ବାଲିଯାତ୍ରାରେ ପଦ୍ମଶ୍ରୀ ଅନୁପ ଜଲୋଟା, ଭଜନରେ ଦର୍ଶକଙ୍କୁ କଲେ ବିମୋହିତ - BALI YATRA 2024
🎬 Watch Now: Feature Video
Published : Nov 16, 2024, 4:27 PM IST
କଟକ: ବାଲିଯାତ୍ରା ପଡିଆରେ ଭଜନର ଯାଦୁକାରୀ ଗାୟକ ତଥା ଭଜନ ଜଗତର ଶ୍ରେଷ୍ଠ କଳାକାର ପଦ୍ମଶ୍ରୀ ଅନୁପ ଜଲୋଟା ନିଜ ଭଜନରେ ଦର୍ଶକଙ୍କୁ ବିମୋହିତ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାମାନ୍ୟ ବିଳମ୍ବରେ ଶେଷ ହେବାରୁ ଅନୁପ ଜଲୋଟାଙ୍କ ଭଜନ ବିଳମ୍ବରେ ଆରମ୍ଭ ହୋଇଥିଲା । ହେଲେ ଦର୍ଶକ ତାଙ୍କ ଭଜନକୁ ଶୁଣିବା ପାଇଁ ଚାହିଁ ରହିଥିଲେ । ଯେଉଁ ଭଜନ ପାଇଁ ସେ ସାରା ବିଶ୍ୱରେ ବିଖ୍ୟାତ ସେହି ଭଜନରୁ ଆରମ୍ଭ କରିଥିଲେ କାର୍ଯ୍ୟକ୍ରମ । "ଏସି ଲାଗି ଲଗନ.. ମୀରା ହୋଗେଇ ମଗନ.." ଗୀତରେ ଝୁମିଥିଲେ ଦର୍ଶକ । ଏହାପରେ ଗୋଟିଏ ପରେ ଗୋଟିଏ ହିଟ ଭଜନ ଗାଇ ବାଲିଯାତ୍ରାର ପ୍ରଥମ ରଜନୀରୁ ବିଦାୟ ନେଇଥିଲ ଅନୁପ ଜଲୋଟା । ତାଙ୍କ ମତରେ ଏହି ମେଳାକୁ ନରେନ୍ଦ୍ର ମୋଦି ବାଲି ଦେଶରେ ଉଠାଇବା ପରେ ଏହାର ପ୍ରଚାର ପ୍ରସାର ଅଧିକ ରହିଛି । ଓଡ଼ିଶା ସହ ଜଲୋଟାଙ୍କ ସମ୍ପର୍କ ବହୁତ ପୂରୁଣା । ପୂର୍ବରୁ ମାଧବ ହେ ମାଧବ, ପାପର ମଇଳା ଚାଦର ଘୋଡାଇ, ରାଧା ପଚାରିଲେ କହରେ ମୁରଲୀ ଭଜନ ଗାଇ ଓଡ଼ିଆମାନଙ୍କ ହୃଦୟ ଜିତି ସାରିଛନ୍ତି । ତେବେ ଏହି ବାଲିଯାତ୍ରାକୁ ଆସି ଅନେକ ମାତ୍ରାରେ ଖୁସି ହେବା ସହ ଏହିଭଳି ମେଗା ଆୟୋଜନକୁ ସାଧୁବାଦ ଜଣାଇଛନ୍ତି ଅନୁପ ଜଲୋଟା ।
ଏହା ମଧ୍ୟ ପଢ଼ନ୍ତୁ...ନୌସେନାରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି, ବୁଲି ଆସନ୍ତୁ କଟକ ବାଲିଯାତ୍ରା Indian Navy ଷ୍ଟଲ୍ ଏହା ମଧ୍ୟ ପଢ଼ନ୍ତୁ...ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା, ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ |
ଇଟିଭି ଭାରତ, କଟକ