ ପରସ୍ପର ସହିତ ଦ୍ୱିତୀୟ ଲିଗ୍ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ସେହି ମ୍ୟାଚରେ କେବଳ ଗୋଟିଏ ଦଳ ଜିତିବ, ଯେଉଁ ଦଳ ଜିତିବ ସେମିଫାଇନାଲକୁ ଯିବାର ସୁଯୋଗ ପାଇବ । ଇଂଲଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଆସନ୍ତା ଫେବୃଆରୀ 26 ରେ ଅନୁଷ୍ଠିତ ହେବାକୁ ଯାଉଛି। ଚାମ୍ପିଅନ୍ସ ଟ୍ରଫି 2025 ର ସେମିଫାଇନାଲରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ଗ୍ରୁପ୍ ଏରେ ନିଜର ସ୍ଥାନ ନିଶ୍ଚିତ କରିସାରିଛନ୍ତି ।