ETV Bharat / politics

ଖୁବଶୀଘ୍ର ଦେଶର ଶ୍ରେଷ୍ଠ ୫ ରାଜ୍ୟରେ ସାମିଲ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ - CM MOHAN MAJHI PRESS MEET

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବେଶ ଆଶାବାଦୀ ମୋହନ ସରକାର । ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ କରିବାର ଲକ୍ଷ୍ୟ ।

CM MOHAN MAJHI PRESS MEET
CM MOHAN MAJHI PRESS MEET (ETV Bharat Odisha)
author img

By ETV Bharat Odisha Team

Published : Jan 19, 2025, 8:49 AM IST

ଭୁବନେଶ୍ୱର: 'ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ଐତିହାସିକ ସାବ୍ୟସ୍ତ ହୋଇଛି । ଖୁବଶୀଘ୍ର ଦେଶର ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ସ୍ଥାନ ପାଇବ ଓଡ଼ିଶା ।' ରାଜ୍ୟରେ ନୂଆ ସରକାର ଆସିବାର ୭ ମାସ ପୂରଣ ହୋଇଥିବା ବେଳେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ରାଜ୍ୟରେ ବ୍ୟାପକ ପରିବର୍ତ୍ତନ ପାଇଁ କ୍ଷେତ୍ର ପ୍ରସ୍ତୁତ:

ନୂଆ ସରକାର ଆସିବାର ୭ ମାସ ପୂରଣ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,"୭ ମାସରେ ଓଡିଶାକୁ ବିକାଶ କ୍ଷେତ୍ରରେ ଆଗକୁ ବଢ଼େଇବା ଲାଗି ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି । ଓଡ଼ିଶାର ବ୍ୟାପକ ପରିବର୍ତ୍ତନ ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଉଛି । ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ଏକ ପ୍ରମୁଖ ଅଭିବୃଦ୍ଧି ଇଂଜିନ ଭାବରେ ଗଢି ତୋଳିବା ଲକ୍ଷ୍ୟ ରହିଛି । ଏହିକ୍ରମରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ଐତିହାସିକ ସାବ୍ୟସ୍ତ ହୋଇଛି । ଖୁବଶୀଘ୍ର ଦେଶର ଶ୍ରେଷ୍ଠ ୫ ରାଜ୍ୟରେ ଓଡିଶାକୁ ସାମିଲ ହେବ ।"

Chief Minister Mohan Majhi press meet
Chief Minister Mohan Majhi press meet (ETV Bharat Odisha)

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ଅତ୍ୟନ୍ତ ସୁଦୁରପ୍ରସାରୀ:

Chief Minister Mohan Majhi over Singapore President Odisha visit (ETV Bharat Odisha)
ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି," ଓଡି଼ଶା ଏକ ସମ୍ଭାବନାର ପ୍ରଦେଶ । ସେହି ଲକ୍ଷ୍ୟ ନେଇ ଓଡ଼ିଶାର ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ନିବେଶ ପାଇଁ ଦେଶ ଓ ବିଶ୍ୱର ନିବେଶଙ୍କୁ ଓଡିଶାରେ ପୁଞ୍ଜି ନିବେଶ କରିବା ପାଇଁ ନିମନ୍ତ୍ରଣ କରୁଛୁ । ସେହି ପରିପ୍ରେକ୍ଷୀରେ ଦିଲ୍ଲୀ ଓ ମୁମ୍ବାଇରେ ରୋଡ ସୋ କରିଛୁ । ଏହା ସହ ସିଙ୍ଗାପୁର ମଧ୍ୟ ଗସ୍ତ କରିଛୁ । ସିଙ୍ଗାପୁରରେ ବିଭିନ୍ନ ଅଗ୍ରଣୀ ଶିଳ୍ପ ସଂସ୍ଥା ପରିଦର୍ଶନ କରିଥିଲା ଟିମ ଓଡିଶା । ଏହା ସହ ବିଭିନ୍ନ ଶିଳ୍ପପତିମାନଙ୍କ ସହ ଆଲୋଚନା ହୋଇଛି । ସିଙ୍ଗାପୁର ସରକାରଙ୍କ ବିଭିନ୍ନ ମନ୍ତ୍ରୀମାନଙ୍କ ସହିତ ମଧ୍ୟ ଆଲୋଚନା କରାଯାଇଥିଲା । ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଥିଲୁ । ଆମ କଥାକୁ ରକ୍ଷା କରି ଓଡିଶା ଗସ୍ତରେ ଆସିଥିଲେ ସିଙ୍ଗାପୁର ରାଷ୍ଟ୍ରପତି । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡିଶା ଗସ୍ତ ଅତ୍ୟନ୍ତ ସମ୍ମାନର ବିଷୟ । ଏହି ଗସ୍ତର ପ୍ରଭାବ ଅତ୍ୟନ୍ତ ସୁଦୁରପ୍ରସାରୀ ହେବ ।"

