ETV Bharat / politics

'ନଇ ବଢିର ଦୃଶ୍ୟ ପଢ଼ିକି ଆସି ଗାଈର ଆତ୍ମକାହାଣୀ କହିବା ବନ୍ଦ କରନ୍ତୁ ସରକାର' - BJD TARGETS CM MOHAN MAJHI

କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବ ସରକାରକୁ ନେଇ ମୁଖ୍ୟମନ୍ତ୍ରୀ ରଖିଥିବା ମନ୍ତବ୍ୟକୁ ନେଇ ଗର୍ଜିଲା ‘ବିଜେଡି’ ।

BJD TARGETS CM MOHAN MAJHI
BJD TARGETS CM MOHAN MAJHI (ETV Bharat Odisha)
author img

By ETV Bharat Odisha Team

Published : Jan 4, 2025, 1:35 PM IST

Updated : Jan 5, 2025, 2:56 PM IST

କଟକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଜେଡିର କାଉଣ୍ଟର । ଭୁବନେଶ୍ୱରରେ ‘କୃଷି ଓଡିଶା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିରୋଧୀ ଦଳ ।''ମୁଖ୍ୟମନ୍ତ୍ରୀ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା କେବଳ ଓଡ଼ିଆ ବର୍ଣ୍ଣବୋଧର ଅ,ଆ ଭଳି । ତାହାଠୁ କେବେ ଆଗକୁ ଯାଉନାହାନ୍ତି ସରକାର । ନଇ ବଢିର ଦୃଶ୍ୟ ପଢ଼ିକି ଆସି ଗାଈର ଆତ୍ମକାହାଣୀ କହିବା ସରକାର ବନ୍ଦ କରନ୍ତୁ ।'' ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ ।

'ବର୍ଣ୍ଣବୋଧର ପ୍ରଥମ ପୃଷ୍ଟାରେ ରହିଗଲେ ସରକାର':

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି,"ବିଜେଡି ସରକାରର କୃତକର୍ମ ଯୋଗୁ ବିଜେପି ଆଜି କୃଷି ବିଭାଗର ଉନ୍ନତିରେ ଶ୍ରେୟ ନେଉଛି । ୭ ମାସରୁ ଅଧିକ ସମୟ ସରକାର ଚଳାଇବା ପରେ ବି ଓଡ଼ିଆ ବର୍ଣ୍ଣବୋଧର 'ଅ ଆ'ରୁ ଅଧିକ ବାଟ ଯାଉନାହାନ୍ତି । ସେ ପ୍ରଥମ ପୃଷ୍ଠାରେ ରହିଗଲେ । ବହିର ଭିତର ପୃଷ୍ଠାକୁ ଯିବାକୁ ରାଜି ନୁହନ୍ତି । ଆମେ ୭ ମାସ ଧରି ଶୁଣି ଆସୁଛୁ ଯେ, ଗତ ସରକାରରେ ୨୪ ବର୍ଷ ଧରି କିଛି ହୋଇନାହିଁ । ୨୦୦୦ ମସିହାରେ ବିଜେଡି ଯେତେବେଳେ ଶାସନ ଭାରକୁ ଆସିଲା, ସେ ସମୟରେ ରାଜ୍ୟରେ କ୍ଷୀର ଉତ୍ପାଦନ ୨୦ ଲକ୍ଷ ଲିଟର ଥିଲା । ଯାହା ଆଜି ୮୫ ଲକ୍ଷ ଲିଟରରେ ପହଞ୍ଚିଛି । ସେହିପରି ଅଣ୍ଡା ଦୈନିକ ୨୦ ଲକ୍ଷ ଆଜି ତାହା ୯୦ ଲକ୍ଷରେ ପହଞ୍ଚିଛି । ଏହା ବ୍ୟତୀତ ସେହି ସମୟରେ ରାଜ୍ୟରେ ବାର୍ଷିକ ଦେଢ଼ ଲକ୍ଷ ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦନ ହେଉଥିଲା, ଯାହା ବର୍ତ୍ତମାନ ୧୧ ଲକ୍ଷ ମେଟ୍ରିକ୍‌ ଟନରେ ପହଞ୍ଚିଛି । ଚିକେନ୍‌ ଉତ୍ପାଦନ ମଧ୍ୟ ଆଶାଠୁ ଅଧିକ ରହିଛି । ଧାନ ଚାଉଳ ଉତ୍ପାଦନରେ ବଳକା ରାଜ୍ୟରେ ପରିଣତ ହୋଇଛି ଓଡିଶା । ଏହା ୨୪ ବର୍ଷରେ ପନିପରିବା ଉତ୍ପାଦନ ଦେଢ ଶହ ଲକ୍ଷ ମେଟ୍ରିକ ଟନ୍‌ ଛୁଇଁଛି ଯାହା ରାଜ୍ୟ ପାଇଁ ଏକ ଗୌରବର ବିଷୟ । କେନ୍ଦ୍ରରେ ୬ ଥର ଉଲ୍ଲେଖନୀୟ ସଫଳତା ପାଇଁ ବିଜେଡି ସରକାର ପୁରସ୍କୃତ ହୋଇଛି। । ତେଣୁ ଯେଉଁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାର ଚାଷ ପାଇଁ କିଛି କରିନାହାନ୍ତି ବୋଲି କହୁଛନ୍ତି ତାହା ବନ୍ଦ କରନ୍ତୁ ।"

