ETV Bharat / sports

ବିଶ୍ବ କ୍ରିକେଟର 6 ଦିଗ୍‌ଗଜ : ହାସଲ କରିଛନ୍ତି 150ରୁ ଅଧିକ ଶତକ; ବହୁ ପଛରେ ସଚିନ-କୋହଲି - Cricketer with 150 Centuries

Cricketer with 150 Centuries : ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ (100) ଶତକ ହାସଲ କରିଛନ୍ତି ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର । ହେଲେ ଏଠାରେ ଜାଣନ୍ତୁ ବିଶ୍ବ କ୍ରିକେଟର ଏମିତି 6 ଦିଗ୍‌ଗଜ କ୍ରିକେଟରଙ୍କୁ, ଯାହାଙ୍କ ନାମରେ 150ରୁ ବି ଅଧିକ ଶତକ ରହିଛି । ପଢ଼ନ୍ତୁ ପୂରା ଖବର

ପ୍ରତିକାତ୍ମକ ଫଟୋଚିତ୍ର
ପ୍ରତିକାତ୍ମକ ଫଟୋଚିତ୍ର (ETV Bharat Odisha)
author img

By ETV Bharat Sports Team

Published : Sep 28, 2024, 7:09 PM IST

ହାଇଦ୍ରାବାଦ : ବିଶ୍ବ କ୍ରକେଟର ଶ୍ରେଷ୍ଠ କ୍ରିକେଟର କିଏ ? କାହା ନାଁରେ ରହିଛି ସବୁଠାରୁ ଅଧିକ ରେକର୍ଡ ? ଏଭଳି ପ୍ରଶ୍ନ ଆସିଲେ ସାଧାରଣତଃ କ୍ରିକେଟ ପ୍ରଶଂସକଙ୍କ ମନରେ ଆସିବ ଗୋଟିଏ ନାଁ, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । କାରଣ ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ଅଧିକାଂଶ ରେକର୍ଡ ସଚିନଙ୍କ ନାମରେ । ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ଅଧିକ ଶତକ ସଚିନ ତେନ୍ଦୁଲକରଙ୍କ ନାଁରେ । କୁହାଯାଉଛି ସଚିନଙ୍କ ଶତକ ରେକର୍ଡ ବିରାଟ କୋହଲି ଭାଙ୍ଗିଦେଇ ପାରିବେ ।

ତେବେ ଆପଣ ଜାଣନ୍ତି କି ? ଶତକରେ ଏପରି ରେକର୍ଡ ରହିଛି, ଯେଉଁଥିରେ ସଚିନ କି ବିରାଟଙ୍କ ନାଁ ନାହିଁ । ଆଶ୍ଚର୍ଯ୍ୟର କଥା ହେଉଛି, କେବଳ ସଚିନ କି ବାରଟ କାହିଁକି ? କୌଣସି ଭାରତୀୟ ଏହି ରେକର୍ଡର ସମକକ୍ଷ ହୋଇପାରିନାହାନ୍ତି । ବାସ୍ତବରେ ଏହି ଶତକ ରେକର୍ଡ ହେଉଛି ଫାଷ୍ଟକ୍ଲାସ (ପ୍ରଥମ ଶ୍ରେଣୀ) କ୍ରିକେଟର । ଆଜି ଆମେ ଆପଣଙ୍କୁ ଏପରି 6 ବ୍ୟାଟରଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ 150ରୁ ଅଧିକ ଶତକ ସହ ହାସଲ କରିଛନ୍ତି ଏହି ରେକର୍ଡ ।

ଜ୍ୟାକ୍‌ ହବ୍ସ
ଜ୍ୟାକ୍‌ ହବ୍ସ (Getty Image)

