ଓଡିଶା

odisha

ETV Bharat / politics

ନିମାପଡ଼ା, କାକଟପୁର ନିର୍ବାଚନ ମଣ୍ଡଳୀ: ବିଜେଡି ଆଶାୟୀଙ୍କ ଲମ୍ବା ତାଲିକା, କେଉଁ ଦଳ ହାତକୁ ଯିବ ଆସନ? - Assembly Election - ASSEMBLY ELECTION

Assembly Election: କାକଟପୁର ଓ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଆଶାୟୀଙ୍କ ଲମ୍ବା ତାଲିକା । ହେଲେ କିଏ ହେବ ବିଜେଡି ପ୍ରାର୍ଥୀ ଏଯାଏଁ ଛିଣ୍ଡୁନି ଅଙ୍କ । ଅଧିକ ପଢନ୍ତୁ

Assembly Election
Assembly Election

By ETV Bharat Odisha Team

Published : Apr 13, 2024, 10:58 PM IST

Assembly Election

ନିମାପଡ଼ା:କାକଟପୁର ଓ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ରୋଚକ ହେଉଛି ରାଜନୀତି । ବିଜେଡିର ଟିକେଟ ଅଙ୍କ ଛିଣ୍ଡୁନାହିଁ । ଗୋଟିଏ ପଟେ ବିଜେଡ଼ି ତାର ଚତୁର୍ଥ ପର୍ଯ୍ୟାୟ ଟିକେଟ ଘୋଷଣା କରିସାରିଥିଲେ ମଧ୍ୟ ନିମାପଡ଼ା ପ୍ରାର୍ଥୀ ଏଯାଏଁ ଦେଇନାହିଁ ଦଳ । ଯାହାକୁ ନେଇ ବଢିଛି ସସପେନ୍ସ । ବିଜେଡି ସୁପ୍ରିମୋ ସମୀରଙ୍କୁ ଟିକେଟ ଦେଇ ରିପିଟ୍ କରିବେ ନା ନୂଆ ଚେହେରାକୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ସେନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ବିଜେପି ନିର୍ବାଚନ ମଇଦାନକୁ ପ୍ରଭାତୀ ପରିଡ଼ାଙ୍କୁ ଓହ୍ଲାଇଥିବାବେଳେ କଂଗ୍ରେସର କିଏ ନେବ ନେତୃତ୍ବ ତାହା ମଧ୍ୟ ଅଛପା ରହିଛି ।


ବିଜେଡିରେ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ଲିଷ୍ଟ ଥିବାରୁ ଘୋଷଣାରେ ବିଳମ୍ବ ହେଉଥିବା କୁହାଯାଉଛି । ରାଜ୍ୟ ରାଜନୀତିର ହେଭିୱେଟ୍ ନେତା ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାସ ନିର୍ବାଚନ ଲଢ଼ିବା ପାଇଁ ଆଶାବାଦୀ ଥିବା କୁହାଯାଉଛି । ସେହିପରି ବିଜେଡି ଟିକେଟରେ ନିମାପଡ଼ାରୁ ଜିତେନ୍ଦ୍ର ମହାନ୍ତି ଓରଫ ଜିତୁ ମହାନ୍ତି, ରୋଜାଲିନ ନାୟକ ସୁବ୍ରତ ଛାଟୋଇ , ସତ୍ୟବ୍ରତ ପାତ୍ରଙ୍କ ଭଳି ନେତା ଏହି ଟିକେଟ ଦୌଡ଼ରେ ରହିଛନ୍ତି । ଏହି ସମୟରେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି ଦିଲ୍ଲୀପ ନାୟକ । ସେ ବିଜେପିରୁ ବିଧାୟକ ଟିକେଟ ନପାଇବା କାରଣରୁ ଦଳ ପରିତ୍ୟାଗ କରିଥିଲେ । ସେ ମଧ୍ୟ ବିଜେଡି ଟିକେଟ ଆଶାୟୀ ଥିବା ଚର୍ଚ୍ଚା ହେଉଛି ।

ଏଭଳି ସ୍ଥିତିରେ ବିଜେଡି ସୁପ୍ରିମୋ ନିମାପଡ଼ା ପାଇଁ ଟିକେଟ୍ ଘୋଷଣା ବିଳମ୍ବ କରିବା ନେତାଙ୍କ ଚିନ୍ତା ବଢାଇଛି । କେବଳ ନିମାପଡ଼ା ପାଇଁ ନୁହେଁ, କାକଟପୁରରେ ମଧ୍ୟ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ । ଟିକେଟ ଦୌଡ଼ରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କାକଟପୁରର ପୂର୍ବତନ ବିଜେଡି ବିଧାୟକ ଟିକେଟ ରହିଛନ୍ତି । ତେବେ ଟିକେଟ ବିଳମ୍ବକୁ ନେଇ ପ୍ରତିକିୟା ରଖିଛି ବିଜେଡି । ସଠିକ ସମୟରେ ସୁପ୍ରିମୋ ସଠିକ ନିଷ୍ପତ୍ତି ନେବେ ଓ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରିବେ ବୋଲି ଦଳ କହିଛି । ଅନ୍ୟପଟେ ନିମାପଡ଼ାରେ କଂଗ୍ରେସ ତା'ର ସ୍ଥିତି ମଜବୁତ କଲାଣି । "ଦଳ ଯାହାକୁ ଟିକେଟ ପ୍ରଦାନ କରି ନିର୍ବାଚନ ମଇଦାନକୁ ଓହ୍ଲାଇବ କଂଗ୍ରେସ କର୍ମୀ ଓ ନେତା ତାଙ୍କ ସହିତ କଂଗ୍ରେସ ପାଇଁ କାମ କରିବେ" ବୋଲି କଂଗ୍ରେସ ସଭାପତି କହିଛନ୍ତି। ସେହିପରି ଏଥର କାକଟପୁରରେ ନୂଆ ମୁହଁ ନିର୍ବାଚନ ଲଢ଼ିବେ ବୋଲି ଅନେକ ଆଶାବାଦୀ ।

ଏହା ବି ପଢନ୍ତୁ...ସୁନ୍ଦରଗଡ଼ ଲୋକସଭା ଆସନ: ରିପିଟ୍ ହେବେ କି ଜୁଏଲ୍ ନା ଖାତା ଖୋଲିବ ବିଜେଡି ! - Sundargarh Lok Sabha

ଅପରପକ୍ଷେ, ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ମଧ୍ୟରେ ଟିକେଟ କନ୍ଦଳ ବିଜେଡ଼ି ସୁପ୍ରିମୋଙ୍କ ଚିନ୍ତାର କାରଣ ପାଲଟିଛି । ସୂର୍ଯ୍ୟ କାନ୍ତ ଦାସ ରାୟଙ୍କ ନାମକୁ ନେଇ ମଧ୍ୟ ଏବେ ଚର୍ଚ୍ଚା ଜୋର ଧରିଲାଣି । ସୂର୍ଯ୍ୟକାନ୍ତ ଦାସ ରାୟ ସ୍ଵାସ୍ଥ୍ୟ ବିଭାଗରେ ଫାର୍ମାସିଷ୍ଟ ଭାବରେ କାମ କରୁଥିବାବେଳେ କାକଟପୁର ଅଞ୍ଚଳରେ ସାମାଜିକ କାର୍ଯ୍ୟକ୍ରମ କରି ଚର୍ଚ୍ଚାରେ ରହିଛନ୍ତି । ତେଣୁ ତାଙ୍କୁ ବିଜେଡି ଟିକେଟ ମିଳିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ।


ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details