ଭୁବନେଶ୍ୱର:ସାଧାରଣ ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବିଜେଡ଼ି ଦଳ ସଜାଡ଼ିବା ଆରମ୍ଭ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମ ଓ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜେଡିରେ ସାମିଲ ହୋଇଛନ୍ତି ତୃଣମୂଳ ସ୍ତରର ବିଜେପି ନେତା ଓ କର୍ମୀ । ଯାହା ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବେଶ ଗୁରୁତ୍ୱ ବହନ କରୁଛି ।
ବିଜେଡିର ମିଶ୍ରଣ ପର୍ବ:
BJD Joining program (ETV Bharat Odisha) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବୁରୁପଡ଼ା ସରପଞ୍ଚ ସନ୍ତୋଷିନୀ ବେହେରାଙ୍କ ସହ ନାଏବ ସରପଞ୍ଚ, ୱାର୍ଡ଼ମେମ୍ବର ଓ ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ବିଜୁ ଜନତା ଦଳର କ୍ରିୟାନ୍ୱୟନ ଓ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଛନ୍ତି ଦେବୀ ମିଶ୍ର । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ନିଜ ମତ ଜଣାଇବା ପରେ ବିଜେଡିରେ ମିଶିଛନ୍ତି । ସାଧାରଣ ନିର୍ବାଚନ ପରେ ଏହା ବିଜେଡିର ପ୍ରଥମ ମିଶ୍ରଣ କାର୍ଯ୍ୟକ୍ରମ । ସମସ୍ତଙ୍କୁ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ପକ୍ଷରୁ ସ୍ୱାଗତ କରିଛନ୍ତି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ବିଜେଡି:
BJD Joining program (ETV Bharat Odisha) କାର୍ଯ୍ୟକ୍ରମ ରୂପାନ୍ତର କମିଟି ଆବାହକ ସଞ୍ଜୟ ଦାସବର୍ମା ଓ ସଭ୍ୟ ସଂଗ୍ରହ କମିଟି ଆବାହକ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଉପସ୍ଥିତରେ ହୋଇଛି ମିଶ୍ରଣ କାର୍ଯ୍ୟକ୍ରମ । ଏନେଇ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ
ଦେବୀ ମିଶ୍ର କହିଛନ୍ତି, "ବିଜେଡିକୁ ଅଧିକ ସଂଗଠିତ କରିବାକୁ ସମସ୍ତେ ସଂକଳ୍ପବଦ୍ଧ । ଗଞ୍ଜାମ ଜିଲ୍ଲା ବିଶେଷ କରି ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଦିନ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଭରସା କରି ବୁରୁପଡା ପଞ୍ଚାୟତ ସରପଞ୍ଚଙ୍କ ନେତୃତ୍ୱରେ ଅନେକ ବରିଷ୍ଠ ନେତା ବିଜେଡିରେ ସାମିଲ ହୋଇଛନ୍ତି । ତୃଣମୂଳ ସ୍ତରରେ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ଓ ଭରସା ରହିଛି । ବୁରୁପଡା ପଞ୍ଚାୟତକୁ ଆହୁରି କ୍ରିୟାଶୀଳ କରିବେ ବୋଲି ଆଶା ରହିଛି । ଯାହା ବିଜେଡିକୁ ଆହୁରି ଶକ୍ତିଶାଳୀ କରିବ ।"
ମୁଖ୍ୟମନ୍ତ୍ରୀଙ୍କୁ ଅରୁଣଙ୍କୁ ଚିଠି; ଆଦର୍ଶ ବିଦ୍ୟାଳୟରୁ ହଟୁ ବିଧାୟକ-ସାଂସଦଙ୍କ କୋଟା
ଓଡିଶାରେ ‘ଓବିସି’ ସଂସଦୀୟ କମିଟି: ଜାତିଭିତ୍ତିକ ଜନଗଣନା ଦାବି କଲା ବିଜେଡି, କଟାକ୍ଷ କଲା ବିଜେପି
ପ୍ରସନ୍ନଙ୍କ ବାସଭବନରେ ବିଜେଡି ନେତାଙ୍କ ମେଳି, ସୌଜନ୍ୟତା ନା ରାଜନୈତିକ ଚର୍ଚ୍ଚା ?
ଆଇନ ଶୃଙ୍ଖଳା ଭୁଶୁଡି ପଡିଛି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜରାସ୍ତାରେ ମୁଣ୍ଡ ଗଡୁଛି: ବିଜେଡି
ବିଜେଡ଼ିରେ ସାମିଲ ହୋଇଥିବା ସରପଞ୍ଚ ସନ୍ତୋଷିନୀବେହେରା କହିଛନ୍ତି, "ବିଗତ ୭ ମାସ ହେଲା ବିଜେପି ପଞ୍ଚାୟତ ସ୍ତରରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରୁନାହାନ୍ତି । ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛୁ । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ସହ ଦେଖା କଲୁ । ବିଜେଡିରେ ସାମିଲ ହୋଇ ଆମେ ବହୁତ ଖୁସି ଅନୁଭବ କରୁଛୁ ।"
BJD Joining program (ETV Bharat Odisha) ହିଞ୍ଜିଳି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ । ଯେଉଁଠାରୁ ସେ ଲଗାତାର ୬ ଥର ବିଧାୟକ ଭାବେ ଜିତିଛନ୍ତି । ଗତ ନିର୍ବାଚନରେ ବି ହିଞ୍ଜିଳିବାସୀ ନବୀନଙ୍କ ଉପରେ ଭରସା କରି ତାଙ୍କୁ ବିଧାୟକ କରିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ନାଏବ ସରପଞ୍ଚ ରଞ୍ଜନ ସ୍ୱାଇଁ, ୱାର୍ଡ଼ମେମ୍ବର ପୁନମ ପାଲୋ, ଉମାରାଣୀ ପୋଲାଇ, ଜୟନ୍ତୀ ସାହୁ, ଅଭିମନ୍ୟୁ ଖାଟୋଇ, ଶରତ ଚନ୍ଦ୍ର ପଣ୍ଡା, ରିଙ୍କି ମୁନି, ଜଣେଶ ସେଠୀ, ପାଣ୍ଡି ପ୍ରଧାନ, ନିର୍ମଳ ବେହେରା ପ୍ରମୁଖ ବିଜେଡ଼ିରେ ସାମିଲ ହୋଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର