ETV Bharat / technology

ପ୍ରଥମ ଇଲେକଟ୍ରିକ୍‌ କାର 'e-Vitara' ପ୍ରଦର୍ଶିତ କଲା Maruti; ରେଞ୍ଜ କେତେ ଜାଣନ୍ତୁ - MARUTI EVITARA UNVEILED

ମାରୁତି ସୁଜୁକି ଭାରତର ସର୍ବବୃହତ ମୋବିଲିଟି ଏକ୍ସପୋରେ ଏହାର ପ୍ରଥମ ଇଲେକଟ୍ରିକ୍‌ କାର୍‌ 'e-Vitara'କୁ ପ୍ରଦର୍ଶିତ କରିଛି । ମାର୍ଚ୍ଚରେ ଏହାକୁ ବଜାରରେ ଲଞ୍ଚ କରାଯିବ ।

Maruti e Vitara Unveiled At Bharat Mobility Global Expo 2025
Maruti e Vitara Unveiled At Bharat Mobility Global Expo 2025 (Photo Credit- Maruti Suzuki)
author img

By ETV Bharat Tech Team

Published : Jan 18, 2025, 2:52 PM IST

ହାଇଦ୍ରାବାଦ: ସ୍ବଦେଶୀ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି (Maruti Suzuki) ଭାରତୀୟ ବଜାରରେ ଏହାର ପ୍ରଥମ ଇଲେକଟ୍ରିକ୍‌ କାର ଉପରୁ ପରଦା ଉଠାଇଛି । ନୂଆଦିଲ୍ଲୀରେ ଆୟୋଜିତ ଅଟୋ ଏକ୍ସପୋ 2025ରେ ଏହାକୁ ପ୍ରଦର୍ଶିତ କରିଛି । କମ୍ପାନୀ ଏହି କାରକୁ ବଜାରରେ ଆସନ୍ତା ମାର୍ଚ୍ଚରେ ଲଞ୍ଚ କରିବାକୁ ଯାଉଛି । Vitara eVX କନସେପ୍ଟ ଉପରେ ନିର୍ମିତ ହୋଇଥିବା ଇ-ଭିଟାରାକୁ ଗତବର୍ଷ ମଧ୍ୟ ପରିଚିତ କରିଥିଲା କମ୍ପାନୀ ।

କମ୍ପାନୀ ଏହି ଇଲେକଟ୍ରିକ ଏସୟୁଭିକୁ ଦୁଇଟି ବ୍ୟାଟେରୀ ବିକଳ୍ପ ସହିତ ଆଣିବାକୁ ଯାଉଛି । ଖାସ କଥା ହେଉଛି Maruti e-Vitaraର ଜାଆଁଳା କୁହାଯାଉଥିବା Toyota Urben Cruiser EVକୁ ବି ଚଳିତ ବର୍ଷ ଅଟୋ ଏକ୍ସପୋରେ ପ୍ରଦର୍ଶିତ କରାୟାଇଛି, ଯାହାକୁ କମ୍ପାନୀ ବର୍ଷ ଶେଷରେ ଭାରତୀୟ ବଜାରରେ ଲଞ୍ଚ କରିପାରେ । ତେବେ ମାରୁତି ସୁଜୁକିର ପ୍ରଥମ ଇଲେକଟ୍ରିକ କାର e-Vitaraର ପ୍ରତିଦ୍ବନ୍ଦ୍ବିତା Hyundai Creta Electric, MG ZS EV ଓ Mahindra BE 6 ସହିତ ହେବାକୁ ଯାଉଛି ।

Maruti e-Vitara: ରେଞ୍ଜ, ବ୍ୟାଟେରୀ ଓ ଚାର୍ଜିଂ

ଏହି ଇଲେକଟ୍ରିକ୍‌ ଏସୟୁଭିରେ ବ୍ୟବହାର କରାଯାଇଥିବା ସ୍କେଟବାର୍ଡ ମାରୁତି ସୁଜୁକି, ଟୟୋଟା ସହିତ ମିଶି ବିକଶିତ କରିଛି । ଭାରତରେ ଏହାକୁ 49kWh ଓ 61kWh ବ୍ୟାଟେରୀ ପ୍ୟାକ୍‌ ସହିତ ଲଞ୍ଚ କରାୟାଇଛି । ଏହି ବ୍ୟାଟେରୀ ପ୍ୟାକ୍‌ ସହିତ ମାଉଣ୍ଟେଡ୍‌ ମୋଟର ସଂଯୋଗ କରାଯାଇଛି, ଯାହାକି ଯଥାକ୍ରମେ 141bhp ଓ 170bhp ପାୱାର ଉତ୍ପନ୍ନ କରିଥାଏ । କମ୍ପାନୀ ଏଯାବତ ଏହାର ରେଞ୍ଜ ସମ୍ପର୍କରେ ସୂଚନା ଦିଆଯାଇନାହିଁ । କିନ୍ତୁ କୁହାଯାଉଛି ବଡ଼ ବ୍ୟାଟେରୀ ପ୍ୟାକ୍‌ 500କିମିରୁ ଅଧିକ MIDC-ରେଟେଡ୍‌ ରେଞ୍ଜ ପ୍ରଦାନ କରିଥାଏ ।

Maruti e Vitara Interior
Maruti e Vitara Interior (Photo Credit- Maruti Suzuki)

