ଓଡିଶା

odisha

By ETV Bharat Odisha Team

Published : Mar 31, 2024, 9:02 PM IST

ETV Bharat / politics

ରାୟଗଡ଼ା ବିଜେଡ଼ିରେ ଟିକେଟ୍ ଝଡ଼: ଅନୁସୂୟାଙ୍କ ପ୍ରାର୍ଥୀତ୍ବକୁ ବିରୋଧ, ଚର୍ଚ୍ଚାରେ ଭାସ୍କର-ଅନୁସୂୟା ଭେଟଘାଟ - Anusuya Meets Bhaskar Rao

Supporters Of Bhaskar Rao Opposing Anusuya: ଅନୁସୂୟା ମାଝୀଙ୍କୁ ଟିକେଟ୍ ମିଳିବା ରାୟଗଡ଼ା ଜିଲ୍ଲା ବିଜେଡିରେ ବିଦ୍ରୋହ ଦେଖିବାକୁ ମିଳିଛି । ବରିଷ୍ଠ ନେତା ଭାସ୍କର ରାଓଙ୍କ ସହ ଏ ବାବଦରେ ଆଲୋଚନା ହୋଇନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭାସ୍କରଙ୍କ ସମର୍ଥକ । ଅଧିକ ପଢନ୍ତୁ

Rayagada BJD
Rayagada BJD

ଅନୁସୂୟାଙ୍କ ପ୍ରାର୍ଥୀତ୍ବକୁ ବିରୋଧ, ଚର୍ଚ୍ଚାରେ ଭାସ୍କର-ଅନୁସୂୟା ଭେଟଘାଟ

ରାୟଗଡ଼ା:ଅନୁସୂୟା ମାଝୀଙ୍କୁ ରାୟଗଡା ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟିକା ପ୍ରାର୍ଥୀ ଭାବେ ଟିକେଟ ମିଳିଛି । ଯାହାକୁ ନେଇ ଜିଲ୍ଲା ବିଜେଡିରେ ବିଦ୍ରୋହ ଦେଖିବାକୁ ମିଳିଛି ।ପୁରୁଖା ନେତା ଭାସ୍କର ରାଓଙ୍କୁ ଶିବିରରୁ ଏନେଇ ତେଜିଛି ବିରୋଧ । ଭାସ୍କର ରାଓଙ୍କ ଅନୁଗାମୀମାନେ ଅନୁସୂୟା ମାଝୀଙ୍କ ଟିକେଟକୁ ବିରୋଧ କରି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏହାକୁ ନେଇ ଜିଲ୍ଲାରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ଅନ୍ୟପଟେ ଅନୁସୂୟା ଆର୍ଶୀବାଦ ଭିକ୍ଷା ପାଇଁ ଭାସ୍କରଙ୍କ ପାଖକୁ ଯିବା ନେଇ ମଧ୍ୟ ରାଜନୀତି ଜୋର ଧରିଛି । ଦୀର୍ଘ ୫୦ବର୍ଷ ଧରି ରାୟଗଡ଼ା ଜିଲ୍ଲାର ବିଜେଡି ଦଳର ଟାଣୁଆ ନେତା ଭାବେ ସକ୍ରିୟ ରହିଆସିଛନ୍ତି ଭାସ୍କର ରାଓ ।

ଭାସ୍କରଙ୍କ ମତାମତ ନିଆ ନଯାଇ ରାୟଗଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଅନୁସୂୟା ମାଝୀଙ୍କୁ ଚୟନ କରିବାକୁ ସଜରେ ଗ୍ରହଣ କରିପାରୁନାହାନ୍ତି ଭାସ୍କର ସମର୍ଥକ । ଏପରିକି ଏହାକୁ ନେଇ ଭାସ୍କରଙ୍କ ଅନୁଗାମୀମାନେ ସାମ୍ବାଦିକ ସମ୍ମିଳନୀ କରି ଦଳର ଏହି ଚୟନ ପ୍ରକ୍ରିୟାକୁ ବିରୋଧ କରିଛନ୍ତି । ବହୁ ଆଶାୟୀଙ୍କ ସମେତ ବିଜେଡିରେ ଥ‌ିବା ବହୁ ନେତା ପ୍ରାଥମିକ ସଦସ୍ୟ ପଦ ଛାଡିଛନ୍ତି । ସୂଚନା ଅନୁସାରେ, ଗତକାଲି (ଶନିବାର) ଭାସ୍କର ରାଓଙ୍କ ବାସଭବନରେ ଗୋଟିଏ ବଡ଼ ସଭା ଅନୁଷ୍ଠିତ ହୋଇଥିଲା । ଭାସ୍କର ରାଓଙ୍କ ଉପସ୍ଥିତିରେ ତୁଙ୍ଗ ନେତାଏଁ ଜଣ ଜଣ କରି ରାଜ୍ୟ ବିଜେଡି ସଂଗଠନ ବିରୋଧରେ ଗର୍ଜି ଉଠିଥିଲେ । ଦଳର ଏଭଳି ଏକତରଫା ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି ଦଳୀୟ କର୍ମୀ । ଏପରିକି ଟାଣୁଆ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ଜଗଦୀଶ ପାତ୍ର ନିଜ ଭାଷଣରେ ରାଜ୍ୟର ନେତୃତ୍ୱମାନଙ୍କୁ ନିନ୍ଦା କରିଥିବା ଦେଖିବାକୁ ମିଳିଛି । ରାୟଗଡ଼ାରୁ ୫ଶହ କିଲୋମିଟର ଦୂର ଭୁବନେଶ୍ବରକୁ ଗଲେ ସେଠାରେ ରାଜ୍ୟ ସ୍ତରୀୟ ନେତାଙ୍କ ଏକ ମିନିଟ କଥା ହେବାପାଇଁ କାହା ପାଖରେ ସମୟ ରାହୁନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଦଳୀୟ କର୍ମୀ ।

ଏହା ମଧ୍ୟ ପଢନ୍ତୁ...ରାୟଗଡାରୁ ବିଜେଡି ପ୍ରାର୍ଥୀ ଅନୁସୂୟା ମାଝୀ ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା - ODISHA ASSEMBLY ELECTION 2024

ଠିକ ଏହି ସମୟରେ ଅନୁସୂୟା ମାଝୀ ଭାସ୍କରଙ୍କ ଘରେ ପ୍ରବେଶ କରିବା ପରେ ସବୁ ଗର୍ଜନ କିଛି ସମୟ ପାଇଁ ନୀରବି ଯାଇଥିଲା । ଆଉ ଭାସ୍କରଙ୍କ ସହ ଅନୁସୂୟା ମାଝୀଙ୍କ ରୁଦ୍ଧ ଦ୍ବାର ବୈଠକ ହୋଇଥିଲା । ବାହାରକୁ ଆସିବା ପରେ ଅନୁସୂୟା ଗଣମାଧ୍ୟମକୁ କହିଥିଲେ, "ସେ ମୋତେ ଆର୍ଶୀବାଦ କରିଛନ୍ତି। ଆମେ ଏକାଠି ଅଛୁ ।" ଏହି ସାକ୍ଷାତକାରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ଭାସ୍କର ରାଓ କହିଛନ୍ତି, "କର୍ମୀଙ୍କ ଅସନ୍ତୋଷ ନେଇ ରାଜ୍ୟ ପଦାଧିକାରୀଙ୍କୁ ଅବଗତ କରିବି ଏବଂ ଯେଉଁଭଳି ନିର୍ଦ୍ଦେଶ ମିଳିବ ସେ ଦିଗରେ କାର୍ଯ୍ୟ କରିବି ।"

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details