ଓଡିଶା

odisha

ETV Bharat / sports

ସିଡନୀ ଟେଷ୍ଟ: କାମ ଦେଉନି ବୁମରାଙ୍କ ରଣନୀତି, ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ - AUS VS IND

ଅନ୍ତିମ ଟେଷ୍ଟ ମ୍ୟାଚରେ ବି ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ । ରନ କରିବାରେ ବିଫଳ ହେଲେ ଟପ୍‌ ଅର୍ଡର ।

AUS vs IND 5th Test Day 1
AUS vs IND 5th Test Day 1 ((AP))

By ETV Bharat Odisha Team

Published : Jan 3, 2025, 9:53 AM IST

ହାଇଦ୍ରାବାଦ: ସିଡନୀରେ ଜାରି ରହିଛି ଭାରତ ଓ ଅଷ୍ଟ୍ରେଲିଆ ଅନ୍ତିମ ଟେଷ୍ଟ ମ୍ୟାଚ । କ୍ୟାପଟେନ ବଦଳିବା ପରେ ବି ବଦଳିଲାନି ଭାରତର ବ୍ୟାଟିଂ ସ୍ଥିତି । ପୂର୍ବ ପରି ପୁଣି ଥରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେଲା ଟିମ୍‌ ଇଣ୍ଡିଆ । ରନ କରିବାରେ ଫେଲ ମାରିଲେ ଟପ ଅର୍ଡର । କଙ୍ଗାରୁ ଦଳର ବୋଲିଂରେ ଲୟ ହରାଇଲେ ଭାରତୀୟ ଖେଳାଳି । ୫୦ ଓଭରରେ ୪ ଓ୍ବିକେଟ ହରାଇ ୧୦୭ ରନ କରିଛି ମେନ ଇନ ବ୍ଲୁ ।

ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ:

ସିଡନୀ ଗ୍ରାଉଣ୍ଡରେ ସକାଳ ୫ଟାରେ ବର୍ଡର ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମ୍ୟାଚ ସକାଳ ୫ଟାରୁ ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ବୁମରା ବାହିନୀ । ଆଶା କରାଯାଉଥିଲା ପ୍ରଥମ ମ୍ୟାଚ ପରି ଶେଷ ମ୍ୟାଚରେ ମଧ୍ୟ ବୁମରାଙ୍କ ରଣନୀତି କାମ ଦେବ । କିନ୍ତୁ ସେ ସବୁ ଆଶା ମଉଳି ଯାଇଥିଲା, ଯେତେ ବେଳେ କଙ୍ଗାରୁ ଦଳର ବୋଲିଂକୁ ସାମ୍ନା କରିପାରିନଥିଲେ ଭାରତୀୟ ଦଳର ଟପ ଅର୍ଡର । ଜୟସ୍ବାଲ ୧୦, ରାହୁଲ ୪, ଶୁବମନ ଗିଲ ୨୦, କୋହଲି ୧୭ ରନ କରି ଆଉଟ ହୋଇଥିଲେ । ଏବେ ଋଷଭ ପନ୍ତ ଓ ରବିନ୍ଦ୍ର ଜାଡେଜା କ୍ରିଜରେ ରହି ବ୍ୟାଟିଂ କରୁଛନ୍ତି । ଏବେ କେବଳ ମିଡିଲ ଅର୍ଡର ହିଁ ଭରସା ।

ଏହା ମଧ୍ୟ ପଢନ୍ତୁ-WTC ଫାଇନାଲରେ ପହଞ୍ଚିବାକୁ ଏବେବି ଭାରତ ପାଖରେ ରହିଛି ସୁଯୋଗ, ଜାଣନ୍ତୁ କିପରି ? - WTC FINAL SCENARIOS