Maruti e-Vitara: ଡିଜାଇନ ଓ ଆକାର

ମାରୁତି ଇ-ଭିଟାରା କାରର ଲୁକ୍‌ ବେଶ ଦମଦାର ରହିଛି । ଏଥିରେ ଟୁ-ବକ୍ସ, ସିଧା ସିଲହୁଟ ଅଛି । କିନ୍ତୁ ଏହାର କିଛି ଭାଗ ଯେପରିକି ଶାର୍ପ ଏଜ୍‌ ଓ କ୍ରିଜ ଏବଂ ଆଲଏ ହ୍ବିଲକୁ କମ କରାଯାଇଛି । ଏଥିରେ ଷ୍ଟାଣ୍ଡାର୍ଡ ଭାବେ 225/55 R18 ଟାୟାର ମିଳିଥାଏ । ଏହି ଇଲେକଟ୍ରିକ୍‌ କାର 4ଟି ଡୁଆଲ୍‌-ଟୋନ୍‌ ବିକଳ୍ପ ସହିତ ମୋଟ 10ଟି କଲର ଅପସନ ସହିତ ଉପଲବ୍ଧ । ଏହାର ଆକାର 4275 ମିମି ଲମ୍ବ, 1800ମିମି ଚଉଡା ଓ 1640 ମିମି ଉଚ୍ଚ ଅଛି । ଏହାର ଡିଜାଇନ ସମ୍ପର୍କରେ କହିଲେ ଏହାର ଆଗ ଓ ପଛରେ ଟ୍ରାଇ-ସ୍ଲାସ ଏଲଇଡି ଡେଟାଇମ ରନିଂ ଲାଇଟ୍‌, ସାମ୍ନାର ବାମ ଫେଣ୍ଡରରେ ଚାର୍ଜିଂ ପୋର୍ଟ ରହିଛି ।

Maruti e Vitara Unveiled
ପ୍ରଥମ ଇଲେକଟ୍ରିକ୍‌ କାର 'e-Vitara' ପ୍ରଦର୍ଶିତ କଲା Maruti (Photo Credit- Maruti Suzuki)

Maruti e-Vitara: ଫିଚର

ଏଥିରେ ମିଳିବାକୁ ଥିବା ଫିଚର ସମ୍ପର୍କରେ କହିଲେ, ଏହି ଇଲେକଟ୍ରିକ ଏସୟୁଭିର ଡ୍ୟାସବୋର୍ଡ ଲେଆଉଟ୍‌ ଭାରତରେ ବିକ୍ରି ହେଉଥିବା ଅନ୍ୟ ମାରୁତି କାରଠାରୁ ଭିନ୍ନ । ଏଥିରେ ଇନଫୋଟେନମେଣ୍ଟ ଓ ଇନଷ୍ଟ୍ରୁମେଣ୍ଟ କନ୍ସୋଲ ଲାଗି ଫ୍ଲୋଟିଂ 10.25 ଇଞ୍ଚ ସ୍କ୍ରିନ, 10.1 ଇଞ୍ଚ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, 2-ସ୍ପେକ୍‌ ଫ୍ଲାଟ ବଟମ୍‌ ଷ୍ଟିଅରିଂ ହ୍ବିଲ, କ୍ଲାଇମେଟ୍‌ କଣ୍ଟ୍ରୋଲ ଲାଗି ଫିଜିକାଲ ବଟନ୍‌ ଦିଆଯାଇଛି । ଏହା ବ୍ୟତୀତ ଇଲେକଟ୍ରୋନିକ୍‌ ପାର୍କିଂ ବ୍ରେକ୍‌, ତିନୋଟି ଡ୍ରାଇଭିଂ ମୋଡ୍‌, ୱେୟାରଲେସ ଫୋନ ଚାର୍ଜର, ୱେୟାରଲେସନ ଆପଲ୍‌ କାରପ୍ଲେ, ଆଣ୍ଡ୍ରଏଡ୍‌ ଅଟୋ, 7 ଏୟାରବ୍ୟାଗ୍‌ ଓ ଲେଭଲ 2 ADAS ଦିଆଯାଇଛି ।

Maruti e-Vitara: ଦାମ କେତେ ?

ଏବେ କମ୍ପାନୀ ମାରୁତି ଇ-ଭିଟାରାର ଦାମର ଖୁଲାସା କରିନାହିଁ । ଏହାର ଦାମ ମାର୍ଚ୍ଚରେ ଘୋଷଣା କରିପାରେ । କିନ୍ତୁ ବଜାରରେ ଏହାର ମୁକାବିଲା Mahindra BE 6 (18.90 ଲକ୍ଷ-26.90 ଲକ୍ଷ ଟଙ୍କା), Tata Curvv EV (17.49 ଲକ୍ଷ-21.99 ଲକ୍ଷ ଟଙ୍କା) ଓ MG ZS EV (18.98 ଲକ୍ଷ-25.75 ଲକ୍ଷ ଟଙ୍କା) ସହିତ ହେବ । ମାରୁତି ଇ-ଭିଟାରାର ଉତ୍ପାଦନ ସୁଜୁକିର ଗୁଜୁରାଟ ପ୍ଲାଣ୍ଟରେ ହୋଇଥିବା ବେଳେ ଏହାର 50% ଉତ୍ପାଦନ ଜାପାନ ଓ ୟୁରୋପ ବଜାର ପାଇଁ ରହିଛି ।

ଏହା ବି ପଢନ୍ତୁ
  1. ପ୍ରଥମ ଇଲେକ୍ର୍ଟିକ କାର ନାଁ ଖୁଲାସା କଲା Maruti ସୁଜୁକି; ଜାଣନ୍ତୁ କେବେ ଲଞ୍ଚ
  2. 2024ର ବେଷ୍ଟ ସେଲିଂ କାର କିଏ; Marutiକୁ ପଛରେ ପକାଇ ହାତେଇଲା ଟାଇଟଲ୍‌

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.