ETV Bharat / sports

ଅସମ୍ଭବ ରେକର୍ଡ...! ନା ଚୌକା, ନା ଛକା; ଗୋଟିଏ ବଲରେ ହୋଇଥିଲା 286 ରନ - 286 Runs in 1 Ball - 286 RUNS IN 1 BALL

1 Ball 286 Runs Story : କ୍ରିକେଟ୍ ଇତିହାସରେ ଏପରି ଏକ ରେକର୍ଡ ଅଛି, ଯାହାକୁ ଭାଙ୍ଗିବା ଆଜିର ଯୁଗରେ ସମ୍ପୂର୍ଣ୍ଣ ଅସମ୍ଭବ । ଏହି ରେକର୍ଡ ହେଉଛି କେବଳ ଗୋଟିଏ ବଲରେ 286 ରନ୍ ସ୍କୋର କରାଯିବାର ରେକର୍ଡ । ଅଧିକ ପଢ଼ନ୍ତୁ

ପ୍ରତିକାତ୍ମକ ଫଟୋଚିତ୍ର
ପ୍ରତିକାତ୍ମକ ଫଟୋଚିତ୍ର (Getty Image)
author img

By ETV Bharat Sports Team

Published : Sep 28, 2024, 4:15 PM IST

ହାଇଦ୍ରାବାଦ : ଆଜିର କ୍ରିକେଟରେ 6ଟି ବଲରେ 6ଟି ଛକା କିମ୍ବା 4ଟି ବଲରେ 4ଟି ୱିକେଟ୍ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । କିନ୍ତୁ ଦୀର୍ଘ ବର୍ଷ ପୂର୍ବରୁ ଗୋଟିଏ ଏପରି ରେକର୍ଡ ସୃଷ୍ଟି ହୋଇଥିଲା, ଯାହା ଏବେ ବି ଲୋକ ଶୁଣିଲେ ଆଶ୍ଚର୍ଯ୍ୟ ହେଉଛନ୍ତି । ଆମେ ଆପଣଙ୍କୁ ଏପରି ଏକ ରେକର୍ଡ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ । ତାହା ହେଉଛି ଗୋଟିଏ ବଲରେ 286 ରନ୍‌ ସ୍କୋର ହୋଇଥିବା ରେକର୍ଡ । ଯଦିଓ ଆଜିର ପ୍ରଶଂସକମାନେ ଏହାକୁ ମିଛ ବୋଲି ଭାବି ପାରନ୍ତି, ହେଲେ 130 ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ଏହି ରେକର୍ଡ କ୍ରିକେଟ୍ ଜଗତରେ ଖୁବ ଚର୍ଚ୍ଚା ସୃଷ୍ଟି କରିଥିଲା ।

ଗୋଟିଏ ବଲରେ 286 ରନ :-

ବର୍ଷ ଥିଲା 1894, ଯେତେବେଳେ କ୍ରିକେଟ୍ ପଡ଼ିଆରେ ଏକ ଅଜବ ଘଟଣା ଘଟିଥିଲା । ବ୍ୟାଟରମାନେ ଗୋଟିଏ ହେଲେ ଚୌକା କିମ୍ବା ଛକା ନମାରି କେବଳ ବଲରେ 286 ରନ୍ ସ୍କୋର କରିଥିଲେ । 'ESPNcricinfo' ଅନୁଯାୟୀ, ଜାନୁଆରୀ 1894ରେ ଲଣ୍ଡନରେ ପ୍ରକାଶିତ 'ପାଲ-ମଲ ଗେଜେଟ' ଖବରକାଗଜରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ଏହି ଚମତ୍କାର ରେକର୍ଡ ବିଷୟରେ କୁହାଯାଇଥିଲା । ଆସନ୍ତୁ ଜାଣିବା ଏହି ରେକର୍ଡ ବିଷୟରେ ଏବଂ ଏହା କିପରି ସମ୍ଭବ ହେଲା ।