ଏହା ମଧ୍ୟ ପଢନ୍ତୁ-2025ରେ ବ୍ୟସ୍ତ ରହିବ ଟିମ୍‌ ଇଣ୍ଡିଆ, ଗୋଟିଏ କ୍ଲିକରେ ପଢନ୍ତୁ ପୁରା କ୍ରୀଡାସୂଚୀ - TEAM INDIA SCHEDULE 2025

ଏହା ମଧ୍ୟ ପଢନ୍ତୁ-କାଲିଠୁ ଭାରତ-ଅଷ୍ଟ୍ରେଲିଆ ପଞ୍ଚମ ଟେଷ୍ଟ: ଆକାଶଦୀପ ଆଉଟ୍, ବର୍ଷା ସାଜିପାରେ ବାଧକ - IND VS AUS 5TH TEST

ଫର୍ମକୁ ଫେରିବାକୁ ନାରାଜ କୋହଲି:

ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ ନକରିବାରୁ ଭାରତୀୟ ଦଳ ପରାଜିତ ହୋଇଥିଲା । ଏଥି ପାଇଁ କୋହଲିଙ୍କ ବ୍ୟାଟିଂ ଶୈଳିକୁ ନେଇ ପ୍ରଶ୍ନ ଉଠିଥିଲା । ଆଶା କରାଯାଉଥିଲା ଶେଷ ମ୍ୟାଚରେ ସେ ଫର୍ମକୁ ଫେରିପାରନ୍ତି । କିନ୍ତୁ ପୂର୍ବ ପରି ସମାନ ସ୍ଥିତି ମଧ୍ୟ ଆଜିର ମ୍ୟାଚରେ ଦେଖିବାକୁ ମିଳିଥିଲା । ଅଷ୍ଟ୍ରେଲିଆ ଦଳର ବୋଲିଂ ଆଟାକ୍କରେ ପଡିଆରେ ବେଶି ସମୟ ତିଷ୍ଟି ନପାରି ମାତ୍ର ୬୯ ବଲରେ ୧୭ ରନ କରି ପାଭିଲିୟନକୁ ଫେରିଥିଲେ କୋହଲି । ସ୍କଟ ବୋଲାଣ୍ଡ ତାଙ୍କୁ ଆଉଟ କରିଥିଲେ ।

ଏକାଦଶରୁ ଆଉଟ ରୋହିତ, ବୁମରା ଅଧିନାୟକ:

ମେଲବର୍ଣ୍ଣ ଟେଷ୍ଟରେ ନୈରାଶ୍ୟ ଜନକ ପ୍ରଦର୍ଶନ ଯୋଗୁଁ ଅନ୍ତିମ ଟେଷ୍ଟ ମ୍ୟାଚରେ ରୋହିତଙ୍କୁ ଏକଦାଶରେ ସ୍ଥାନ ମିଳିପାରିନା । କାହିଁକିନା ସେ ୩ଟି ମ୍ୟାଚ ଖେଳି ମାତ୍ର ୩୧ ରନ କରିଛନ୍ତି । ଫର୍ମରେ ନଥିବା କାରଣରୁ ତାଙ୍କୁ ଆଜିର ମ୍ୟାଚ ଖେଳିବାକୁ ସୁଯୋଗ ମିଳିପାରି ନାହିଁ । ତାଙ୍କ ସ୍ଥାନରେ ବୁମରାଙ୍କ କାନ୍ଧରେ ଦଳର ଦାୟିତ୍ବ ରହିଛି । ପ୍ରଥମ ଟେଷ୍ଟରେ ବୁମରା ଅଧିନାୟକ ଥିବା ବେଳେ ଦଳ ମ୍ୟାଚ ଜିତିଥିଲା । ରୋହିତଙ୍କ ସ୍ଥାନରେ ଗିଲଙ୍କୁ ଦଳରେ ସୁଯୋଗ ମିଳିଥିଲେ ବି ସେ ମଧ୍ୟ ନିରାଶ କରିଛନ୍ତି ।

ABOUT THE AUTHOR

...view details