ଓଡିଶା

odisha

By ETV Bharat Odisha Team

Published : Mar 26, 2024, 10:47 PM IST

ETV Bharat / sports

ଡିମାଣ୍ଡରେ ବଲାଙ୍ଗୀର କଳାମାଟି, କ୍ରିକେଟ ପିଚ ନିର୍ମାଣରେ ରହିଛି କନେକସନ୍ - BLACK SOIL USED FOR CRICKET PITCH

Black Soil From Balangir Used For Cricket Pitch: ଭାରତ ଭଳି କ୍ରିକେଟ ପ୍ରେମୀ ଦେଶରେ କ୍ରିକେଟ ପିଚ୍ ନିର୍ମାଣରେ ବ୍ୟବହାର ହେଉଛି ବଲାଙ୍ଗୀରର କଳାମାଟି । ବଲାଙ୍ଗୀରର କଳା ମାଟିର କଠିନତା କାରଣରୁ ଏହାକୁ ଅଷ୍ଟ୍ରେଲିଆ ଭଳି ବାଉନସିଂ ପିଚ୍ ନିର୍ମାଣରେ ବ୍ୟବହାର କରାଯାଇଥାଏ । ସେହିପରି ଏହି ମାଟିରେ ଆଦ୍ରର୍ତା ରହିଥିବାରୁ ପିଚ୍ ରେ ସହଜରେ ଘାସ ମରେ ନାହିଁ । ଅଧିକ ପଢନ୍ତୁ

ଚର୍ଚ୍ଚାରେ ବଲାଙ୍ଗୀରର କଳାମାଟି, କ୍ରିକେଟ ପିଚ ନିର୍ମାଣରେ ହେଉଛି ବ୍ୟବହାର
ଚର୍ଚ୍ଚାରେ ବଲାଙ୍ଗୀରର କଳାମାଟି, କ୍ରିକେଟ ପିଚ ନିର୍ମାଣରେ ହେଉଛି ବ୍ୟବହାର

ଚର୍ଚ୍ଚାରେ ବଲାଙ୍ଗୀରର କଳାମାଟି, କ୍ରିକେଟ ପିଚ ନିର୍ମାଣରେ ହେଉଛି ବ୍ୟବହାର

ବଲାଙ୍ଗୀର: ଭାରତ ଭଳି କ୍ରିକେଟ ପ୍ରେମୀ ଦେଶରେ କ୍ରିକେଟ ଏକ ଧର୍ମ ସଦୃଶ । ଭାରତରେ ଅନୁଷ୍ଠିତ ହେଉଥିବା କ୍ରିକେଟ ମ୍ୟାଚ ପାଇଁ ଫ୍ୟାନ ମାନଙ୍କ ମଧ୍ୟ ରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥାଏ । ଏକ ଭଲ କ୍ରିକେଟ ମ୍ୟାଚ ମୁଖ୍ୟତଃ ଖେଳାଳି ମାନଙ୍କ ପ୍ରଦର୍ଶନ ସାଙ୍ଗକୁ ଏକ ଉତ୍କୃଷ୍ଟ ପଡିଆ ଓ କ୍ରିକେଟ ପିଚ ଉପରେ ନିର୍ଭରଶୀଳ ହୋଇଥାଏ । ତେବେ ଭାରତରେ ଅନୁଷ୍ଠିତ ହେଉଥିବା ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚରେ ବ୍ୟବହୃତ ହେଉଥିବା କ୍ରିକେଟ ପିଚ୍ ସହ ରହିଛି ବଲାଙ୍ଗୀରର କନେକ୍ସନ । ବଲାଙ୍ଗୀରରୁ ମିଳୁଥିବା କଳା ମାଟିରୁ ପ୍ରସ୍ତୁତ ହେଉଛି କ୍ରିକେଟ ପିଚ୍ । ଯାହା ଆଜିର କ୍ରିକେଟ ଖେଳକୁ ରୋଚକ ଓ ଖେଳିବା ଯୋଗ୍ୟ କରିଛି ।

