ହାଇଦ୍ରାବାଦ: ଅପେକ୍ଷାର ଅନ୍ତ ଘଟିଲା । ଚାମ୍ପିଅନ୍ସ ଟ୍ରଫି 2025 ପାଇଁ ଭାରତୀୟ ଦଳ ଘୋଷଣା । ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ- ବିସିସିଆଇ । ରୋହିତ ଶର୍ମାଙ୍କ ନେତୃତ୍ବରେ ଚାମ୍ପିଅନ୍ସ ଟ୍ରଫି ଖେଳିବ ଟିମ୍ ଇଣ୍ଡିଆ । ଉପଅଧିନାୟକ ଭାର ସମ୍ଭାଳିବେ ଶୁଭମନ ଗିଲ୍ । ଦଳକୁ ଫେରିଲେ ଅଭିଜ୍ଞ ବୋଲର ମହମ୍ମଦ ସାମି ଓ ଶ୍ରେୟସ ଆୟର । ଅନ୍ୟ ଅଭିଜ୍ଞ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି, ବିରାଟ କୋହଲି, ଯଶପ୍ରୀତ ବୁମ୍ରା, କେଏଲ ରାହୁଲ । ଆସନ୍ତା ଫେବୃଆରୀ 19 ତାରିଖରୁ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି । ପାକିସ୍ତାନ ଏବଂ ଦୁବାଇରେ ଖେଳାଯିବ ମ୍ୟାଚ ।
ଚାମ୍ପିଅନ୍ସ ଟ୍ରଫି ପାଇଁ ୧୫ ଜଣିଆ ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍ (ଉପଅଧିନାୟକ), ବିରାଟ କୋହଲି, ଶ୍ରେୟସ ଅୟର, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, କେଏଲ ରାହୁଲ, ଓ୍ବାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ସାମି, ଅର୍ଶଦୀପ, ଯଶସ୍ବୀ ଜୟସ୍ବାଲ, ଋଷଭ ପନ୍ଥ, ରବୀନ୍ଦ୍ର ଜାଡେଜା ।
Indian Cricket Team for Champions Trophy: Rohit Sharma (C), Virat Kohli, S Gill (VC), S Iyer, KL Rahul, Hardik Pandya, Axar Patel, Washington Sundar, Kuldeep Yadav, Jasprit Bumrah, M Shami, Arshdeep, Y Jaiswal, R Pant and R Jadeja. pic.twitter.com/GBuEWg82rc
— ANI (@ANI) January 18, 2025
୧- ରୋହିତ ଶର୍ମା (ଅଧିନାୟକ) ୨- ଶୁଭମନ ଗିଲ୍ (ଉପଅଧିନାୟକ) ୩- ବିରାଟ କୋହଲି ୪- ଶ୍ରେୟସ ଅୟର ୫- ହାର୍ଦ୍ଦିକ ପାଣ୍ଡ୍ୟା ୬- ଅକ୍ସର ପଟେଲ ୭- କେ.ଏଲ. ରାହୁଲ ୮- ଓ୍ବାଶିଂଟନ ସୁନ୍ଦର ୯- କୁଲଦୀପ ଯାଦବ ୧୦- ଯଶପ୍ରିତ ବୁମ୍ରା ୧୧- ମହମ୍ମଦ ସାମି ୧୨- ଅର୍ଶଦୀପ ୧୩- ଯଶସ୍ବୀ ଜୟସ୍ବାଲ ୧୪- ଋଷଭ ପନ୍ଥ ୧୫ ରବୀନ୍ଦ୍ର ଜାଡେଜା |
ବର୍ଷକ ପରେ ଦଳକୁ ଫେରିଲେ ମହମ୍ମଦ ସାମି:
