ETV Bharat / bharat

ବର୍ଷର ପ୍ରଥମ ମନ କି ବାତ, 'ଚଳିତ ସାଧାରଣତନ୍ତ୍ର ଦିବସ ବେଶ୍ ସ୍ୱତନ୍ତ୍ର' - PM MANN KI BAAT 2025

2025ର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, ସାଧାରଣତନ୍ତ୍ର ଦିବସଠୁ ନେଇ କୁମ୍ଭମେଳାର ମହତ୍ତ୍ବକୁ ନେଇ କହିଲେ ନିଜ ମନ କଥା ।

PM Narendra Modi
PM Narendra Modi (PTI)
author img

By ETV Bharat Odisha Team

Published : Jan 19, 2025, 12:57 PM IST

ନୂଆଦିଲ୍ଲୀ: ୨୦୨୫ ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିଥର ଏହି କାର୍ଯ୍ୟକ୍ରମ ମାସର ଶେଷ ରବିବାର ପ୍ରସାରଣ ହେଉଥିବା ବେଳେ ଚଳିତ ଥର ତୃତୀୟ ରବିବାର ଦିନ ଏହି କାର୍ଯ୍ୟକ୍ରମ ପ୍ରସାରଣ ହୋଇଛି । ଚଳିତ ମାସର ଶେଷ ରବିବାର ଜାନୁଆରୀ ମାସ ୨୬ ତାରିଖ ଅର୍ଥାତ୍ ଗଣତନ୍ତ୍ର ଦିବସ ପଡୁଥିବାରୁ ତୃତୀୟ ରବିବାର ଦିନ ଏହି କାର୍ଯ୍ୟକ୍ରମ ହୋଇଛି ।

'ଏ ବର୍ଷର ଗଣତନ୍ତ୍ର ଦିବସ ବେଶ୍ ସ୍ୱତନ୍ତ୍ର':

ଚଳିତ ବର୍ଷର ଗଣତନ୍ତ୍ର ଦିବସ ବେଶ୍ ସ୍ୱତନ୍ତ୍ର ବୋଲି କହିଛନ୍ତି ମୋଦି । କାରଣ ଚଳିତ ବର୍ଷ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ ଦେଶ । ଚଳିତ ବର୍ଷ ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ହେବାକୁ ଯାଉଛି । ୨୫ ଜାନୁଆରୀରେ ନିର୍ବାଚନ ଆୟୋଗ ଗଠନ ହୋଇଥିଲା । ଯେଉଁଥିପାଇଁ ଏହି ଦିନଟିକୁ 'ଜାତୀୟ ଭୋଟର ଦିବସ' ଭାବେ ପାଳନ କରାଯାଉଛି । ଦେଶରେ ଯେତେବେଳେ ୧୯୫୧-୫୨ ମସିହାରେ ପ୍ରଥମ ଥର ନିର୍ବାଚନ ହୋଇଥିଲା, ସେତେବେଳେ କିଛି ଲୋକଙ୍କ ମନରେ ଆଶଙ୍କା ଥିଲା ଯେ, କଣ ଦେଶର ଲୋକତନ୍ତ୍ର ଜୀବିତ ରହିବ ? ଆମ ଦେଶର ଲୋକତନ୍ତ୍ର ସବୁ ଆଶଙ୍କାକୁ ଭୁଲ ସାବ୍ୟସ୍ତ କରି ଗଣତନ୍ତ୍ରର ଜନନୀର ପରିଚୟ ହାସଲ କରିଛି । ଗତ ଦଶନ୍ଧୀରେ ଦେଶର ଗଣତନ୍ତ୍ର ସଶକ୍ତ ହୋଇଛି । ଗଣତନ୍ତ୍ର ପ୍ରକ୍ରିୟାରେ ସାମିଲ ହେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।

'ଦେଶକୁ ଏକସୁତ୍ରରେ ବାନ୍ଧି ରଖେ ପରମ୍ପରା':

ପ୍ରୟାଗରାଜ ମହାକୁମ୍ଭ ମେଳାକୁ ନେଇ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, "ପ୍ରୟାଗରାଜରେ ମହାକୁମ୍ଭ ମେଳାର ଆରମ୍ଭ ହୋଇଯାଇଛି । ସେଠାରେ ଜନ ସମୁଦ୍ର, ଅକଳ୍ପନୀୟ ଦୃଶ୍ୟ ଓ ସମାନତା- ସମନ୍ବୟର ଅସାଧାରଣ ମିଳନ ଦେଖିବାକୁ ମିଳିଛି । ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ଏହି ପରମ୍ପରାରେ କେଉଁଠି ବି ଭେଦଭାବ, ଜାତିବାଦ ଦେଖିବାକୁ ମିଳେନାହିଁ । ଯେଉଁଥିପାଇଁ କୁମ୍ଭ ଏକତାର ମହାକୁମ୍ଭ । କୁମ୍ଭ ମେଳାର ଆୟୋଜନ ଆମକୁ ଏହା ଦର୍ଶାଇ ଥାଏ ଯେ, କିଭଳି ଆମ ପରମ୍ପରା ସମଗ୍ର ଭାରତକୁ ଏକସୁତ୍ରରେ ବାନ୍ଧି ରଖେ । "