BJD TARGETS CM MOHAN MAJHI (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...'ଦରଦାମ ନିୟନ୍ତ୍ରଣରେ ବିଫଳ ଡବଲ ଇଞ୍ଜିନ ସରକାର', ଆନ୍ଦୋଳନ କରିବ ବିଜେଡି

ଏହା ମଧ୍ୟ ପଢ଼ନ୍ତୁ...ସରକାର ନିଦରେ ଶୋଇଗଲେ ଜାଗ୍ରତ କରିବ ବିଜେଡି: ଅରୁଣ ସାହୁ

'ନଇ ବଢିର ଦୃଶ୍ୟ ପଢ଼ିକି ଆସି ଗାଈର ଆତ୍ମକାହାଣୀ କହିବା ବନ୍ଦ କରନ୍ତୁ ସରକାର':

ବିଧାୟକ ଅରୁଣ ସାହୁ ଆହୁରି କହିଛନ୍ତି, "ନଇ ବଢିର ଦୃଶ୍ୟ ପଢ଼ିକି ଆସି ଗାଈର ଆତ୍ମ କାହାଣୀ କହିବା ବନ୍ଦ କରନ୍ତୁ ସରକାର । ବର୍ତ୍ତମାନ ସମୟରେ ଲଘୁଚାପ ଜନିତ ବର୍ଷାରେ ଧାନ ଫସଲ ନଷ୍ଟ ହୋଇ ଯାଇଥିଲା ବେଳେ ରାଜ୍ୟ ସରକାରଙ୍କ ନିଦ ବହୁତ ପରେ ଭାଙ୍ଗୁଛି । ବିଲକୁ ଯାଇ ମିଛ ପ୍ରହସନ କରି ଚାଷୀକୁ ସାନ୍ତ୍ୱନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଭଳି ପରିସ୍ଥିତିରେ ରାଜ୍ୟରେ ୮ରୁ୧୦ ଚାଷୀ ଜୀବନ ହାରିଲେଣି । ଆଗାମୀ ଦିନରେ ସ୍ଥିତି କ'ଣ ହେବ ତାହା କଳ୍ପନା କରିବା କଷ୍ଟ । ତେଣୁ ଏ ଭୁଆଁ ବୁଲାଇବା ନୀତି ବନ୍ଦ ହେଉ । ଏହି ସମ୍ବେଦନଶୀଳ ସମୟରେ ଚାଷୀଙ୍କ ସହ ଠିଆ ନ ହୋଇ ସଭା କାର୍ଯ୍ୟକ୍ରମ କରି ଶ୍ରେୟ ନେବାକୁ ବସିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଓଦା ଧାନକୁ କିଣି ନିଅନ୍ତୁ ସରକାର । ରାଜ୍ୟ ରାଜକୋଷରୁ ଚାଷୀକୁ କ୍ଷତିପୂରଣ ଦିଅନ୍ତୁ । ନଚେତ ବିଜେଡି ଏହାର ଉଚିତ୍‌ ଜବାବ ଦେବ ।"

ଇଟିଭି ଭାରତ, କଟକ

Last Updated : Jan 5, 2025, 2:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.