ETV Bharat / bharat

ମହିଳା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ଅଭିଯୁକ୍ତ ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ - RG KAR RAPE CASE VERDICT

କୋଲକାତା ଆରଜି କର ମେଡିକାଲ କଲେଜ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କଲେ ସିଆଲଦା କୋର୍ଟ । ସୋମବାର ଦଣ୍ଡାଦେଶ ।

Etv Bharat
Etv Bharat (ETV BHARAT ODISHA)
author img

By ETV Bharat Odisha Team

Published : Jan 18, 2025, 5:29 PM IST

କୋଲକାତା: ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାୟ ଶୁଣାଇଲେ କୋଲକାତା ସିଆଲଦା କୋର୍ଟ । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ । ଛାତିଥରା ଘଟଣାର 6 ମାସ ପରେ ଭାରତୀୟ ନ୍ୟାୟ ସଂହିତାର ଧାରା 64, 66 ଏବଂ 103 (1) ଅନୁଯାୟୀ ରାୟ ଶୁଣାଇଛନ୍ତି ସିଆଲଦା କୋର୍ଟ । ଆସନ୍ତା ଜାନୁଆରୀ 20 ତାରିଖ ସୋମବାର ଦିନ ଦଣ୍ଡ ଘୋଷଣା କରାଯିବ ।

ଅଭିଯୁକ୍ତ ସଞ୍ଜୟ ରାୟ ବିଚାରପତିଙ୍କୁ କହିଥିଲେ, "ମୋତେ ଏକ ମିଛ ମାମଲାରେ ଫସାଇ ଦିଆଯାଇଛି । ମୁଁ ଏହା କରିନାହିଁ । ଯେଉଁମାନେ ଏହା କରିଛନ୍ତି ସେମାନଙ୍କୁ ଛାଡି ଦିଆଯାଉଛି । ଏଥିରେ ଜଣେ ଆଇପିଏସ ଅଧିକାରୀ ସାମିଲ ଅଛନ୍ତି ।"

ସୋମବାର ଦଣ୍ଡାଦେଶ:

ସୋମବାର ଦିନ ଦଣ୍ଡାଦେଶ ଘୋଷଣା ପୂର୍ବରୁ ଦୋଷୀଙ୍କୁ କହିବାର ସୁଯୋଗ ଦିଆଯିବ ବୋଲି କୋର୍ଟ କହିଛନ୍ତି । ପୀଡିତାଙ୍କ ପିତାମାତା କହିଛନ୍ତି ଯେ, ଆମେ ଯାହା ଭାବିଥିଲୁ ସେଇଆ ହେଲା, କୋର୍ଟ ଆମ ବିଶ୍ୱାସକୁ ରଖିଛନ୍ତି । ଜାନୁଆରୀ ୯ ତାରିଖରେ ସିଆଲଦା କୋର୍ଟ ଘୋଷଣା କରିଥିଲେ ଯେ ମାମଲାର ରାୟ ଜାନୁଆରୀ 18 ତାରିଖରେ ଅର୍ଥାତ୍ ଆଜି ପ୍ରକାଶ ପାଇବ । ଏହି ମାମଲାରେ, ରାୟ ଏବଂ ଦଣ୍ଡ ଘୋଷଣା ମଧ୍ୟରେ ପ୍ରାୟ 48 ଘଣ୍ଟାର ବ୍ୟବଧାନ ରହିଛି ।

ଏହା ମଧ୍ଯ ପଢନ୍ତୁ-Kolkata Doctor Death Case; କୋଲକାତା ଲଜ୍ଜା ଉଦ୍‌ବେଗଜନକ କହିଲେ ରାଷ୍ଟ୍ରପତି ମୁର୍ମୁ, ସନ୍ଦୀପ ଘୋଷ ସସ୍‌ପେଣ୍ଡ, ମମତା କହିଲେ ‘ବେଙ୍ଗଲ ଜଳିଲେ ଦିଲ୍ଲୀ ବି ଜଳିବ’, ଦିଦିଙ୍କ ବୟାନକୁ ବିରୋଧ କଲେ ମୁଖ୍ୟମନ୍ତ୍ରୀ ମୋହନ

ଏହା ମଧ୍ୟ ପଢନ୍ତୁ-କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ପୀଡିତାଙ୍କ 4 ସହକର୍ମୀଙ୍କ ହେବ ଲାଏ-ଡିଟେକ୍ସନ ଟେଷ୍ଟ, ସାମ୍ନାକୁ ଆସିବାରେ ଲାଗିଛି ସେଦିନ ରାତିର କଥା

କଣ ଥିଲା ସମ୍ପୂର୍ଣ୍ଣ ଘଟଣା?

ଗତବର୍ଷ ୨୦୨୪ ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ହସ୍ପିଟାଲର ଏମରେଜ୍ନିସ ବିଭାଗର ଚତୁର୍ଥ ମହଲାରେ ଥିବା ଏକ ସେମିନାର ରୁମରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଟ୍ରେନିଂ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାପରେ କୋଲକାତା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତତ୍କାଳୀନ ମେୟର ବିନୀତ ଗୋଏଲ ନିଜେ ଘଟଣାସ୍ଥଳକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣା ସ୍ଥଳକୁ ଯାଇ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଥିଲେ । ସେ ନିଜେ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯିବା ଉଚିତ ବୋଲି କହିଥିଲେ।

ଆରମ୍ଭରୁ, ଏହି ଘଟଣାରେ ପୋଲିସ ତଦନ୍ତ ଏବଂ ପୋଲିସର ଭୂମିକା ଉପରେ ବାରମ୍ବାର ପ୍ରଶ୍ନ ଉଠିଥିଲା । ପୀଡିତାଙ୍କ ପିତାମାତା ଏବଂ ହସ୍ପିଟାଲର ଡାକ୍ତରମାନେ ପ୍ରଶ୍ନ ଉଠାଇଥିଲେ । ଘଟଣାର 24 ଘଣ୍ଟା ମଧ୍ୟରେ, କୋଲକାତା ପୋଲିସ ସଞ୍ଜୟ ରାୟଙ୍କୁ ଗିରଫ କରିଥିଲା । କୋଲକାତା ପୋଲିସ ସିସିଟିଭି ଫୁଟେଜ ଆଧାରରେ ତାଙ୍କୁ ଗିରଫ କରିଥିଲା । ଏହା ପରେ, କଲିକତା ହାଇକୋର୍ଟରେ ସିବିଆଇ ତଦନ୍ତ ଦାବି କରି ଏକ ମାମଲା ଦାୟର କରାଯାଇଥିଲା । କୋର୍ଟ ମାମଲାଟିକୁ ସିବିଆଇକୁ ହସ୍ତାନ୍ତର କରିଥିଲେ। କୋଲକାତା ପୋଲିସଠାରୁ ସଞ୍ଜୟଙ୍କୁ ହେପାଜତକୁ ନେଇଥିଲା ସିବିଆଇ । ପରେ, ସିବିଆଇ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା । ସେଠାରେ ସଞ୍ଜୟ ରାୟଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ଉଲ୍ଲେଖ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.