ଭାରତୀୟ କ୍ରିକେଟର ଷ୍ଟାର ବୋଲର ମହମ୍ମଦ ସାମି, ଆଇସିସି ବିଶ୍ବକପ ୨୦୨୩ ପରେ ଆଘାତ ଯୋଗୁଁ କୌଣସି ମ୍ୟାଚ ଖେଳୁନଥିଲେ । ଗୋଡ଼ରେ ଆଘାତ ଯୋଗୁଁ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ଫଳରେ ତା ପରଠୁ ଆୟୋଜିତ ହୋଇଥିବା କୌଣସି ଟୁର୍ଣ୍ଣାମେଣ୍ଟ ଖେଳିନଥିଲେ ସାମି । ସୁସ୍ଥ ହେବା ପାଇଁ ତାଙ୍କୁ ଏକ ବର୍ଷରୁ ଅଧିକ ସମୟ ଲାଗିଥିଲା । ବର୍ଷେ ପରେ ସେ ପୁଣି ଭାରତୀୟ ଦଳରେ ସାମିଲ ହୋଇ ଟାମ୍ପିଅନ୍ସ ଟ୍ରଫି ଖେଳିବାକୁ ଯାଉଛନ୍ତି । ଦିନିକିଆ ବିଶ୍ବକପରେ ସାମିଙ୍କ ଘାତଙ୍କ ବୋଲିଂ ଦେଖିବାକୁ ମିଲିଥିଲା । ବିଶ୍ବକପରେ ଶ୍ରେଷ୍ଠ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଅର୍ଜୁନ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।
ଦୁବାଇରେ ମ୍ୟାଚ ଖେଳିବ ଭାରତ:
ଚାମ୍ପିଅନ୍ସ ଟ୍ରଫିରେ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ଏଠାକାର ପିଚ୍ଗୁଡ଼ିକ ସ୍ପିନ ବୋଲରମାନଙ୍କୁ ସୁହାଇବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି, ଦଳରେ ୩ ଜଣ ସ୍ପିନରଙ୍କୁ ସ୍ଥାନ ମିଳିଛି । କୁଳଦୀପ ଯାଦବ ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲଙ୍କୁ ସାମିଲ କରାଯାଇଛି । ସେହିପରି ଦଳରେ ୩ ଜଣ ଫାଷ୍ଟ ବୋଲର ମଧ୍ୟ ରହିଛନ୍ତି । ମହମ୍ମଦ ସାମି, ଯଶପ୍ରୀତ ବୁମରା ଓ ଅର୍ଶଦୀପ । ବର୍ଡର ଗାଭାସ୍କର ଟ୍ରଫିର ଶେଷ ମ୍ୟାଚରେ ବୁମରା ଆହତ ହୋଇଥିବା କାରଣରୁ ଖେଳି ପାରିନଥିଲେ । ସେହିପରି ଋଷଭ ପନ୍ତ ଓ କେଏଲ ରାହୁଲ ଓ୍ବିକେଟ କିପର ରହିବେ ।
୧୨ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଜିତିବା ଲକ୍ଷ୍ୟ :
ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ରହିଥିଲା । ଫଳରେ ବହୁତ ଭାବି ଚିନ୍ତି ଚାମ୍ପିଆନ୍ସ ଟ୍ରଫି ପାଇଁ ଦଳ ଘୋଷଣା ହୋଇଛି । ଦୀର୍ଘ 12 ବର୍ଷ ଅପେକ୍ଷାର ଅନ୍ତ ଘଟଣା ଟ୍ରଫି ହାତେଇବାର ଲକ୍ଷ୍ୟ ରଖିଛି ଭାରତ । ବିସିସିଆଇ ଏକ ସନ୍ତୁଳିତ ଦଳ ଚୟନ କରିଛି । ଅଭିଜ୍ଞ ଏବଂ ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି । ଦଳରେ ଷ୍ଟାର ବ୍ୟାଟସମ୍ୟାନଙ୍କ ସହିତ ଘାତକ ବୋଲରମାନଙ୍କର ଏକ ଉତ୍ତମ ମିଶ୍ରଣ ରହିଛି । ଶେଷ ଥର ପାଇଁ 2013ରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିରେ ଭାରତୟ ବିଜୟୀ ହୋଇଥିଲା । ଏହାପରେ 2017ରେ ଫାଇନାଲକୁ ଯାଇଥିଲେ ମଧ୍ୟ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା । ଚଳିତ ଥର କିନ୍ତୁ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।
ଏହା ମଧ୍ୟ ପଢ଼ନ୍ତୁ- ଚାମ୍ପିଅନ୍ସ ଟ୍ରଫିରେ ଟପ୍ ଟେନ ରନ ସ୍କୋରିଂ ବ୍ୟାଟ୍ସମ୍ୟାନ, ଭାରତରୁ ୩ ବ୍ୟାଟର - CHAMPIONS TROPHY MOST RUNS |
