ନୂଆଦିଲ୍ଲୀ:ଜାରି ରହିଥିବା ସାଧାରଣ ନିର୍ବାଚନ ପ୍ରସଙ୍ଗରେ ଦୁଇ ପୂର୍ବତନ ବରିଷ୍ଠ ବିଚାରପତି ଓ ଜଣେ ବରିଷ୍ଠ ପତ୍ରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୋଲା ବିତର୍କ ପାଇଁ ଚିଠି ଲେଖି କରିଥିବା ଆହ୍ବାନକୁ ସ୍ବୀକାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଏମାନଙ୍କ ପ୍ରସ୍ତାବକୁ ସ୍ବୀକାର କରି ତର୍କ ପାଇଁ ପ୍ରସ୍ତୁତ ଥିବା ଦର୍ଶାଇ ପ୍ରତିଉତ୍ତର ଭାବେ ସେମାନଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଓ କଂଗ୍ରେସ ଏହାକୁ ସ୍ବାଗତ କରୁଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଖୋଲା ବିତର୍କକୁ ଗ୍ରହଣ କରିବେ ବୋଲି ଦେଶବାସୀ ଆଶା ରଖିଥିବା ରାହୁଲ ଟ୍ବିଟରେ ଲେଖିଛନ୍ତି । ଏହାକୁ ନେଇ ବିଜେପି ରାହୁଲଙ୍କ ଉପରେ ପ୍ରବଳ ବର୍ଷିଛି । ପ୍ରଧାନମନ୍ତ୍ରୀଙ୍କୁ ବିତର୍କ ପାଇଁ ଆହ୍ବାନ କରୁଥିବା ରାହୁଲ କିଏ ବୋଲି ଦଳ ପ୍ରଶ୍ନ କରିଛି । ରାହୁଲ କ’ଣ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ନା ଚଳିତ ନିର୍ବାଚନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ବିଜେପି ପ୍ରଶ୍ନ କରି ରାହୁଲଙ୍କ ଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି ।
ସ୍ବୀକାରୋକ୍ତିରେ କ‘ଣ କହିଲେ ରାହୁଲ:-
ବିଚାରପତି ଓ ସାମ୍ବାଦିକଙ୍କୁ ଦେଇଥିବା ପ୍ରତିଉତ୍ତର ଚିଠିକୁ ସଲଗ୍ନ କରି ରାହୁଲ ‘ଏକ୍ସ’ରେ ଟ୍ବିଟ କରି କହିଛନ୍ତି, ‘‘ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଗୋଟିଏ ପ୍ଲାଟଫର୍ମରୁ ଦେଶ ସାମ୍ନାରେ ସେମାନଙ୍କର ଦୃଷ୍ଟିକୋଣ ରଖିବା ପାଇଁ ଏହି ବିତର୍କ ଏକ ପ୍ରମୁଖ ପଦକ୍ଷେପ ହେବ । କଂଗ୍ରେସ ଏହି ପଦକ୍ଷେପକୁ ସ୍ୱାଗତ କରୁଛି ଏବଂ ଆଲୋଚନା ପାଇଁ କରାଯାଇଥିବା ନିମନ୍ତ୍ରଣକୁ ଗ୍ରହଣ କରିଛି । ଏହି ବିତର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ଭାଗ ନେବେ ବୋଲି ଦେଶ ଆଶା କରୁଛି ।’’
କିଏ ଦେଇଥିଲେ ଆହ୍ବାନ:-