ETV Bharat / bharat

ଛତିଶଗଡରେ ପୁଣି ଏନକାଉଣ୍ଟର, 5 ନକ୍ସଲ ନିପାତ - CHHATTISGARH ENCOUNTER

ନକ୍ସଲ ସଫା ଅଭିଯାନରେ ସଫଳତା । କାଙ୍କେରରେ ଟଳିଲେ 5 ନକ୍ସଲ ।

Chattisgarh  Encounter
Chattisgarh Encounter (ETV Bharat)
author img

By ETV Bharat Odisha Team

Published : Nov 16, 2024, 5:27 PM IST

ରାୟପୁର: ଛତିଶଗଡରେ ପୁଣି ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 5 ନକ୍ସଲ । ଏଥିସହ 2 ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଛତିଶଗଡର କାଙ୍କେର ଜିଲ୍ଲାରେ ଆଜି(ଶନିବାର) ସକାଳୁ ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା ।

ମହାରାଷ୍ଟ୍ର-ଛତିଶଗଡ ସୀମାରେ ଗୁଳି ବିନିମୟ:

ଆଜି ସକାଳ 8ଟା ବେଳେ ମହାରାଷ୍ଟ୍ର-ଛତିଶଗଡର ସୀମାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଉକ୍ତ ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ଦମନ ନେଇ ସର୍ଚ୍ଚ ଅପେସରନ ଜାରି ରଖିଛି ବିଏସଏଫ(BSF) । ଆଜିର ଏହି ଅପରେସନରେ ବିଏସଏଫ ସହ DRG ଓ ଏସଟିଏଫ ମଧ୍ୟ ସାମିଲ ଥିଲା ।

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 5 ନକ୍ସଲ:

ଏହି ଗୁଳିବିନିମୟରେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା । ଏଥିରେ 5 ନକ୍ସଲ ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ ପୋଲିସ 5 ନକ୍ସଲଙ୍କ ମୃତଦେହ ଜବତ କରିଛି । ଏଥିସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଏବେବି ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି ।

2 ଆହତ ସୁରକ୍ଷାକର୍ମୀଙ୍କୁ ଏୟାରଲିଫ୍ଟ:

ଗୁଳି ବିନିମୟରେ 2 ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ରାୟପୁରକୁ ଏୟାର ଲିଫ୍ଟ କରାଯାଇଥିଲା । ଉଭୟ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଛତିଶଗଡ ମାଓ ଅପରେସନ, ୩୧ ନକ୍ସଲ ନିପାତ , ସର୍ଚ୍ଚ ଅପରେସନ ଜୋରଦାର - Naxal Killed

Dantewada Encounter: ଲାଲବାହିନୀକୁ ଶକ୍ତ ଧକ୍କା, ଦନ୍ତେୱାଡ଼ା ପୋଲିସ ଏନକାଉଣ୍ଟରରେ 9 ନକ୍ସଲ ନିପାତ - Naxalites Killed

ଛତିଶଗଡ ଏନକାଉଣ୍ଟର ପରେ ଓଡିଶା ମୁହାଁ ହେବେ କି ନକ୍ସଲ ! ମୁଖ୍ୟସ୍ରୋତକୁ ଫେରି ଆସିବାକୁ ରାଜ୍ୟ ସରକାରଙ୍କ ଚରମବାଣୀ - anti naxal exercise

ବସ୍ତରରେ ଚାଲିଛି ନକ୍ସଲ ସଫା ଅଭିଯାନ:

ଛତିଶଗଡର ବସ୍ତର ଅଞ୍ଚଳରେ ନକ୍ସଲଙ୍କୁ ନିପାତ କରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଭିଯାନ ଜାରି ରହିଛି । ଫଳରେ ଚଳିତ ବର୍ଷ ଅନେକ ଅପେରସନ କରାଯାଇଛି । ବସ୍ତର ଅଞ୍ଚଳରେ 2024ରେ 197 ନକ୍ସଲଙ୍କୁ ନିପାତ କଲେଣି ସୁରକ୍ଷାକର୍ମୀ । ଗତ ଅକ୍ଟୋବର 4ରେ ବଡଧରଣର ନକ୍ସଲ ଅପରେସନ କରାଯାଇଥିଲା । ଯେଉଁଥିରେ ସୁରକ୍ଷାକର୍ମୀଙ୍କୁ ମିଳିଥିଲା ବଡ଼ ସଫଳତା । ଏଥିରେ 38 ନକ୍ସଲ ଟଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.