ଓଡିଶା

odisha

ETV Bharat / politics

ହିନ୍ଦୁପକ୍ଷର ବଡ ବିଜୟ; ଜ୍ଞାନବ୍ୟାପୀ ମସଜିଦରେ ପୂଜା ଅନୁମତି, ୭ଦିନରେ ସମସ୍ତ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ

Gyanvapi Mosque Complex: ଜ୍ଞାନବ୍ୟାପୀ ମସଜିଦ କମ୍ପଲେକ୍ସରେ ପୂଜା ଅନୁମତି ଦେଲେ କୋର୍ଟ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 31, 2024, 3:44 PM IST

Updated : Jan 31, 2024, 4:02 PM IST

ହିନ୍ଦୁପକ୍ଷର ବଡ ବିଜୟ, ଜ୍ଞାନବ୍ୟାପୀ ମସଜିଦ କମ୍ପଲେକ୍ସରେ ପୂଜା ଅନୁମତି ଦେଲେ କୋର୍ଟ
ହିନ୍ଦୁପକ୍ଷର ବଡ ବିଜୟ, ଜ୍ଞାନବ୍ୟାପୀ ମସଜିଦ କମ୍ପଲେକ୍ସରେ ପୂଜା ଅନୁମତି ଦେଲେ କୋର୍ଟ

ଲକ୍ଷ୍ନୌ:ବହୁଚର୍ଚ୍ଚିତ କାଶୀରଜ୍ଞାନବ୍ୟାପୀ ମସଜିଦ ମାମଲାରେ ହିନ୍ଦୁପକ୍ଷର ବଡ ବିଜୟ । ମସଜିଦ କ୍ୟାମ୍ପସରେ ପୂଜାର୍ଚ୍ଚନା କରିବା ପାଇଁ ବାରଣାସୀ କୋର୍ଟ ଅନୁମତି ଦେଇଛନ୍ତି । ରାୟକୁ ସ୍ବାଗତ କରିଛି ହିନ୍ଦୁପକ୍ଷ । ଏହା ସହ ଆସନ୍ତା ସପ୍ତାହେ ମଧ୍ୟର ପୂଜାର୍ଚ୍ଚନା ଆରମ୍ଭ କରାଯିବା ନେଇ ହିନ୍ଦୁପକ୍ଷ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛି । ନିକଟରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ (ଏଏସଆଇ) ଦ୍ବାରା ଶେଷ ହୋଇଥିବା ସର୍ଭେରେ ଏହି ମସଜିଦ ହିନ୍ଦୁ ମନ୍ଦିରର ଭଗ୍ନାବଶେଷ ଉପରେ ନିର୍ମାଣ ହୋଇଥିବା ପ୍ରମାଣ ମିଳିଥିଲା । ଯାହାର କପି କୋର୍ଟରେ ଦାଖଲ ହେବା ସହ ଉଭୟ ପକ୍ଷଙ୍କୁ ମଧ୍ୟ ହସ୍ତନ୍ତର କରାଯାଇଥିଲା । ତେବେ ପୂଜାର୍ଚ୍ଚନାର ସମସ୍ତ ବ୍ୟବସ୍ଥା 7 ଦିନ ମଧ୍ୟରେ ପ୍ରଶାସନ କରିବ ବୋଲି ନିର୍ଦ୍ଦେଶ ରହିଛି ।

ଏହି ରିପୋର୍ଟ ସାର୍ବଜନୀନ ହେବା ପରେ ଏହି ପ୍ରସଙ୍ଗରେ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିଶ୍ବହିନ୍ଦୁ ପରିଷଦ ସମେତ ଏକାଧିକ ହିନ୍ଦୁ ଓ ଦକ୍ଷଣପନ୍ଥୀ ସଂଗଠନ ଏହି ମସଜିଦକୁ ତୁରନ୍ତ ହିନ୍ଦୁପକ୍ଷକୁ ହସ୍ତାନ୍ତର କରିବା ପାଇଁ ମୁସଲିମ ପକ୍ଷକୁ ଆହ୍ବାନ କରିଥିଲେ । ସର୍ଭେ ରିପୋର୍ଟ ପ୍ରକାଶ ପାଇବାର ମାତ୍ର 7 ଦିନ ମଧ୍ୟରେ ସେଠାରେ ପୂଜାଚର୍ଚ୍ଚା କରିବାକୁ ହିନ୍ଦୁପକ୍ଷ ଅନୁମତି ମଧ୍ୟ ପାଇଛନ୍ତି । ଏହା ସହ ଉତ୍ତର ପ୍ରଦେଶ ସମେତ ଦେଶର ବିଭିନ୍ନ ସ୍ଥାନରେ ସେଲିବ୍ରେସନ ମଧ୍ୟ ଆରମ୍ଭ ହୋଇଗଲାଣି ।