ଜ୍ୟାକ୍‌ ହବ୍ସ :-

ଏହି ତାଲିକାର ପ୍ରଥମରେ ଅଛନ୍ତି ଇଂଲିଶ କ୍ରିକେଟର ଜ୍ୟାକ୍‌ ହବ୍ସ । 1908 ମସିହା ଜାନୁଆରୀ 1 ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ଜ୍ୟାକ୍‌ ହବ୍ସ ସେହି ଅଷ୍ଟ୍ରେଲିଆ ବିପକ୍ଷରେ ହିଁ ନିଜ ଟେଷ୍ଟ କ୍ୟାରିୟରର ଅନ୍ତ ଘଟାଇଥିଲେ । 1930 ଅଗଷ୍ଟ 16ରେ ସେ ନିଜ ଟେଷ୍ଟ କ୍ୟାରିୟରର ଅନ୍ତିମ ମ୍ୟାଚ୍‌ ଖେଳିଥିଲେ । ଅନ୍ତର୍ଜାତୀୟ ଟେଷ୍ଟରେ ତାଙ୍କ ନାଁରେ ଏତେ ବଡ଼ ରେକର୍ଡ ନଥିଲେ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କ ନାଁ ସମ୍ମାନର ସହ ନିଆଯାଏ । 834 ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା ହବ୍ସ 50.70 ଷ୍ଟ୍ରାଇକ ରେଟ୍‌ରେ ସଂଗ୍ରହ କରିଛନ୍ତି 61 ହଜାର 760 ରନ । ତେବେ ସେ 199 ପ୍ରଥମ ଶ୍ରେଣୀ ଶତକ ହାସଲ କରିଛନ୍ତି ।

ପ୍ୟାଟସି ହେଣ୍ଡ୍ରେନ
ପ୍ୟାଟସି ହେଣ୍ଡ୍ରେନ (Getty Image)

ପ୍ୟାଟସି ହେଣ୍ଡ୍ରେନ :-

ଜ୍ୟାକ୍‌ ହବ୍ସଙ୍କ ପଛକୁ ରହିଛନ୍ତି ପ୍ୟାଟିସ ହେଣ୍ଡ୍ରେନ, ଯିଏକି 833 ଫାଷ୍ଟକ୍ଲାସ ମ୍ୟାଚ୍‌ ଖେଳିଛନ୍ତି । ଏହି ଲମ୍ବା ଫର୍ମାଟ୍‌ରେ ସେ 50.80 ଷ୍ଟ୍ରାଇକ ହାରରେ 57 ହଜାର 611 ରନ ସ୍କୋର କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ 170 ଶତକ ହାସଲ କରିଥିବା ହେଣ୍ଡ୍ରେନ 1920 ମସିହା 17 ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ । ସେ 18 ମାର୍ଚ୍ଚ, 1935ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳିଥିଲେ ।

ୱାଲ୍ଟର ଆର୍‌ ହାମୋଣ୍ଡ
ୱାଲ୍ଟର ଆର୍‌ ହାମୋଣ୍ଡ (Getty Image)

ୱାଲ୍ଟର ଆର୍‌ ହାମୋଣ୍ଡ :-

ଏହି ତାଲିକାରେ ତୃତୀୟରେ ରହିଛନ୍ତି ୱାଲ୍ଟର ରେଜିନାଲ୍ଡ ହାମୋଣ୍ଡ । 24 ଡିସେମ୍ବର, 1927 ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡେବ୍ୟୁ କରିଥିବା ଇଂଲିଶ ବ୍ୟାଟର 25 ମାର୍ଚ୍ଚ, 1947ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ । ୱାଲି ହାମୋଣ୍ଡ 634 ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି । ସେ ଏହି ଫର୍ମାଟରେ 56.10 ଷ୍ଟ୍ରାଇକ ରେଟ୍‌ରେ 50 ହଜାର 551 ରନ ସଂଗ୍ରହ କରିଛନ୍ତି । ହାମୋଣ୍ଡଙ୍କ ନାମରେ ପ୍ରଥମ ଶ୍ରେଣୀ କ୍ରିକେଟରେ 167 ଶତକ ରହିଛି ।

ଫିଲ ମିଡ୍‌
ଫିଲ ମିଡ୍‌ (Getty Image)

ଫିଲ ମିଡ୍‌ :-

ଏହି ତାଲିକାର 4ର୍ଥରେ ଥିବା ଇଂଲଣ୍ଡ ବ୍ୟାଟର ହେଉଛନ୍ତି ଫିଲ ମିଡ୍‌, ଯିଏକି 15 ଡିସେମ୍ବର, 1911 ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ ନିଜ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ପ୍ରଥମ ଟେଷ୍ଟ ମ୍ୟାଚ୍‌ । ତେବେ ପ୍ରାୟ 17 ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ବ୍ରେକ୍‌ ଲାଗିଥିଲା 30 ନଭେମ୍ବର 1928ରେ । ଫିଲ ମିଡ୍‌ 814 ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବାବେଳେ 47.67 ଷ୍ଟ୍ରାଇକ ହାରରେ 55 ହଜାର 61 ରନ ସଂଗ୍ରହ କରିଛନ୍ତି । ମିଡ୍‌ ଏହି ଫର୍ମାଟରେ 153 ଶତକ ହାସଲ କରିଛନ୍ତି ।

