ଭୁବନେଶ୍ବର: ଭାରତର ପ୍ରଥମ ପାୱାର କଣ୍ଟ୍ରୋଲ ଟେକ୍ନୋଲୋଜି ସେଣ୍ଟର ଉଦଘାଟିତ । ଟାଟା ପାୱାର ପକ୍ଷରୁ ନିର୍ମାଣ ହୋଇଥିବା ଏହି ସେଣ୍ଟରକୁ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଦେଶରେ କୌଣସି ରାଜ୍ୟରେ ଏଭଳି ସେଣ୍ଟର ହୋଇ ନାହିଁ । ଓଡ଼ିଶାରେ ଏଭଳି ସେଣ୍ଟର ଦେଖି ଉତ୍ତର ପ୍ରଦେଶ ସରକାର ମଧ୍ୟ ଏହି ପଦକ୍ଷେପ ନେବାକୁ ଚାହୁଁଛନ୍ତି । ଟାଟା ପାୱାରର ଏଭଳି ପଦକ୍ଷେପ ପାଇଁ ଶୁଭେଚ୍ଛା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଟାଟାର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ପାୱାର କଣ୍ଟ୍ରୋଲ ଟେକ୍ନୋଲୋଜି ସେଣ୍ଟର ଉଦଘାଟିତ:
ଟାଟା ପାୱର ଗତକାଲି (ଶନିବାର) ଭୁବନେଶ୍ବରରେ ଏକ ଆତ୍ୟାଧୁନିକ ପାୱର ଡିଷ୍ଟ୍ରିବ୍ୟୁସନ୍ ଟେକ୍ନୋଲୋଜି ସେଣ୍ଟରର ଉଦ୍ଘାଟନ କରିଛି । ଯାହା ଓଡ଼ିଶାର ଶକ୍ତି ବିତରଣ ନେଟୱାର୍କକୁ ଆଧୁନିକ ବନାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଆଧୁନିକ କେନ୍ଦ୍ରଟି SCADA, ADMS, GIS ଦ୍ୱାରା ସଜ୍ଜିତ, ଯାହା ସଙ୍ଗେ ସଙ୍ଗେ ନିରୀକ୍ଷଣ, ଉତ୍ତମ ପରିଚାଳନା ନିୟନ୍ତ୍ରଣ ଏବଂ ଓଡ଼ିଶାର ସମଗ୍ର ବିଦ୍ୟୁତ୍ ଉପଭୋକ୍ତାଙ୍କୁ ନିରନ୍ତର ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଉପଲବ୍ଧ ହେବ । ଏହା TPCODL ପାଇଁ ମୁଖ୍ୟ କଣ୍ଟ୍ରୋଲ ସେଣ୍ଟର (MCC) ଏବଂ TPWODL, TPSODL, ଏବଂ TPNODL ପାଇଁ ବ୍ୟାକଅପ କଣ୍ଟ୍ରୋଲ ସେଣ୍ଟର (BCC) ଭାବେ କାର୍ଯ୍ୟ କରିବ। ଯାହା ଦୁର୍ଘଟଣା ପ୍ରତିକ୍ରିୟା ଓ ଚାଲୁ ପରିଚାଳନା ଜାରି ରଖିବାରେ ସାହାଯ୍ୟ କରିବ।
'ଟାଟା ପାୱାରକୁ ଶୁଭେଚ୍ଛା':
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି,"ଓଡ଼ିଶାରେ ଏହା ଭାରତର ପ୍ରଥମ ପାୱାର କଣ୍ଟ୍ରୋଲ ଟେକ୍ନୋଲୋଜି ସେଣ୍ଟର । ଦେଶରେ କୌଣସି ରାଜ୍ୟରେ ଏଭଳି ସେଣ୍ଟର ହୋଇନାହିଁ । ଓଡ଼ିଶାରେ ଏଭଳି ସେଣ୍ଟର ଦେଖି ଉତ୍ତର ପ୍ରଦେଶ ସରକାର ମଧ୍ୟ ପଦକ୍ଷେପ ନେବାକୁ ଚାହୁଁଛନ୍ତି । ଟାଟା ପାୱାରର ଏଭଳି ପଦକ୍ଷେପ ପାଇଁ ଶୁଭେଚ୍ଛା । ଏହା ଦ୍ବାରା ରିଏଲଟାଇମ ଦାତାକୁ ଦେଖି ୩୨ ଲକ୍ଷ ଉପଭୋକ୍ତା ପାଖରେ ମଧ୍ୟ ଏହି ସୂଚନା ରହିବା ଦରକାର । ଏହି ସେଣ୍ଟର୍ ଦ୍ଵାରା ରାଜ୍ୟର ଯେକୌଣସି ଜାଗାର ବିଦ୍ୟୁତ୍ ସଂଯୋଗୀ କରଣ ସୂଚନା ମିଳିପାରିବ । "
'ଅଧିକା ବିଲ ଅଭିଯୋଗକୁ ମନିଟରିଂ କରି ହେବ':
ସେ ଆହୁରି ମଧ୍ୟ କହିଛନ୍ତି," ଅଧିକା ବିଲ ନେଇ ହେଉଥିବା ଅଭିଯୋଗକୁ ମଧ୍ୟ ଏହି ସେଣ୍ଟରରୁ ମନିଟରିଂ କରି ହେବ । ଏହା ଦ୍ବାରା ଓଡ଼ିଶାର ଚାରୋଟି ସେଣ୍ଟର ରିୟଲ ଟାଇମ ଡାଟା ଏହି ସେଣ୍ଟର ମାଧ୍ୟମରେ ମନିଟରିଂ କରି ହେବ । ଯଦି କୌଣସି ଜାଗାରେ ବ୍ରେକ ଡାଉନ ଥିବ । ଏହି ସେଣ୍ଟର ମାଧ୍ୟମରେ ତାର ସମାଧାନ କରି ହେବ । ବାତ୍ୟା ଏବଂ କାଳବୈଶାଖୀକୁ ନେଇ ଯଦି କୌଣସି ସତର୍କ ଥିବ । ସେ ଦିଗରେ ମଧ୍ୟ ମନିଟରିଂ କରି ହେବ ।"
ଇଟିଭି ଭାରତ, ଭୁବନେଶ୍ବର