ପୂର୍ବରୁ ବାରାଣାସୀ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା କାର୍ବନଡେଟିଂ ସର୍ଭେରେ ମସଜିଦ କ୍ୟାମ୍ପସରେ ଏକ ଶିବଲିଙ୍ଗ ମିଳିଥିବା ହିନ୍ଦୁପକ୍ଷ ଦାବି କରିଥିଲେ । ଏହା ସହ ମସଜିଦ କ୍ୟାମ୍ପସରେ ପ୍ରବେଶ ଓ ପୂଜାର୍ଚ୍ଚନା ଅନୁମତି ପାଇଁ ଆଉ ଏକ ପୃଥକ ମାମଲା ମଧ୍ୟ ଦାଏର ହୋଇଥିଲା । ଏହାକୁ ମୁସଲିମ ପକ୍ଷ ଏକ ଓ୍ବାଟର ଫାଉଣ୍ଟେନ ବୋଲି କହିଆସୁଛି । ଏହି ସ୍ଥାନ ଏବେ ସିଲ ରହିଛି । ନିକଟରେ ଆହ୍ଲାବାଦ ହାଇକୋର୍ଟ ତଥାକଥିତ ଶିବଲିଙ୍ଗ ଥିବା ଏରିଆ ଓ ଏହାର ଚତୁଃପାର୍ଶ୍ବରେ ଥିବା ପାଣିଟାଙ୍କି ସଫା କରିବାକୁ ଅନୁମତି ଦେଇଛନ୍ତି । ବାରଣାସୀ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପ୍ରତ୍ୟେକ୍ଷ ତତ୍ତ୍ବବଧାନରେ ଏହି ସଫେଇ ଶେଷ ହେବ ।

ଏହା ମଧ୍ୟ ପଢନ୍ତୁ :-ମୁସଲିମ ପକ୍ଷଙ୍କୁ ବିଶ୍ବହିନ୍ଦୁ ପରିଷଦର ଆହ୍ବାନ: ଜ୍ଞାନବ୍ୟାପୀ ଢାଞ୍ଚାକୁ ହିନ୍ଦୁପକ୍ଷଙ୍କୁ ହସ୍ତାନ୍ତର କର

ନିକଟରେ ଏଏସଆଇ କରିଥିବା ସର୍ଭେରୁ ମିଳିଥିବା ତଥ୍ୟ ଅନୁସାରେ, ମସଜିଦ ପରିସରରେ ମୋଟ 30ରୁ ଅଧିକ ସ୍ଥାନରେ ହିନ୍ଦୁ ଶିଳାଲେଖର ପ୍ରମାଣ ମିଳିଛି । ଏହା ସହ ହନ୍ଦୁ ମନ୍ଦିର ଶୈଳୀରେ ନିର୍ମିତ ଭଗ୍ନାବଶେଷ ମଧ୍ୟ ଏହି ମସଜିଦରେ ବ୍ୟବହାର ହୋଇଛି । ଦେବନାଗରୀ ଭାଷା ସହ କନ୍ନଡ ଓ ତେଲଗୁ ଭାଷାରେ ଲିଖିତ ଏହି ଶିଳାଲେଖରେ ହିନ୍ଦୁ ଦେବତା ଉମେଶ୍ବର, ଜନାର୍ଦ୍ଦନ ଓ ରୁଦ୍ରଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି । ହିନ୍ଦୁ ମନ୍ଦିରର ଅବଶେଷକୁ ମଧ୍ୟ ଏହି ମସଜିଦରେ ବ୍ୟବହାର କରାଯାଇଛି । ଏପରିକି ମସଜିଦର ପଶ୍ଚମପାର୍ଶ୍ବ ପ୍ରାଚୀରରେ ହିନ୍ଦୁମନ୍ଦିରର ବୃହତ ଭଗ୍ନାବଶେଷ ମଧ୍ୟ ରହିଛି । ଏହି ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିଲା ଯେ, ଏହି ମସଜିଦ ନିର୍ମାଣ ପୂର୍ବରୁ ସେଠାରେ ହିନ୍ଦୁ ମନ୍ଦିର ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 31, 2024, 4:02 PM IST

ABOUT THE AUTHOR

...view details