ଓଡିଶା ପାଇଁ Clear-cut Outcome ଲକ୍ଷ୍ୟ:

ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଓଡିଶା ସରକାର ସିଙ୍ଗାପୁର ସହିତ ୮ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି । ଏହି ୮ଟି ଚୁକ୍ତିନାମା ଦ୍ୱାରା ଓଡିଶା ପାଇଁ ୮ଟି Clear-cut Outcomeର ଲକ୍ଷ୍ୟ ରଖିଛୁ । ଏଗୁଡିକ କାର୍ଯ୍ୟକାରୀ ହେବା ପରେ ସମ୍ପୃକ୍ତ କ୍ଷେତ୍ର ଗୁଡିକରେ ଓଡିଶା ବିଶ୍ୱର ଅଗ୍ରଣୀ ଦେଶ ମାନଙ୍କ ସହିତ ସମକକ୍ଷ ହୋଇପାରିବ । ଇଡ୍କୋ ସହ ସିଙ୍ଗାପୁରର ସେମ୍ବକର୍ପର ଚୁକ୍ତି ଜରିଆରେ ଓଡିଶାରେ ବିଶ୍ୱସ୍ତରୀୟ ବହୁ ସାମଗ୍ରୀ ଇଣ୍ଡଷ୍ଟ୍ରୀଆଲ ପାର୍କ ପ୍ରତିଷ୍ଠା ପାଇଁ ସୁଯୋଗ ସୃଷ୍ଟି ହେବ । ଏହି ପାର୍କ ଗୁଡିକରେ ଅତ୍ୟାଧୁନିକ ଟେକ୍ନୋଲୋଜିର ପ୍ରୟୋଗ ସହିତ ପ୍ରୋଜେକ୍ଟ ଗୁଡିକ ଯେପରି ନିରନ୍ତର ହେବ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର ନିକଟରେ ଅତ୍ୟାଧୁନିକ ସହର ବିକାଶ ପାଇଁ ଯୋଜନା:

ସେ ଆଉ ମଧ୍ୟ କହିଛନ୍ତି,"ଇପିକଲ ସହିତ ମଧ୍ୟ ସେମ୍ବକର୍ପର ଏକ ଚୁକ୍ତି ହୋଇଛି । ଏଥିରେ ପାରାଦୀପରେ ଏକ ଗ୍ରୀନ ସିପିଙ୍ଗ କରିଡର ଓ ଏକ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ ସ୍ଥାପନ କରାଯିବ । ଏହା ଦ୍ୱାରା ଭାରତର ଗ୍ରୀନ ଏନର୍ଜି କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରିପାରିବ । ଇପିକଲ ଓ ସିଙ୍ଗାପୁରର ସୁରବନ ଜୁରଙ୍ଗ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ପାରାଦୀପ PCPIR ଅଞ୍ଚଳର ବିକାଶ ପାଇଁ ଏକ ବିସ୍ତୃତ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯିବ । ବିଡିଏ ଓ ସୁରବନ ଜୁରଙ୍ଗ ସହିତ ଯେଉଁ ଚୁକ୍ତି ହୋଇଛି, ସେଥିରେ ଭୁବନେଶ୍ୱର ନିକଟରେ ଏକ ଅତ୍ୟାଧୁନିକ ସହରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଅତ୍ୟାଧୁନିକ ସହରାଞ୍ଚଳ ଯୋଜନା ପ୍ରସ୍ତୁତ କରିବାରେ ସୁରବନ ଜୁରଙ୍ଗର ଦକ୍ଷତା ଓ ଅଭିଜ୍ଞତା ସହାୟକ ହେବ ।"