କେମିତି ହେଲା ସମ୍ଭବ :-

1894ର ସେହି ମ୍ୟାଚ୍‌ରେ ଯାହା ଘଟିଥିଲା, ​​ତାହା କୌଣସି କ୍ୟାମେରାରେ କଏଦ ହୋଇନଥିଲା । କିନ୍ତୁ ଏକ ଖବରକାଗଜ ରିପୋର୍ଟରେ କୁହାଯାଇଛି ଯେ ଗୋଟିଏ ବଲରେ 286 ରନ୍ ସ୍କୋର କରାଯାଇଥିଲା । ଏହି ଘଟଣା 15 ଜାନୁଆରୀ 1894ରେ ଘଟିଥିଲା, ଯେତେବେଳେ ଦୁଇ ଦଳ ଭିକ୍ଟୋରିଆ ଏବଂ ସ୍କ୍ରାଚ୍-ଇଲେଭେନ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା । ବୋନବିରୀ ଗ୍ରାଉଣ୍ଡ ମ୍ୟାଚର ସାକ୍ଷୀ ରହିଥିଲା, ଭିକ୍ଟୋରିଆର ବ୍ୟାଟରମାନେ କ୍ରିଜରେ ଥିଲେ । ଯେତେବେଳେ ଷ୍ଟ୍ରାଇକ୍‌ରେ ଥିବା ବ୍ୟାଟର ବଲ୍‌ରେ ଏକ ସଟ୍ ଖେଳିଥିଲେ, ସେତେବେଳେ ଏହା ଏକ ଗଛରେ ଅଟକି ଯାଇଥିଲା ।

6 କିମି ଦୌଡ଼ିଲେ ବ୍ୟାଟର :-

ବଲ ଗଛରେ ଅଟକି ଯିବା ମାତ୍ରେ ବ୍ୟାଟରମାନେ କ୍ରିଜରେ ରନ ପାଇଁ ଦୌଡ଼ିବାକୁ ଲାଗିଲେ । ଅଟକି ରହିଥିବା ବଲକୁ ବାହାର କରିବା ପ୍ରାୟ ଅସମ୍ଭବ ଥିଲା, ତେଣୁ ବୋଲିଂ ଦଳ ଅମ୍ପାୟାରଙ୍କୁ ନିବେଦନ କରିଥିଲେ ଯେ ବଲ ହଜିଯାଇଥିବା ଘୋଷଣା କରାଯାଉ, ଯାହାଦ୍ବାରା ବ୍ୟାଟରମାନଙ୍କୁ ରନ୍ ସ୍କୋର କରିବାରୁ ରୋକା ଯାଇପାରିବ । କିନ୍ତୁ ଅମ୍ପାୟାରମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ରିପୋର୍ଟରେ ଦର୍ଶାଯାଇଛି ଯେ ଫିଲ୍ଡିଂ ଦଳ ଗଛ କାଟିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଟାଙ୍ଗିଆ-କୁରାଢ଼ି କିଛି ମିଳିନଥିଲା । ତେବେ କିଛି ଘଣ୍ଟା ପରେ ରାଇଫଲ ଶୁଟ୍‌ କରି ବଲକୁ ଗଛରୁ ବାହାର କରାଯାଇଥିଲା, ଏବଂ ବ୍ୟାଟରମାନଙ୍କୁ ସ୍କୋର କରିବାରୁ ଅଟକାଯାଇଥିଲା । ତେବେ ଏତେବେଳକୁ ବ୍ୟାଟରମାନେ ପିଚ୍‌ରେ ପ୍ରାୟ 6 କିଲୋମିଟର ଦୌଡ଼ି ସାରିଥିଲେ । ଆଜି ବି ଅନେକ ଲୋକ ଏହି ଘଟଣାରେ ବିଶ୍ୱାସ କରୁନାନାହାଁନ୍ତି । ତେବେ ବର୍ତ୍ତମାନର କ୍ରିକେଟ୍ ଯୁଗରେ ଏହା ସମ୍ଭବ ନୁହେଁ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.