ଜୋଫ୍ରି ବଏକଟ
ଜୋଫ୍ରି ବଏକଟ (Getty Image)

ଜୋଫ୍ରି ବଏକଟ :-

ଇଂଲଣ୍ଡର ଅନ୍ୟତମ ଫାଷ୍ଟକ୍ଲାସ କିମ୍ବଦନ୍ତୀ ଜୋଫ୍ରି ବଏକଟ ଏହି ତାଲିକାରେ 5ମରେ ରହିଛନ୍ତି । 1964 ମସିହା ଜୁନ 4 ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିବା ଜୋଫ୍ରି 1 ଜାନୁଆରୀ 1982ରେ ଭାରତ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ । ଜୋଫ୍ରି ବଏକଟ୍‌ 609 ଫାଷ୍ଟକ୍ଲାସ କ୍ରିକେଟ ମ୍ୟାଚ୍‌ ଖେଳି 56.83 ଷ୍ଟ୍ରାଇକ ହାରରେ 48 ହଜାର 426 ରନ ସଂଗ୍ରହ କରିଛନ୍ତି । ଏହା ବ୍ୟତୀତ ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କ ନାମରେ 151 ଶତକ ରହିଛି ।

ହର୍ବର୍ଟ ସଟ୍‌କ୍ଲିଫ୍‌
ହର୍ବର୍ଟ ସଟ୍‌କ୍ଲିଫ୍‌ (Getty Image)

ହର୍ବର୍ଟ ସଟ୍‌କ୍ଲିଫ୍‌ :-

ଏହି ତାଲିକାରେ ଷଷ୍ଠରେ ରହିଛନ୍ତି ହର୍ବର୍ଟ ସଟ୍‌କ୍ଲିଫ୍‌ । ଦକ୍ଷିଣ ଆଫ୍ରିକା ବିପକ୍ଷରେ 14 ଜୁନ, 1924ରେ ଡେବ୍ୟୁ କରିଥିଲେ ସଟ୍‌କ୍ଲିଫ । ସମାନ ପ୍ରତିଦ୍ବନ୍ଦ୍ବୀ ବିପକ୍ଷରେ 29 ଜୁନ, 1935ରେ ସେ ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ । ମୋଟ 754 ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା ହର୍ବର୍ଟ ସଟ୍‌କ୍ଲିଫ୍‌ ଏହି ଫର୍ମାଟରେ 52.02 ଷ୍ଟ୍ରାଇକ ହାରରେ 50 ହଜାର 670 ରନ ସଂଗ୍ରହ କରିଛନ୍ତି । ଏଥିରେ 151 ଶତକ ହାସଲ କରିଛନ୍ତି ହର୍ବର୍ଟ ସଟ୍‌କ୍ଲିଫ୍‌ ।

ତେବେ କୌଣସି ଭାରତୀୟ ବ୍ୟାଟର ଫାଷ୍ଟକ୍ଲାସ କ୍ରିକେଟରେ 100 ଶତକ ହାସଲ କରିପାରିନାହାନ୍ତି । ଏହି ତାଲିକାରେ ସୁନୀଲ ଗାଭାସ୍କର ଓ ସଚିନ ତେନ୍ଦୁଲକର ଉଭୟ 81ଟି ଲେଖାଏଁ ପ୍ରଥମ ଶ୍ରେଣୀ ଶତକ ସହ ଶୀର୍ଷରେ ରହିଛନ୍ତି ।

ନଜର ପକାନ୍ତୁ ସର୍ବାଧିକ ପ୍ରଥମ ଶ୍ରେଣୀ ଶତକ ହାସଲ କରିଥିବା ଭାରତୀୟ କ୍ରିକେଟରଙ୍କ ଉପରେ,

  • ସଚିନ ତେନ୍ଦୁଲକର - 81
  • ସୁନୀଲ ଗାଭାସ୍କର - 81
  • ରାହୁଲ ଦ୍ରାବିଡ଼ - 68
  • ବିଜୟ ହଜାରେ - 60
  • ଚେତେଶ୍ବର ପୂଜାରା - 58
  • ୱାସିମ ଜାଫର - 57

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.