ETV Bharat / state

ମହିଳାଙ୍କୁ ମୋହନ ସରକାରର ଦଶହରା ଭେଟି; ଅକ୍ଟୋବର ୯ ରେ ୪୦ ଲକ୍ଷ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା - SUBHADRA SECOND PHASE INSTALLMENT

author img

By ETV Bharat Odisha Team

Published : 2 hours ago

Updated : 6 minutes ago

Subhadra Yojana Update: ପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ ଘୋଷଣା । ଅକ୍ଟୋବର 9ରେ ସୁଭଦ୍ରା ହିତାଧିକାରୀଙ୍କୁ ଦିଆଯିବ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା । 40 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ବହୁଚର୍ଚ୍ଚିତ ମହିଳା-କୈନ୍ଦ୍ରିକ ଫ୍ଲାଗସିପ ସ୍କିମ୍‌ 'ସୁଭଦ୍ରା' ଯୋଜନା ନେଇ ବଡ ଅପଡେଟ ଆସିଛି । ଦୁର୍ଗାପୂଜା ପୂର୍ବରୁ ହିତାଧିକାରୀଙ୍କୁ ମିଳିବ 'ସୁଭଦ୍ରା' ଯୋଜନା ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା । ଆସନ୍ତାମାସ (ଅକ୍ଟୋବର) ୯ ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର । ବାରିପଦାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ଏହି ପ୍ରର୍ଯ୍ୟାୟରେ ପ୍ରାୟ ୪୦ ଲକ୍ଷ ହିତାଧିକାରୀ ଟଙ୍କା ପାଇବେ । ଏନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।

  • ମହିଳାଙ୍କୁ ଦଶହରା ଭେଟି:

ଏନେଇ ପ୍ରଭାତି ପରିଡା କହିଛନ୍ତି, '' ଅକ୍ଟୋବର 9 ତାରିଖରେ ମୟୂରଭଞ୍ଜର ବାରିପଦା ଜିଲ୍ଲାରେ ସୁଭଦ୍ରା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଟଙ୍କା ସୁଭଦ୍ରା ହିତାଧୀକାରୀଙ୍କୁ ଦିଆଯିବ । ମହିଳାଙ୍କୁ ଦଶହରା ଭେଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 40 ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ପଟାଯିବ । ନିଜର ସମୃଦ୍ଧି ପାଇଁ ମହିଳା ମାନେ ଏହି ଟଙ୍କାର ଉପଯୋଗ କରିବେ ବୋଲି ଆମର ଆଶା ରହିଛି । ଆମର ଲକ୍ଷ୍ୟ ୧ କୋଟି ମହିଳା ଏହି ଯୋଜନାରେ ସାମିଲ ହେବେ । ବର୍ତ୍ତମାନ 96 ଲକ୍ଷ ମହିଳା ଆବେଦନ କରିସାରିଛନ୍ତି । ଏକ କୋଟିରେ ଯେଉଁ ମହିଳା ରହିବେ ଓ ପ୍ରଥମ କିସ୍ତି ପାଇଥିବା ମହିଳାଙ୍କୁ ସମ୍ମାନିତ କରାଯିବ । ''

ଅକ୍ଟୋବର 9ରେ ମିଳିବ ସୁଭଦ୍ରା ଦ୍ବିତୀୟ ପର୍ଯ୍ୟାୟ ଟଙ୍କା, ଉପକୃତ ହେବେ 40 ଲକ୍ଷ ମହିଳା (ETV Bharat Odisha)
  • ଜନ୍ମଦିନରେ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ:

ଚଳିତମାସ (ସେପ୍ଟେମ୍ବର)17 ତାରିଖରେ ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ 25 ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ପ୍ରଥମ କିସ୍ତି 1250 କୋଟି ଟଙ୍କା ଟ୍ରାନ୍ସଫର ହୋଇଥିଲା । ଯେଉଁ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଯାଇନଥିଲା ସେମାନେ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ । ଟଙ୍କା ଆସିବ ନା ନାହିଁ ସେନେଇ ଦ୍ବନ୍ଦରେ ଥିଲେ । କିନ୍ତୁ ଟଙ୍କା ନିଶ୍ଚିତ ଆସିବ ବୋଲି ଆଶ୍ବସନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ । ଏବେ ଦ୍ବିତୀୟ କିସ୍ତି ମଧ୍ୟ ମିଳିବାକୁ ଯାଉଛି । ଯାହାକୁ ନେଇ ମହିଳା ମାନେ ବେଶ ଖୁସି ଅଛନ୍ତି । ଅକ୍ଟୋବର 9 ତାରିଖକୁ ସମସ୍ତ ମହିଳା ଉତ୍ସାହର ସହ ଅପେକ୍ଷା କରିଛନ୍ତି । ରାଜଧାନୀରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଉତ୍ତର ଓଡିଶାର ବାରିପଦା ସହରକୁ ବାଛିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- 95 ଲକ୍ଷ ଟପିଲା ସୁଭଦ୍ରା ଆବେଦନ, ଖୁବଶୀଘ୍ର ମିଳିବ କିସ୍ତି - Subhadra Yojana update

ଏହା ମଧ୍ୟ ପଢନ୍ତୁ :- ଓଡ଼ିଶାରେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା - SUBHADRA YOJANA

  • ମାର୍ଚ୍ଚ 8 ସୁଦ୍ଧା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା:-

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ କହିଛନ୍ତି,‘‘ଏବେ ଯାଏ 97 ଲକ୍ଷ ହିତାଧିକାରୀ ଆବେଦନ କଲେଣି । କୋଟିଏରୁ ଊର୍ଦ୍ଧ ହିତାଧିକାରୀଙ୍କୁ ଏହି ଯୋଜନାରେ ଲାଭ ଦିଆଯିବ । ସମସ୍ତେ ଆବେଦନ କରନ୍ତୁ, ସରକାର ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦେବାକୁ ପ୍ରତିଶ୍ରୁତିବଦ୍ଧ । ଏହା ମୁଖ୍ୟମନ୍ତ୍ରୀଙ୍କର ମହିଳାମାନଙ୍କ ପାଇଁ ଦଶହରା ଭେଟି । ବାରିପଦାରେ ଯୋଜନାର ପ୍ରଥମ ହିତାଧିକାରୀ ଆଉ କୋଟିଏ ନମ୍ବର ହିତାଧିକାରୀଙ୍କୁ ସମ୍ମାନିତ କରାଯିବ । ସୁଭଦ୍ରା ଯୋଜନା ଚାରି 'ସ' ପୂରଣ ପାଇଁ କାମ କରୁଛି । ମହିଳାଙ୍କୁ ସଶକ୍ତୀକରଣ, ସମ୍ମାନିତ, ସ୍ୱାଭିମାନୀ ଏବଂ ସମବୃଦ୍ଧି କରିବ ସୁଭଦ୍ରା । ସୁଭଦ୍ରା ଯୋଜନା ଲାଗି ସମସ୍ତେ ମହିଳା ଆବେଦନ କରନ୍ତୁ କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ, ଅଯଥା ଭିଡ଼ କରନ୍ତୁ ନାହିଁ । ନିଜ ସୁବିଧାରେ ଆବେଦନ କରନ୍ତୁ । ମାର୍ଚ୍ଚ 8 ଭିତରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଅର୍ଥ ।

  • ଜଣେ ହେଲେ ବାଦ ପଡିବେନାହିଁ :

ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନେ 7 ତାରିଖ ପର୍ଯ୍ୟନ୍ତ ଆବେଦନ କରିଥିବେ, ସେମାନଙ୍କୁ ଏହି ପର୍ଯ୍ୟାୟରେ ଅନ୍ତର୍ଭୂକ୍ତ କରାଯିବ । କେହି ଜଣେ ହେଲେ ମଧ୍ୟ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ ପଡିବେ ନାହିଁ । ଯିବେ ଆବେଦନ କରିବା ସତ୍ତ୍ବେ କୌଣସି କାରଣରୁ ବାଦ ପଡିବେ, ସେମାନଙ୍କ ପାଇଁ ସ୍ବତନ୍ତ୍ର କ୍ୟାମ୍ପର ଆୟୋଜନ କରାଯିବ । ସେମାନଙ୍କୁ ଏହି ଯୋଜନାରେ ନିଶ୍ଚିତ ସାମିଲ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 6 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.