ଓଡିଶା

odisha

ETV Bharat / sports

ପୁଣି କମ୍ପିବ ବାରବାଟୀ, ଫେବୃଆରୀ 16ରୁ ସେଲିବ୍ରିଟି କ୍ରିକେଟ ଲିଗ୍ - CCL 2025

କଟକ ବାରବାଟୀରେ କ୍ରିକେଟ ଖେଳିବେ ନାମୀଦାମୀ ଭାରତୀୟ ଫିଲ୍ମ ଷ୍ଟାର । ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ ବୋନି କପୁର ।

CCL 2025
CCL 2025 (ETV BHARAT ODISHA)

By ETV Bharat Odisha Team

Published : Feb 13, 2025, 4:07 PM IST

ଭୁବନେଶ୍ବର:ପୁଣି କମ୍ପିବ ବାରବାଟୀ । ଭାରତୀୟ ଦଳର ଷ୍ଟାର ବ୍ୟାଟର ନୁହନ୍ତି ବରଂ ସେଲିବ୍ରିଟିଙ୍କ ବ୍ଯାଟରୁ ହେବ ଛକା ଚୌକାର ବର୍ଷା । କଟକ ବାରବାଟୀରେ କ୍ରିକେଟ ଖେଳିବେ ନାମୀଦାମୀ ଭାରତୀୟ ଫିଲ୍ମ ଷ୍ଟାର । ଆସନ୍ତା 16 ତାରିଖରୁ ଆରମ୍ଭ ହେବାକୁ ଯାଉଛି ସେଲିବ୍ରିଟି କ୍ରିକେଟ ଲିଗ୍ । ମ୍ୟାଚ ଖେଳିବେ ଷ୍ଟାର, ସୁପରଷ୍ଟାର । ଏନେଇ ଗତକାଲି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିସିଏଲ ପକ୍ଷରୁ ଏହି ସୂଚନା ଦିଆଯାଇଛି।

CCL 2025 (ETV BHARAT ODISHA)

ସେଲିବ୍ରିଟି କ୍ରିକେଟ ଲିଗ୍ ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ:

ବେଙ୍ଗଲ ସେଲିବ୍ରିଟି କ୍ରିକେଟର ହୋମ କଟକ ବାରବାଟୀ ଗ୍ରାଉଣ୍ଡ ହେବ ବୋଲି ଟିମ୍ ଓନର ବୋନି କପୁର ଘୋଷଣା କରିଛନ୍ତି। ବେଙ୍ଗଲର ମୁକାବିଲା ମୁମ୍ବାଇ ଷ୍ଟାର ଟିମ୍ ସହ ହେବ । ଟୁର୍ଣ୍ଣାମେଣ୍ଟରେ ଅର୍ଜୁନ କପୁର୍, ସୋହେଲ ଖାଁ, ସୋନୁ ସୁଦ୍, ମିକା ସିଂ, ଆୟୁଷ୍ମାନ ଖୁରାନା, ରିତେଶ ଦେଶମୁଖ, ଜାହ୍ନବୀ କପୁର ଭଳି ଷ୍ଟାରମାନେ ଖେଳୁଥିବାର ଦର୍ଶକ ଦେଖିବାକୁ ପାଇବେ । ଫେବୃଆରୀ ୧୧ ରୁ ବାରବାଟୀରେ ଏଥିପାଇଁ ଟିକେଟ ଉପଲବ୍ଧ ରହିବ । ଏହାଛଡା ରେଲୱେ ଷ୍ଟେସନ, ବିମାନ ବନ୍ଦର, ବସଷ୍ଟାଣ୍ଡରେ ବି ଟିକେଟ ମିଳିବ । ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅର୍ଜୁନ କପୁର ମଧ୍ୟ ଉପସ୍ଥିତ ଥିଲେ । ଟୁର୍ଣ୍ଣାମେଣ୍ଟର ଉଦଘାଟନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିବେ । ଗତକାଲି ବୋନି କପୁର ଏବଂ ଅର୍ଜୁନ ମୁଖ୍ୟମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆମନ୍ତ୍ରଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଶୁବମନଙ୍କ ଶାନଦାର ଶତକ ସହ ସିରିଜ ପୋଛିନେଲା ଭାରତ - IND VS ENG ODI SERIES

ଏହା ମଧ୍ୟ ପଢନ୍ତୁ-ଆଇପିଏଲ 2025: RCBର ନୂଆ ଅଧିନାୟକ ରଜତ ପଟିଦାର - IPL 2025

ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବେ ବୋନି କପୁର:

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଡ ଘୋଷଣା କରିଥିଲେ ଚଳଚ୍ଚିତ୍ର ନିର୍ମାତା ବୋନି କପୁର । ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ସେ ଆଗ୍ରହୀ ଥିବା କହିଛନ୍ତି । ସେ କହିଛନ୍ତି, ''ପୂର୍ବରୁ ଅଲଗା ଭାଷାରେ ସିନେମା ତିଆରି କରିଛି । ତେଣୁ ଓଡି଼ଆରେ ବି ତିଆରି କରିବି । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ଆଲୋଚନା କରିଛି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଆଗକୁ ନେବାକୁ ପାଇଁ ସେ ବି ହାତ ବଢାଇବେ ବୋଲି ସୂଚନା ଦେଇଛନ୍ତି । ଓଡ଼ିଶାରେ ସୁଟିଂ କରିବା ପାଇଁ ଅନେକ ଭଲ ସ୍ପଟ୍ ରହିଛି । ବଲିଉଡ ପାଇଁ ଏହା ଭଲ ସୁଯୋଗ। ''

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details