ବଲାଙ୍ଗୀରର କଳା ମାଟିର କଠିନତା କାରଣରୁ ଏହାକୁ ଅଷ୍ଟ୍ରେଲିଆ ଭଳି ବାଉନସିଂ ପିଚ୍ ନିର୍ମାଣରେ ବ୍ୟବହାର କରାଯାଇଥାଏ । ସେହିପରି ଏହି ମାଟିରେ ଆଦ୍ରର୍ତା ରହିଥିବାରୁ ପିଚ୍ ରେ ସହଜରେ ଘାସ ମରେ ନାହିଁ ଓ ବ୍ୟାଟିଂ ଅନୁକୂଳ ହୋଇଥାଏ । ଗତ ବିଶ୍ବକପ ଫାଇନାଲରେ ବଲାଙ୍ଗୀରର କଳାମାଟି ବ୍ୟବହୃତ ହୋଇଥିଲା । କ୍ରିକେଟ ବିଶେଷଜ୍ଞ ମତରେ ଏହି ମାଟି କଟକର ବାରବାଟି ଷ୍ଟାଡିୟମ, କିଟ ଷ୍ଟାଡିୟମ ଭଳି ଅନେକ ଜାଗାରେ ବ୍ୟବହାର ହେଉଛି । ଅନ୍ୟ ରାଜ୍ୟରେ ମଧ୍ୟ ପିଚ୍ ନିର୍ମାଣରେ ଏହି ବ୍ଲାକ୍ କଟନ ମାଟିକୁ ବ୍ୟବହାର କରାଯାଉଛି । ଏହାର ଫଳାଫଳ ମଧ୍ୟ ବେଶ ଭଲ ରହିଛି ।

ଏହା ମଧ୍ୟ ପଢନ୍ତୁ ...କ୍ରିକେଟ ମ୍ୟାଚରେ ଦର୍ଶକଙ୍କୁ ଆକର୍ଷିତ କରୁଛି ଅମ୍ପାୟାରଙ୍କ ନୃତ୍ୟ ଶୈଳୀ, ଅମ୍ପାୟାରଙ୍କୁ ଦେଖିବା ପାଇଁ ଜମୁଛି ଭିଡ଼

ଭୂବିଜ୍ଞାନୀଙ୍କ ମତରେ ଏହି ମାଟିରେ ଧାତବୀୟ ଗୁଣ ରହିଥିବାରୁ କ୍ରିକେଟ ପିଚ ତିଆରି ପରେ ବ୍ୟବହୃତ ହେଉଛି । ତେବେ ଏହି କଳା ମାଟିର ବଣ୍ଡିଂ ଗୁଣ ଅନ୍ୟ ମାଟି ଠାରୁ ଭିନ୍ନ ରହିଥାଏ ଏବଂ ଏହା କଠିନ ହେବା ସାଙ୍ଗକୁ ନମନୀୟ ମଧ୍ୟ ହୋଇଥାଏ । କଳା ମାଟିର ଆସ୍ତରଣ ପିଚକୁ ଦୀର୍ଘ ସ୍ଥାୟୀ କରିଥାଏ ଏବଂ ସ୍ପିନ ବୋଲିଂ ହେଉ କିମ୍ବା ଫାଷ୍ଟ ବୋଲିଂ, ଏହି ମାଟିରୁ ତିଆରି ପିଚ ତାକୁ ସହଜରେ ସହିଥାଏ । ପୂର୍ବରୁ କ୍ରିକେଟ ପିଚ ପାଇଁ ଗଙ୍ଗା କୂଳର ମାଟି ବ୍ୟବହାର ହେଉଥିଲା ଏବଂ ଏବେ ବଲାଙ୍ଗୀରର ଏହି ମାଟିର ବ୍ୟବହାର ନିହାତି ଭାବରେ ଗର୍ବର ବିଷୟ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ତେବେ ସରକାର ଏ ସମ୍ପର୍କରେ ନିୟମରେ କିଛି କୋହଳ କଲେ ସାରା ଭାରତରେ ମାଟି ପହଞ୍ଚିବା ସହ ଉନ୍ନତ ଧରଣର ପିଚ୍ ମଧ୍ୟ ବନିପାରିବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details