ଇନୋଭେସନ ପାଇଁ ହେବ ସୁଯୋଗ ସୃଷ୍ଟି :

ଓଡିଶା ସରକାରଙ୍କ ଶକ୍ତି ବିଭାଗ, ଭୁବନେଶ୍ୱର IIT ଓ ସିଙ୍ଗାପୁରର ନାନ୍ୟାଙ୍ଗ ଟେକ୍ନୋଲୋଜିକାଲ ୟୁନିଭର୍ସିଟି ମଧ୍ୟରେ ଏକ ତ୍ରି-ପାକ୍ଷିକ ଚୁକ୍ତି ହୋଇଛି । ଏହା ଦ୍ୱାରା ଭବିଷ୍ୟତରେ ଆମର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ଗ୍ରୀନ ହାଇଡ୍ରୋଜେନ ଓ ସୋଲାର ଏନର୍ଜି (ସୌର ଶକ୍ତି) ପରି ବିଭିନ୍ନ ବିକଳ୍ପ ସମାଧାନର ସୂତ୍ର ବାହାର କରାଯିବ । ଓଡିଶା ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସହିତ ସିଙ୍ଗାପୁରର ଗ୍ଲୋବାଲ ଫାଇନାନ୍ସ ଓ ଟେକ୍ନୋଲୋଜି ନେଟୱାର୍କ ଏବଂ GFTN ସହିତ ଚୁକ୍ତି ହୋଇଛି, ସେଥିରୁ ଆମେ ଫାଇନାନ୍ସିଆଲ ଟେକ୍ନୋଲୋଜି ଇକୋସିଷ୍ଟମର ବିକାଶ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଫିନଟେକ କ୍ଷେତ୍ରରେ ଅଧିକ ନିବେଶ ଆସିବ । ଇନୋଭେସନ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହେବ ।

ଅତ୍ୟାଧୁନିକ ଟେକ୍ନୋଲୋଜିରେ ଯୁବବର୍ଗଙ୍କର ହେବ ଦକ୍ଷତା ବୃଦ୍ଧି :

ମୁଖ୍ୟମନ୍ତ୍ରୀ କହିଛନ୍ତି," ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡିଶାରେ ଏକ ବିଶ୍ୱସ୍ତରୀୟ ଦକ୍ଷ ଶ୍ରମଜୀବୀ ପ୍ରସ୍ତୁତ କରିବା ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଦୁଇଟି ଚୁକ୍ତି ହୋଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସିଙ୍ଗାପୁରର ITEES ସହିତ ଗୋଟିଏ ଚୁକ୍ତି କରିଛି । ନାନ୍ୟାଙ୍ଗ ଟେକ୍ନୋଲୋଜିକାଲ ୟୁନିଭର୍ସିଟି ସହିତ IIT Bhubaneswar ଏବଂ ଶକ୍ତି ବିଭାଗ ମଧ୍ୟ ଆଉ ଗୋଟିଏ ଚୁକ୍ତି ହୋଇଛି । ଏହା ଦ୍ୱାରା I.T, I.T.E.S, ସେମି କଣ୍ଡକଟର ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଟେକ୍ନୋଲୋଜି କ୍ଷେତ୍ରରେ ଆମ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ହୋଇପାରିବ ।

ଓଡିଶାକୁ ଆଗକୁ ନେବା ପାଇଁ ବର୍ତ୍ତମାନ ପ୍ରକୃଷ୍ଟ ସମୟ :

