ଓଡିଶା

odisha

ETV Bharat / politics

ଅଧିର ଚୌଧୁରୀଙ୍କ ବଡ଼ ବୟାନ, 'ନିର୍ବାଚନ ହାରିଲେ ରାଜନୀତିରୁ ନେବି ସନ୍ୟାସ' - Congress Leader Adhir Chowdhury - CONGRESS LEADER ADHIR CHOWDHURY

Cong Leader Adhir Chowdhury: ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ବଡ଼ ବୟାନ । କହିଲେ ଚଳିତ ନିର୍ବାଚନ ହାରିଲେ ରାଜନୀତିରୁ ନେବି ସନ୍ୟାସ । ଅଧିକ ପଢନ୍ତୁ

Cong Leader Adhir Chowdhury
Cong Leader Adhir Chowdhury

By ETV Bharat Odisha Team

Published : Apr 21, 2024, 9:30 PM IST

କୋଲକାତା: ପଶ୍ଚିମବଙ୍ଗର ବେହରାମପୁର ଲୋକସଭା ଆସନରୁ ଚଳିତ ଥର ନିର୍ବାଚନ ଲଢୁଛନ୍ତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ନିଜ ନିର୍ବାଚନ ମଣ୍ଡଳୀରେ ଅନେକ ବିରୋଧାଭାଷର ସାମ୍ନା କରିବା ପରେ ଆଜି ଏକ ବଡ଼ ବୟାନ ଦେଇଛନ୍ତି । ଯଦି ଚଳିତ ନିର୍ବାଚନରେ ସେ ବିଜୟ ନ ହୁଅନ୍ତି, ତେବେ ରାଜନୀତିରୁ ସନ୍ୟାସ ନେବେ ବୋଲି କହିଛନ୍ତି । ବେହରାମପୁର ନିର୍ବାଚନ ମଣ୍ଡଳୀରେ ତାଙ୍କ ସଂଗଠନ ସୁଦୃଢ ରହିଛି, ଏଠାରେ ଟିଏମସି ପକ୍ଷରୁ ଷଡ଼ଯନ୍ତ୍ର କରି ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି ।

ଦିଲ୍ଲୀ ରାଜନୀତିରେ ଜଣେ ଜଣାଶୁଣା ଚେହେରା ହେଉଛନ୍ତି ଦଳର ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ଗତ କିଛି ଦିନ ଧରି ତାଙ୍କ ନିର୍ବାଚନମଣ୍ଡଳୀରେ ସେ 'ଗୋ ବ୍ୟାକ୍‌' ସ୍ଲୋଗାନ ନାରା ଦେଉଛନ୍ତି । କୋଲକାତା ପ୍ରେସ କ୍ଲବରେ ଏକ ପ୍ରେସ କନଫରେନ୍ସରେ ପ୍ରତିକ୍ରିୟା ରଖି ଅଧିର କହିଛନ୍ତି, "ବେହରାମପୁରରୁ ଯଦି ମୁଁ ନିର୍ବାଚନରେ ପରାଜୟ ବରଣ କରେ, ତେବେ ରାଜନୀତିରୁ ସନ୍ୟାସ ନେବି ।" ମମତାଙ୍କୁ ଚ୍ୟାଲେଞ୍ଜ କରି ଅଧିର କହିଛନ୍ତି, "ଟିଏମସି ସୁପ୍ରିମୋଙ୍କୁ ଏହା ସ୍ବୀକାର କରିବାକୁ ହେବ ଯେ ଯଦି ତାଙ୍କ ଦଳ ଜିତୁଛି, ତେବେ ଏହା ତାଙ୍କର ଜିତ୍‌ । ଯଦି ହାରୁଛି, ତେବେ ମମତା ନିଜେ ହାରିବେ ।"

ଏହା ବି ପଢନ୍ତୁ- ଦିଦିଙ୍କୁ ମନେଇବାରେ ଫେଲ ମାରିଲା କଂଗ୍ରେସ, ବେହରାମପୁରରୁ ଅଧୀରଙ୍କ ବିରୋଧରେ ଲଢିବେ ୟୁସୁଫ୍‌

1996 ମସିହାରୁ ଅଧିର ସାଂସଦ ଅଛନ୍ତି । ସେ ଗଣମାଧ୍ୟମକୁ ଆହୁରି କହିଛନ୍ତି, "ମୋର ତୃଣମୂଳ ସ୍ତର ଏତେ ଦୁର୍ବଳ ନୁହେଁ । ଯଦି ଏହା ହୋଇଥାନ୍ତା ତେବେ ମୁଁ ନିଜକୁ ବିରୋଧ କରିଥାନ୍ତି । କିନ୍ତୁ ଏହାର ବିପରୀତ ଘଟଣା ଘଟୁଛି । ଟିଏମସି ଯାହାକୁ ଆନ୍ଦୋଳନ କରିବାକୁ ପଡ଼ିବ । ଯଦି ମୁଁ ବେହରାମପୁରରୁ ହାରିଯାଏ, ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି । ମୋର ଏତେ ବଡ ଘୋଷଣା କରିବାର ସାହାସ ଅଛି । ମମତା ବାନାର୍ଜୀ ଏହି ଆହ୍ବାନକୁ ଗ୍ରହଣ କରି କହିପାରିବେ କି ଯଦି ଟିଏମସି ହାରିଯାଏ ତାଙ୍କର ପରାଜୟ ହେବ ବୋଲି ?"

ଇଣ୍ଡିଆ ମେଣ୍ଟକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟ ଉପରେ ମଧ୍ୟ ଅଧିର ରଞ୍ଜନ ଚୌଧୁରୀ ପ୍ରତିକ୍ରିୟା ରଖି କହିଛନ୍ତି, " ବାସ୍ତବରେ ଏହା ଘଟିଛି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜକୁ ମେଣ୍ଟ ଠାରୁ ଦୂରେଇ ଦେଇଛନ୍ତି । ନିତିଶ କୁମାରଙ୍କ ଭଳି ଆପଣ କାହିଁକି ଦଳ ବଦଳାଇଲେ ? କଣ ତୁମକୁ ଏତେ ଭୟଭୀତ କଲା ? ରାହୁଲ ଗାନ୍ଧୀଙ୍କୁ ଆପଣ ନେତା ବାଛିଥିଲ ଓ ଆଉ ଏହା ମଧ୍ୟ କହିଥିଲେ ଯେ ବିଜେପିକୁ କେବଳ ଇଣ୍ଡିଆ ମେଣ୍ଟ ହିଁ ପରାଜୟର ସ୍ବାଦ ଚଖାଇ ପାରିବ । ତେବେ ଏପରି କଣ ହେଲା ଯେ ଆପଣ ଦଳ ବଦଳାଇ ଦେଲେ ?"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details