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ:
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷ ୩ଟି ଦିନିକିଆ ମ୍ୟାଚ ଖେଳିବ ଭାରତ । ତେଣୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ମଧ୍ୟ 15 ଜଣିଆ ଭାରତୀୟ ସ୍କ୍ବାଡ ଘୋଷଣା ହୋଇଛି । ଏହି ସିରିଜ ରୋହିତ ଶର୍ମାଙ୍କ ନେତୃତ୍ବରେ ମଧ୍ୟ ଖେଳାଯିବ । ଶୁଭମନ ଗିଲ ଉପଅଧିନାୟକ ରହିବେ । କେବଳ ବୁମରା ଏହି ସିରିଜରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ହର୍ଷିତ ରଣାଙ୍କୁ 15 ଜଣିଆ ଦଳରେ ସ୍ଥାନ ମିଳିଛି ।
ଇଂଲଣ୍ଡ ସିରିଜ ପାଇଁ ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍ (ଉପଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, କେ.ଏଲ. ରାହୁଲ, ଓ୍ବାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରିତ ବୁମରା, ମହମ୍ମଦ ସାମି, ଅର୍ଶଦୀପ, ଯଶସ୍ବୀ ଜୟସ୍ବାଲ, ଋଷଭ ପନ୍ଥ, ରବୀନ୍ଦ୍ର ଜାଡେଜା ।
୧- ରୋହିତ ଶର୍ମା (ଅଧିନାୟକ) ୨- ଶୁଭମନ ଗିଲ୍ (ଉପଅଧିନାୟକ) ୩- ବିରାଟ କୋହଲି ୪- ଶ୍ରେୟସ ଆୟର ୫- ହାର୍ଦ୍ଦିକ ପାଣ୍ଡ୍ୟା ୬- ଅକ୍ସର ପଟେଲ ୭- କେ.ଏଲ. ରାହୁଲ ୮- ଓ୍ବାଶିଂଟନ ସୁନ୍ଦର ୯- କୁଲଦୀପ ଯାଦବ ୧୦- ଯଶପ୍ରିତ ବୁମରା ୧୧- ମହମ୍ମଦ ସାମି ୧୨- ଅର୍ଶଦୀପ ୧୩- ଯଶସ୍ବୀ ଜୟସ୍ବାଲ ୧୪- ଋଷଭ ପନ୍ଥ ୧୫- ରବୀନ୍ଦ୍ର ଜାଡେଜା |
ଭାରତ-ଇଂଲଣ୍ଡ ୩ ଦିନିକିଆ ମ୍ୟାଚ :
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନିଟି ଦିନିକିଆ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଫେବୃଆରୀ ୬ ତାରିଖ ନାଗପୁର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ , ଦ୍ବିତୀୟ ମ୍ୟାଚ ଫେବୃଆରୀ ୯ ତାରିଖ ଓଡ଼ିଶାର କଟକ ବାରବାଟୀ ଷ୍ଟାଡିୟମ ଏବଂ ତୃତୀୟ ମ୍ୟାଚ ଫେବୃଆରୀ ୧୨ରେ ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଦିନିକିଆ ସିରିଜ ପୂର୍ବରୁ ଦୁଇ ଦେଶ ମଧ୍ୟରେ ୫ଟି ଟ୍ବେଣ୍ଟି-ଟ୍ବେଣ୍ଟି ମ୍ୟାଚ ମଧ୍ୟ ଖେଳାଯିବ ।
ପ୍ରଥମ ଦିନିକିଆ ମ୍ୟାଚ- ଫେବୃଆରୀ ୬ (ନାଗପୁର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମ) ଦ୍ବିତୀୟ ଦିନିକିଆ ମ୍ୟାଚ- ଫେବୃଆରୀ ୯ (ଓଡ଼ିଶାର କଟକ ବାରବାଟୀ ଷ୍ଟାଡିୟମ) ତୃତୀୟ ଦିନିକିଆ ମ୍ୟାଚ- ଫେବୃଆରୀ ୧୨ (ଗୁଜରାଟ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ) |