ଆଧୁନିକ ସହରାଞ୍ଚଳ ଯୋଜନାରୁ ଆରମ୍ଭ କରି ନୂତନ ସହର ପ୍ରତିଷ୍ଠା, ପେଟ୍ରୋଲିୟମ, କେମିକାଲ୍ସ, ଗ୍ରୀନ ଏନର୍ଜି ଓ ଦକ୍ଷତା ବିକାଶ ପରି ଆଧୁନିକ କ୍ଷେତ୍ରର ବିକାଶ ପାଇଁ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଓଡିଶାକୁ ଆଗକୁ ନେବା ପାଇଁ ଏହା ଏକ ପ୍ରକୃଷ୍ଟ ସମୟ । ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଆସିବା ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡିଶାର ବିକାଶ ଉପରେ ସ୍ୱତନ୍ତ୍ର ଫୋକସ ରହିଛି । ମୋଦିଙ୍କ ପୂର୍ବଦୋୟ ଯୋଜନାରେ ଓଡିଶାର ବିକାଶକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି । ଗତ ୭ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ୪ ଥର ଓଡିଶା ଗସ୍ତରେ ଆସିଲେଣି । ଚଳିତ ମାସ ଶେଷ ସପ୍ତାହରେ ଆୟୋଜିତ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମରେ ମଧ୍ୟ ପ୍ରଧାନମନ୍ତ୍ରୀ ସାମିଲ ହେବା କାର୍ଯ୍ୟକ୍ରମ ରହିଛି । ଡବଲ ଇଂଜିନ ସରକାରରେ ମିଳିତ ସହଯୋଗ ଯୋଗୁ ଆମର ବିକାଶମୂଖୀ ପଦକ୍ଷେପ ଉପରେ ଏହାର ପ୍ରଭାବ ପଡିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ଐତିହାସିକ ଘଟଣା:

"ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସବୁ ଦୃଷ୍ଟିରୁ ଏକ ଐତିହାସିକ ଘଟଣା । ଓଡିଶାର ଐତିହ, ପରମ୍ପରା, କଳା, ସଂସ୍କୃତି, ଲୋକ ସଙ୍ଗୀତ, ଲୋକକଳାକୁ ସିଙ୍ଗାପୁର ରାଷ୍ଟ୍ରପତି ଦେଖିଛନ୍ତି । ରଘୁରାଜପୁର ପରିଦର୍ଶନ ମଧ୍ୟ କରିଛନ୍ତି । କଳାଭୂମିରେ ମହାପ୍ରଭୁଙ୍କ ସଂସ୍କୃତି ବାବଦରେ ସେ ଅବଗତ ହୋଇଛନ୍ତି । ଓଡିଶାର ବିଭିନ୍ନ ସାମଗ୍ରୀ ଦେଖି କିଣିଛନ୍ତି ରାଷ୍ଟ୍ରପତି । ୪ ଘଣ୍ଟା ସମୟ ଦେଇ ସେ ଓଡିଶାର ଶାଢ଼ୀ, ବସ୍ତ୍ର, ଅଳଙ୍କାର କିଣିଛନ୍ତି । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ଶିଳ୍ପ, ବନ୍ଦର ଭିର୍ତ୍ତିକ ଶିଳ୍ପକୁ ଗୁରୁତ୍ୱ ଦେଇ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ପାଇଁ ସମ୍ଭାବନା ସୃଷ୍ଟି ହୋଇଛି । ଗୋଟେ ରାଷ୍ଟ୍ରର ମୁଖ୍ୟ ଓଡ଼ିଶା ଗସ୍ତରେ ଆସିବା ଏବଂ ଗୁରୁତ୍ୱ ଦେବା ସହ ନିବେଶ କରିବାକୁ ସହଯୋଗ କରିବା ନିଶ୍ଚୟ ଭାବେ ଆମ ପାଇଁ ସଫଳତା ଆଣି ଦେଇଛି ।"

ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବ ଓଡିଶା :

