ETV Bharat / health

ଏସବୁ ଲକ୍ଷଣ ହୋଇପାରେ ହୃଦରୋଗର କାରଣ; ହୃଦଘାତରୁ ବଞ୍ଚିବାକୁ ହେଲେ, ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ - World Heart Day 2024

author img

By ETV Bharat Health Team

Published : 3 hours ago

Updated : 2 hours ago

World Heart Day 2024: ହୃଦୟ ସୁସ୍ଥ ରହିଲେ, ଶରୀର ସୁସ୍ଥ ରହିଥାଏ । ଆଜିର ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ହୃଦରୋଗରେ ପ୍ରାଣହାନି ହେଉଛି । ତେଣୁ ସାଧାରଣ ଲୋକଙ୍କୁ ହୃଦୟ ସ୍ବାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ପ୍ରତିବର୍ଷ ପାଳନ ହେଉଛି ବିଶ୍ବ ହୃଦୟ ଦିବସ । ଏହି ଅବସରରେ ଜାଣନ୍ତୁ କେମିତି ନିଜ ହୃଦୟକୁ ସୁସ୍ଥ ରଖି ନିଜେ ସୁସ୍ଥ ରହିବେ...

ଆଜି ବିଶ୍ବ ହୃଦୟ ଦିବସ
ଆଜି ବିଶ୍ବ ହୃଦୟ ଦିବସ (ETV Bharat)

ଭୁବନେଶ୍ବର: ମଣିଷ ଶରୀରରେ ହୃଦୟ ବା ହୃତପିଣ୍ଡ (Heart) ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ହୃଦୟ ସୁସ୍ଥ ରହିଲେ, ଶରୀର ସୁସ୍ଥ ରହିଥାଏ । ଆଜିର ପରିବର୍ତ୍ତିତ ଜୀବନଶୈଳୀ ଓ ବ୍ୟସ୍ତବହୁଳ ଜୀବନରେ ଏହାକୁ କିପରି ସୁସ୍ଥ ରଖିବା ତାହା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ତେଣୁ ସାଧାରଣ ଲୋକଙ୍କୁ ହୃଦୟ ସ୍ବାସ୍ଥ୍ୟ ଓ ହୃଦ୍‌ଜନିତ ରୋଗ ବାବଦରେ ସଚେତନ କରାଇବା ଲାଗି ପ୍ରତିବର୍ଷ ସେପ୍ଟେମ୍ବର 29 ତାରିଖରେ 'ବିଶ୍ବ ହୃଦୟ ଦିବସ' ପାଳନ କରାଯାଏ । ଅର୍ଥାତ୍ ଆଜି ହେଉଛି 'ବିଶ୍ବ ହୃଦୟ ଦିବସ' । ନିଜକୁ ସୁସ୍ଥ ରଖିବାକୁ ହେଲେ ହୃଦୟକୁ ସୁସ୍ଥ ରଖିବା ନିହାତି ଆବଶ୍ୟକ । ମାତ୍ର ଆଜିର ଅସ୍ବାସ୍ଥ୍ୟକର ଜୀବନଶୈଳୀ ଓ ଖାଦ୍ୟ ଅଭ୍ୟାସ ଯୋଗୁଁ ଲକ୍ଷ ଲକ୍ଷ ଲୋକେ ହୃଦରୋଗରେ ପୀଡିତ ।

ହାର୍ଟଆଟାକ୍ ବା ହୃଦଘାତ ଯେମିତି ଏକ ସାଧାରଣ ରୋଗ ହୋଇଗଲାଣି । ବିଶେଷକରି କମ୍ ବୟସର ଯୁବକମାନେ ହୃଦଘାତର ଶିକାର ହେଉଛନ୍ତି । ଉଚିତ ଖାଦ୍ୟପେୟ, ପାନୀୟ ଗ୍ରହଣ, ବ୍ୟାୟାମ, ଧୂମପାନ ବର୍ଜନ ପ୍ରଭୃତି ଅଭ୍ୟାସ ଆମ ହୃଦୟକୁ ସୁସ୍ଥ ରଖିଥାଏ । ନଚେତ୍ ବିଭିନ୍ନ ପ୍ରକାର ହୃଦଜନିତ ସମସ୍ୟା ଦେଖାଯିବାର ସମ୍ଭାବନା ରହିଥାଏ । ହୃଦୟ ଦିବସ ଅବସରରେ ହୃଦରୋଗର କାରଣ ଓ ନିରାକରଣ ସମ୍ପର୍କରେ ଅଧିକ ଆଲୋଚନା କରିଛନ୍ତି ହୃଦରୋଗ ବିଶେଷଜ୍ଞ ଡାକ୍ତର ମହେଶ ପ୍ରସାଦ ଅଗ୍ରୱାଲ ।

