ଭୁବନେଶ୍ବର: ଅକ୍ଷୟ ଶକ୍ତିର ହବ ପାଲଟିବ ଓଡ଼ିଶା । ଓଡ଼ିଶା ପାଖରେ ରହିଛି ସୋଲାର ପୋଟେନ୍ସିଆଲ । ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ଗ୍ରୀନ ହାଇଡ୍ରୋ ଏନର୍ଜି ପାଇଁ ଭଲ ସୁଯୋଗ ରହିଛି । ଗୋପାଳପୁର ଓ ପାରାଦୀପରେ ଗ୍ରୀନ ହାଇଡ୍ରୋଜେନ ହବ ପାଇଁ ରାଜ୍ୟ ସହ ଆଲୋଚନା ହୋଇଛି । ଖୁବ୍ ଶୀଘ୍ର ଏନେଇ ଯୋଜନା ପ୍ରସ୍ତୁତ କରାଯିବ । ହୀରାକୁଦ ସହିତ ଅନେକ ସ୍ଥାନ ଅର୍ଥାତ୍ ରାଜ୍ୟରେ ଅନ୍ୟ ଜଳାଶୟରେ ଫ୍ଲୋଟିଂ ଏନର୍ଜି ପାଇଁ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ ହୋଇଛି । ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ବୋଲି କେନ୍ଦ୍ର କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଅକ୍ଷୟ ଶକ୍ତି ହବ୍ ହେବ ଓଡ଼ିଶା:
କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦୁଇଦିନିଆ ଚିନ୍ତନ ଶିବିର ଚାଲିଥିଲା । ଗତକାଲି ଉଦଯାପନୀରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି କି, ‘ଆଗାମୀ ଦିନରେ ଅକ୍ଷୟ ଶକ୍ତିର ହବ୍ ହେବ ଓଡ଼ିଶା । ରାଜ୍ୟରେ ସୌର, ଜଳ, ବିଦ୍ୟୁତ୍, ଓ ଆଣବିକ ଉର୍ଜାରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରିବ । ’
500 ଗିଗା ୱାଟ ଲକ୍ଷ୍ୟ:
ଏହାସହ ସେ ଆହୁରି କହିଥିଲେ, ‘ଅକ୍ଷୟ ଶକ୍ତିରେ ଓଡ଼ିଶାର ସମ୍ଭାବନା ବହୁ ଅଧିକ । ୨୦୩୦ ସୁଦ୍ଧା ଉତ୍ପାଦନ ହେବ ୫୦୦ ଗିଗା ୱାଟ ଅକ୍ଷୟ ଶକ୍ତି । ୨୦୩୦କୁ ଲକ୍ଷ୍ୟରେ ରଖି ଆଲୋଚନା କରାଯାଉଛି । ସେଥିପାଇଁ କେନ୍ଦ୍ର ସରକାରଙ୍କ ଅକ୍ଷୟ ଶକ୍ତି ବିକାଶ ମନ୍ତ୍ରଣାଳୟ ଖସଡ଼ା ପ୍ରସ୍ତୁତ କରାଯାଇଛି । ଗତ ୧୦ ବର୍ଷ ଭିତରେ ଅକ୍ଷୟ ଶକ୍ତି ପାଇଁ ୨୨ ଲକ୍ଷ କୋଟି ନିବେଶ ହୋଇଥିଲା । ଆସନ୍ତା ୬ ବର୍ଷ ପାଇଁ ୪୨ କୋଟି ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଗଠନ ହୋଇଛି ସ୍ଵତନ୍ତ୍ର ଟାସ୍କ ଫୋର୍ସ ଶକ୍ତି, ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଓ ଶିଳ୍ପ ମନ୍ତ୍ରଣାଳୟକୁ ନେଇ ଗଠନ ହେବ ସ୍ବତନ୍ତ୍ର ଟାସ୍କ ଫୋର୍ସ । ଆଗାମୀ ୬ ବର୍ଷରେ ୪୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି ।’
ଏହା ମଧ୍ୟ ପଢନ୍ତୁ: |
ସୋଲାର ସିଷ୍ଟମରେ ପରିଚାଳିତ ହେବ କୋଣାର୍କ ସୂର୍ଯ୍ୟ ମନ୍ଦିର:
ସେହିପରି ୨୦୪୭ ମସିହା ସୁଦ୍ଧା ୧୮୦୦ ଗିଗା ୱାଟ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ଏନେଇ ଚିନ୍ତନ ଶିବିରରେ ବ୍ୟାପକ ଆଲୋଚନା କରାଯାଇଛି । ଜମି ଅଧିଗ୍ରହଣ ସହ ଚାଷ ଜମି ରେ ଚାଷ ସହ ସୋଲାର ପାନେଲ ଲାଗିବା ବ୍ୟବସ୍ଥା ପାଇଁ ଯୋଜନା ହେଉଛି । ଏବେ ସୁଦ୍ଧା ୫ ଲକ୍ଷ ଘରକୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ସଂଯୋଗୀ କରଣ ହୋଇଛି । କୋଣାର୍କ ମନ୍ଦିର ସମ୍ପୂର୍ଣ୍ଣ ସୋଲାର ସିଷ୍ଟମରେ ପରିଚାଳିତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଭୁବନେଶ୍ବରରେ ଆୟୋଜିତ ଚିନ୍ତନ ଶିବିରରେ ୧୨ଟି ରାଜ୍ୟର ପ୍ରତିନିଧି ମାନେ ଯୋଗଦେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର