ETV Bharat / state

ରାଜଭବନ ଲୋକଙ୍କ ନିକଟକୁ ଆସିବା ଦରକାର: ରାଜ୍ୟପାଳ - RAJ BHAVAN

ଦର୍ଶକଙ୍କ ସହ ରାଜଭବନ ଉଦ୍ୟାନ ବୁଲିଲେ ରାଜ୍ୟପାଳ । କହିଲେ, ରାଜଭବନ ଲୋକଙ୍କ ନିକଟକୁ ଆସିବା ଦରକାର ।

ରାଜଭବନ ଲୋକଙ୍କ ନିକଟକୁ ଆସିବା ଦରକାର: ରାଜ୍ୟପାଳ
ରାଜଭବନ ଲୋକଙ୍କ ନିକଟକୁ ଆସିବା ଦରକାର: ରାଜ୍ୟପାଳ (ETV Bharat Odisha)
author img

By ETV Bharat Odisha Team

Published : Jan 18, 2025, 7:18 PM IST

Updated : Jan 18, 2025, 9:18 PM IST

ଭୁବନେଶ୍ବର:‘‘ରାଜଭବନ ଲୋକଙ୍କଠାରୁ ଦୂରରେ ରହିବା କଥା ନୁହେଁ ବରଂ ଲୋକଙ୍କ ନିକଟକୁ ଆସିବ ଦରକାର । ମତେ ବହୁତ ଖୁସି ଲାଗିଲା, ଲୋକେ ଏଠାକୁ ବୁଲିବାକୁ ଆସୁଛନ୍ତି । ସବୁବର୍ଗର ଲୋକେ ରାଜଭବନ ଆସି ଏଠିକାର ବଗିଚା ସହ ହରିଣ ପାର୍କ ବୁଲି ଦେଖୁଛନ୍ତି । ଲୋକଙ୍କ ପାଇଁ ରାଜଭବନ ବର୍ଷକୁ ଥରେ କିମ୍ବା ଦୁଇଥର ଖୋଲାଯିବା ଉଚିତ୍‌ । ଦରକାର ପଡିଲେ ଏନେଇ ଅଧିକ ଚିନ୍ତା କରାଯିବ ।’’ ଦାୟିତ୍ବ ଗ୍ରହଣ କରିବା ପରେ ରାଜଭବନ ଉଦ୍ୟାନରେ ଲୋକଙ୍କ ସହ ପରିଭ୍ରମଣ କରିବା ସହ ପ୍ରଥମ ଥର ପ୍ରେସମିଟ୍‌ କରି ଏହି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟପାଳ ହରିବାବୁ କାମ୍ଭମପତି ।

  • ଦର୍ଶକଙ୍କ ସହ ଗାର୍ଡେନ ବୁଲିଲେ ରାଜ୍ୟପାଳ

ସର୍ବସାଧାରଣଙ୍କ ପାଇଁ ୧୩ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ଖୋଲାଯାଇଛି । ଯାହାକୁ ନେଇ ବିଭିନ୍ନ ବର୍ଗ ମଧ୍ୟରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ଆରମ୍ଭରୁ ଦର୍ଶକ ରାଜଭବନ ପରିସରରେ ଥିବା ବିଶାଳ ଗାର୍ଡେନ ପରିଦର୍ଶନ କରିବା ଜାରି ରଖିଛନ୍ତି । ଆଜି ଏହି ଅବସରରେ ଆଜି ଖୋଦ ରାଜ୍ୟପାଳ ଗାର୍ଡେନ ବୁଲି ଆସିଥିବା ଅନେକ ଛୋଟ ଛୋଟ ପିଲାଙ୍କ ସହ ବୁଲିଛନ୍ତି । ସେମାନଙ୍କୁ ଚକଲେଟ୍‌ ଏବଂ ପେନ ମଧ୍ୟ ବାଣ୍ଟିଛନ୍ତି ରାଜ୍ୟପାଳ ।ତେବେ ନୂଆ ରାଜ୍ୟପାଳଙ୍କୁ ଭେଟି ତାଙ୍କ ହାତରୁ ଉପହାର ନେବା ଛୋ ଛୋଟ ଛାତ୍ରଛାତ୍ରୀଙ୍କୁ ଅତ୍ୟନ୍ତ ଖୁସି ଦେଇଛି । ଏହା ଛଡ଼ା ଜନସାଧାରଣଙ୍କୁ ମଧ୍ୟ ଭେଟିଛନ୍ତି ରାଜ୍ୟପାଳ । ଏହାପରେ ଏକ ପ୍ରେସମିଟ କରି ଗଣମାଧ୍ୟମରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।

ରାଜଭବନ ଲୋକଙ୍କ ନିକଟକୁ ଆସିବା ଦରକାର: ରାଜ୍ୟପାଳ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ, ନିଶୁଳ୍କରେ ବୁଲିଲେ ପର୍ଯ୍ୟଟକ
ସର୍ବସାଧାରଣଙ୍କ ପାଇଁ ଖୋଲିଛି ରାଜଭବନ ଉଦ୍ୟାନ, ଲୋକଙ୍କ ଜମୁଛି ଭିଡ଼

ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର, ଭିତରକନିକାରେ ବଢିଲେ ୬ ହଜାର ଦେଶୀୟ ପକ୍ଷୀ - Bhitarkanika Bird census

  • 13 ରୁ 22 ଯାଏଁ ଖୋଲା ରାଜଭବନ ଗାର୍ଡେନ

ସେପଟେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରାଜଭବନ ବୁଲି ଆସିଥିବା ଛାତ୍ରଛାତ୍ରୀ ରାଜଭବନ ଗାର୍ଡେନ ପରିଦର୍ଶନ କରିବା ସହ ରାଜ୍ୟପାଳଙ୍କୁ ଭେଟି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି । ସୂଚନା ଥାଉ କି ଶୀତ ଦିନେ ରାଜଭବନ ଦର୍ଶକଙ୍କ ପାଇଁ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଖୋଲାଯାଏ । ଚଳିତବର୍ଷ ଦର୍ଶକଙ୍କ ପାଇଁ ରାଜଭବନ ଖୋଲାଯାଇଛି । ଚଳିତମାସ (ଜାନୁଆରୀ) ୧୩ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ।ରାଜଭବନ ପରିସରରେ ଏକ ବିଶାଳ ଉଦ୍ୟାନ ସହ ଡିଅର ପାର୍କ ମଧ୍ୟ ରହିଛି । ତେବେ ସର୍ବଦା ଗଣମାଧ୍ୟମରେ ରାଜଭବନ ସମ୍ପର୍କରେ ଶୁଣୁଥିବା ଛାତ୍ରଛାତ୍ରୀ ରାଜଭବନ ମଧ୍ୟରେ ପରିଦର୍ଶନ କରିବାର ସୁଯୋଗ ପାଉଥିବାରୁ ସେମନଙ୍କ ମଧ୍ୟରେ ଓ ଅଭିଭାବକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 18, 2025, 9:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.