ହୃଦୟ ଦିବସ ଥିମ୍:

ଚଳିତ ବର୍ଷ ବିଶ୍ବ ହୃଦୟ ଦିବସର ଥିମ୍ ରହିଛି 'ୟୁଜ୍ ହାର୍ଟ ଫର୍ ଆକ୍ସନ' । ଏହାର ଅର୍ଥ ହୃଦରୋଗକୁ ରୋକିବା ପାଇଁ ନିରାକରଣ ବ୍ୟବସ୍ଥା । 1999 ମସିହାରେ ବିଶ୍ବ ହୃତପିଣ୍ଡ ସଂଘର (WHF) ତତ୍କାଳୀନ ଅଧ୍ୟକ୍ଷ ଆଣ୍ଟୋନି ବେଜାସ ଡି ଲୁନା ଏହି ଦିବସ ପାଳନ ପାଇଁ ପରିକଳ୍ପନା କରିଥିଲେ । 2000 ମସିହା ସେପ୍ଟେମ୍ବର 24 ତାରିଖରେ ପ୍ରଥମ କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ମିଶି ଡବ୍ଲ୍ୟୁଏଚଏଫ ବିଶ୍ବ ହୃତପିଣ୍ଡ ଦିବସ ପାଳନ କରାଯାଇଥିଲା । ଏହି ଦିବସ ସେହି ବର୍ଷ ସେପ୍ଟେମ୍ବରର ଶେଷ ରବିବାର ପଡୁଥିବାରୁ 2011 ମସିହା ପର୍ଯ୍ୟନ୍ତ ପ୍ରତିବର୍ଷ ସେପ୍ଟେମ୍ବର ଶେଷ ରବିବାର ଦିନ ପାଳନ କରାଯାଉଥିଲା । ହେଲେ 2012 ମସିହାରୁ ବିଶ୍ବ ହୃଦୟ ଦିବସ ପ୍ରତିବର୍ଷ ସେପ୍ଟେମ୍ବର 29 ତାରିଖରେ ପାଳନ କରାଯାଇଆସୁଛି ।

ହୃଦରୋଗର ଲକ୍ଷଣ:

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ହୃଦ୍‌ଘାତ ପୂର୍ବରୁ ଛାତି ଯନ୍ତ୍ରଣା, ବାରମ୍ବାର ହାଲିଆ ଲାଗିବା, ବିଭିନ୍ନ ଅଙ୍ଗର ଶିରାପ୍ରଶିରା ନୀଳ ହୋଇଯିବା, ମୁଣ୍ଡ ବୁଲାଇବା ସହ ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ହେବା ଭଳି ଲକ୍ଷଣ ଦେଖାଯାଏ ।

  • ଛାତିରେ ଯନ୍ତ୍ରଣା
  • ଥକ୍କାପଣ ବା ହାଲିଆ ଲାଗିବା
  • ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା
  • ବେକ, ଗଳା, ପେଟ, ପାଦ କିମ୍ବା ବାହୁରେ ଯନ୍ତ୍ରଣା
  • ହୃଦସ୍ପନ୍ଦନ ଅନିୟମିତ (ଜୋରରେ ବଢିବା ନହେଲେ କମିଯିବା)
  • ମୁଣ୍ଡ ବୁଲାଇବା କିମ୍ବା ଚେତାଶୂନ୍ୟ ହେବା

ହାର୍ଟ ଜନିତ ସମସ୍ୟା କାରଣ:-

ହୃତପିଣ୍ଡ ଆମର ପୁରା ଶରୀରକୁ ରକ୍ତ ଯୋଗାଇଥାଏ । ତେଣୁ ଏହାକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ । ବର୍ତ୍ତମାନ ବିଶ୍ୱରେ ହୃଦରୋଗରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଯାଉଛି । ବିଶେଷ ଭାବରେ ଏହାର କାରଣ ହେଉଛି..