ଆଧୁନିକ ସହରାଞ୍ଚଳଠାରୁ ଆରମ୍ଭ କରି ନୂତନ ସହର ପ୍ରତିଷ୍ଠା, ପେଟ୍ରୋଲିୟମ, କେମିକାଲସ, ଗ୍ରୀନ ଏନର୍ଜୀ, ଦକ୍ଷତା ବିକାଶ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ବିକାଶର ଭିଜନକୁ ବାସ୍ତବତାରେ ପରିଣତ କରିବା ଦିଗରେ ଆମ ଓଡିଶା ପାଇଁ ଏହା ଏକ ମାଇଲ ଷ୍ଟୋନ ସାବ୍ୟସ୍ତ ହୋଇଛି । ଏହା ଦ୍ୱାରା ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଲକ୍ଷ୍ୟ ପୂରଣ ଦିଗରେ ଏକ ସୁଦୃଢ ଭିତ୍ତି ପଡିପାରିଛି । ଆଗାମୀ ଦିନରେ ଏହା ସଫଳତା ଲାଭ କରିବ । ଓଡିଶା ଭାରତବର୍ଷର ଅର୍ଥନୀତି ଓ ଭିର୍ତ୍ତିଭୂମି କ୍ଷେତ୍ରରେ ଶ୍ରେଷ୍ଠ ୫ଟି ରାଜ୍ୟ ଭିତରେ ଓଡିଶା ପ୍ରବେଶ କରିବ । ସମୃଦ୍ଧ ଓଡିଶା ଗଠନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏହାମଧ୍ୟ ପଢନ୍ତୁ...

ଓଡ଼ିଶା ବାୟୋଟେକ୍ ପାର୍କ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି

ରଘୁରାଜପୁର ଓ କୋଣାର୍କ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି: ଦେଖିଲେ ଗୋଟିପୁଅ ନୃତ୍ୟ, କିଣିଲେ ପଟ୍ଟଚିତ୍ର

କଳାଭୂମିରେ ୪ ଘଣ୍ଟା ବିତାଇଲେ ସିଙ୍ଗାପୁର ରାଷ୍ଟ୍ରପତି, ଓଡ଼ିଶା କଳାକୃତି ଦେଖି ଅଭିଭୂତ

ଓଡ଼ିଶା-ସିଙ୍ଗାପୁର 8 ଚୁକ୍ତିନାମା ସ୍ବାକ୍ଷର, ଆଗକୁ ଅନେକ ବିଭାଗରେ MOU ହେବ କହିଲେ ମୁଖ୍ୟମନ୍ତ୍ରୀ

୮ଟି ବୁଝାମଣାପତ୍ରରେ ସ୍ବାକ୍ଷର:

ଓଡିଶା ସରକାରଙ୍କ ସିଙ୍ଗାପୁର ଗସ୍ତ ସମୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବାଣିଜ୍ୟ, ପରିବହନ, ଆଇଟି, ସହରାଞ୍ଚଳ ବିକାଶ, ଶିଳ୍ପ, ବନ୍ଦର ଯୁକ୍ତ ଶିଳ୍ପ ବାବଦରେ ଆଲୋଚନା କରିଥିଲୁ । ୮ଟି ବୁଝାମଣାପତ୍ରରେ ସ୍ବାକ୍ଷର ହୋଇଛି । ଉତ୍କର୍ଷ ଓଡିଶା : ମେକ ଇନ ଓଡିଶା ୨୦୨୫ ପାଇଁ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ପ୍ରଭାବ ପକେଇବା ଆରମ୍ଭ କରିଛି । ନିବେଶକ ଆମ ସହିତ ଯୋଗଯୋଗ କରିବା ଲାଗି ପ୍ରତିଯୋଗିତା ଆରମ୍ଭ କରିଛନ୍ତି । ଆମର ଲକ୍ଷ୍ୟ ୫ ଲକ୍ଷ କୋଟି ଟଙ୍କାର ନିବେଶ ସଫଳ ହେବ ଆଶା ରହିଛି । ଦେଶ ଓ ବିଦେଶ ନିବେଶକାରୀଙ୍କର ଓଡିଶା ଉପରେ ନଜର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନିଯୁକ୍ତି ମେଳା ଜରିଆରେ ୨୦ ହଜାରରୁ ଅଧିକ ନିଯୁକ୍ତି:

ଗତ ସରକାର ଖାଲି ଥିବା ପଦବୀ ପୂରଣ ନକରି ରଖି ଦେଉଥିଲେ । ନିଯୁକ୍ତି ମେଳା ଜରିଆରେ ୨୦ ହଜାରରୁ ଅଧିକ ନିଯୁକ୍ତି ଦିଆଯାଇଛି । ଆଉ କିଛି ଦିନ ମଧ୍ୟରେ ଆଉ ୨୦ ହଜାର ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.