  • ଜୀବନଶୈଳୀରେ ପରିବର୍ତ୍ତନ
  • ଅସ୍ବାସ୍ଥ୍ୟକର ଖାଦ୍ୟପେୟ
  • ଧୂମ୍ରପାନ
  • ମଦ୍ୟପାନ
  • ମାନସିକ ଚାପ

ସେହିପରି ହାଇ କୋଲେଷ୍ଟ୍ରଲ, ବ୍ଲଡପ୍ରେସର, ବ୍ଲଡସୁଗାର ପ୍ରଭୃତି ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ହୃଦରୋଗର ଆଶଙ୍କା ଅଧିକ ରହିଥାଏ ବୋଲି କହିଛନ୍ତି ହୃଦରୋଗ ବିଶେଷଜ୍ଞ ।

ହୃଦରୋଗରୁ କେମିତି ବର୍ତ୍ତିବେ:

ହୃଦରୋଗ ବିଶେଷଜ୍ଞ ମହେଶ ପ୍ରସାଦ ଅଗ୍ରୱାଲ କହିବା କଥା, ନିଜ ଜୀବନଶୈଳୀରେ ପରିବର୍ତ୍ତନ କରି 80 ପ୍ରତିଶତ ହୃଦରୋଗ ଆଶଙ୍କା କମାଇପାରିବେ । ଧୂମ୍ରପାନ ବନ୍ଦ କରିବା, ତମାଖୁ ଓ ମଦ ସେବନ ନକରିବା । ନିଜ ଶରୀରର ଯତ୍ନ ନେବା ଆବଶ୍ୟକ । ସ୍ବାସ୍ଥ୍ୟକର ଜୀବନଶୈଳୀ ଆପଣାଇ ଆପଣ ହୃଦରୋଗରୁ ବର୍ତ୍ତିପାରିବେ । ଯେମିତିକି-

ପ୍ରତ୍ୟେକ ଦିନ ବ୍ୟାୟାମ:-

ହୃଦରୋଗ ବିଶେଷଜ୍ଞ ମହେଶ ପ୍ରସାଦ ଅଗ୍ରୱାଲ କହିଛନ୍ତି, ''ସୁସ୍ଥ ହୃଦୟ ପାଇଁ ପ୍ରତ୍ୟେକ ଦିନ କିଛି ସମୟ ବ୍ୟାୟାମ କରିବା ଉଚିତ୍ । ନିଜର ହୃଦୟ ପାଇଁ ଦିନକୁ ଅତିକମରେ 30 ମିନିଟ୍ ସମୟ ବାହାର କରନ୍ତୁ । ଦୈନିକ ୧୫ରୁ ୨୦ ମିନିଟ୍ ବ୍ୟାୟାମ କରିପାରିବେ । ଘରେ କିମ୍ବା ବାହାରେ କିଛି ସମୟ ପାଇଁ ଦୌଡ଼ିବେ, ଚଲାବୁଲା କରିବେ । ଯାହା ଫଳରେ ଠିକ୍ ଭାବେ ରକ୍ତ ସଞ୍ଚାଳନ ହେବା ସହ ହାର୍ଟରେ ବ୍ଲକେଜ୍ କମ ରହିବ । ଫଳରେ ହାର୍ଟ ଆଟାକରୁ ବଞ୍ଚିପାରିବେ ।''

ମାନସିକ ଚାପ:

ହୃଦରୋଗ ବିଶେଷଜ୍ଞ କହିଛନ୍ତି, ଜୀବନ ଅଛି ମାନେ ଚାପ ବା ଷ୍ଟ୍ରେସ ଲାଗି ରହିବ । ଚାପ କମ୍ କରିବା ଆବଶ୍ୟକ । କୌଣସି ଏକ ଟାର୍ଗେଟ ପଛରେ ଦୌଡନ୍ତୁ ନାହିଁ । ଯେତେ ପାରିବେ ଚାପରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଏହାଦ୍ବାରା ହୃଦୟ ଉପରେ ବିଶେଷ ପ୍ରଭାବ ପଡିନଥାଏ ଓ ଏହା ସୁସ୍ଥ ରହେ ।

ଖାଦ୍ୟପେୟ:

ଶରୀର ତଥା ହାର୍ଟ ସୁସ୍ଥ ରଖିବାକୁ ହେଲେ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଅଣ୍ଡା ଖାଉଥିଲେ ଏହାର ଧଳା ଅଂଶ ଖାଆନ୍ତୁ, କେଶର ଖାଆନ୍ତୁ ନାହିଁ । ଚୁନା ମାଛ ଖାଅନ୍ତୁ । ଅଳ୍ପ ପରିମାଣରେ ଚିକେନ ଖାଇପାରିବେ । ଅତ୍ୟଧିକ ମାଂସ ନ ଖାଇବା ଭଲ । ଯେତେ ସମ୍ଭବ ସବୁଜ ପନିପରିବା ଓ ଫଳମୂଳ ଖାଆନ୍ତୁ । ପ୍ରତ୍ୟେକ ଦିନ ବାଦାମ ଖାଇବା ଭଲ । ତେଲ ଛଣା, ଘିଅ ଜାତୀୟ ଖାଦ୍ୟ କମ୍ ସେବନ କରନ୍ତୁ । ଫାଷ୍ଟଫୁଡ ଠାରୁ ଦୂରେଇ ରୁହନ୍ତୁ । ଏସବୁ ପ୍ରତି ସତର୍କ ରହିଲେ ହାର୍ଟଆଟାକ ଆଶଙ୍କା କମିଥାଏ ।

ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା:

ପ୍ରତ୍ୟେକ ବ୍ୟକ୍ତି ନିୟମିତ ଭାବେ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରିବା ଉଚିତ୍ । ଇସିଜି କରି ହାର୍ଟର ସ୍ଥିତି ଜାଣିବା ଆବଶ୍ୟକ । ଏହା ସହିତ ସୁଗାର, କୋଲେଷ୍ଟ୍ରଲ, ରକ୍ତଚାପ ଆଦି ପରୀକ୍ଷା କରିବା ଉଚିତ୍ ବୋଲି କହିଛନ୍ତି ହୃଦରୋଗ ବିଶେଷଜ୍ଞ ।

କେଉଁ ବସୟରେ ଅଧିକ ହାର୍ଟଆଟାକ୍ ?

ପୂର୍ବରୁ ବୟସ୍କ ବା 50 ବର୍ଷରୁ ଊର୍ଦ୍ଧ୍ବ ବୟସ ଲୋକଙ୍କ କ୍ଷେତ୍ରରେ ଅଧିକ ହୃଦରୋଗ ଦେଖାଯାଉଥିଲା । କିନ୍ତୁ ବର୍ତ୍ତମାନ 25ରୁ 30 ବର୍ଷର ଯୁବକଙ୍କ ମଧ୍ୟରେ ବି ଅଧିକ ହୃଦରୋଗ ଦେଖାଯାଉଛି । ଛୋଟ ପିଲାଙ୍କ କ୍ଷେତ୍ରରେ ଏହି ଆଶଙ୍କା ବହୁତ୍ କମ୍ ବୋଲି କହିଛନ୍ତି ହୃଦରୋଗ ବିଶେଷଜ୍ଞ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାଧାରଣ ଭାବେ ପୁରୁଷଙ୍କ ମଧ୍ୟରେ ଅଧିକ ହୃଦଜନିତ ସମସ୍ୟା ରହିଥାଏ । କିନ୍ତୁ ଏବେ ମହିଳାମାନଙ୍କ କ୍ଷେତ୍ରରେ ମଧ୍ୟ ଦିନକୁ ଦିନ ବୃଦ୍ଧି ଘଟୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.