'ଅନ୍ତରୀକ୍ଷ କ୍ଷେତ୍ରରେ ଅଦ୍ଭୁତ ସଫଳତା ହାସଲ କରିଛି ଦେଶ':

ଆଉମଧ୍ୟ ୨୦୨୫ ଆରମ୍ଭରୁ ଭାରତ ଅନ୍ତରୀକ୍ଷ କ୍ଷେତ୍ରରେ ଅନେକ ଐତିହାସିକ ସଫଳତା ହାସଲ କରିଛି । ଭାରତର ସ୍ପେଶ-ଟେକ୍ ଷ୍ଟାର୍ଟଅପ ବାଙ୍ଗାଲୁରୁର ପିକ୍ସେଲ ଭାରତର ପ୍ରଥମ ନିଜ ସାଟେଲାଇଟ କନଷ୍ଟେଲେସନ- ଫାୟାରଫ୍ଲାଏ ସଫଳତା ଭାବେ ଲଞ୍ଚ କରିଥିଲା । କିଛି ଦିନ ପୂର୍ବେ ଆମ ବୈଜ୍ଞାନିକମାନେ ସାଟଲାଇଟର ସ୍ପେଶ ଡକିଂ କରାଇଛନ୍ତି । ଏହି ଟେକ୍ନିକ ଅନ୍ତରୀକ୍ଷରେ ସ୍ପେଶ ଷ୍ଟେସନ ପର୍ଯ୍ୟନ୍ତ ସପ୍ଲାଏ ପଠାଇବା ପାଇଁ ଓ କ୍ରିଉ ମିଶନ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଆଇଆଇଟି ମାଡ୍ରାସର ଏକ୍ସଟେମ୍ (ExTem) କେନ୍ଦ୍ର ଅନ୍ତରୀକ୍ଷରେ ଉତ୍ପାଦନ ପାଇଁ ନୂଆ ଟେକ୍ନୋଲୋଜିର ଉପରେ କାର୍ଯ୍ୟ କରୁଛି । ଏହି କେନ୍ଦ୍ର ଅନ୍ତରୀକ୍ଷରେ ଥ୍ରିଡି ପ୍ରିଣ୍ଟେଡ ଘର, ମେଟାଲ ଫୋମ୍ସ ଓ ଅପ୍ଟିକାଲ ଫାଇବର ଭଳି ଟେକ୍ନିକ ଉପରେ ଗବେଷଣା କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ନିକୋବରର ନଡିଆ ତେଲକୁ ଜିଆଇ ଟ୍ୟାଗ:

ନିକୋବରର ନଡିଆ ତେଲକୁ ଜିଆଇ ଟ୍ୟାଗ ମିଳିଥିବା ପ୍ରସଙ୍ଗ ମନ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମହିଳାମାନଙ୍କୁ ସଂଗଠିତ କରି SHG ବନାଯାଉଥିବା ବେଳେ ସେମାନଙ୍କୁ ମାର୍କେଟିଂ ଓ ବ୍ରାଣ୍ଡିଂର ସ୍ୱତନ୍ତ୍ର ତାଲିମ ଦିଆଯାଉଛି । ଏହା ଆମର ଆଦିବାସୀ ସମୁଦାୟକୁ ଆର୍ଥିକ ରୂପରେ ସଶକ୍ତ କରିବା ଦିଗରେ ବଡ ପଦକ୍ଷେପ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହାମଧ୍ୟ ପଢନ୍ତୁ...

ଭାରତର ସର୍ବବୃହତ ମୋବିଲିଟି ଏକ୍ସପୋର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ; 100ରୁ ଅଧିକ ଲଞ୍ଚ ଆଶା

ଶ୍ରୀହରିକୋଟାରେ ସ୍ଥାପିତ ହେବ ତୃତୀୟ ଲଞ୍ଚ୍‌ ପ୍ୟାଡ୍‌; ମିଳିଲା କ୍ୟାବିନେଟ ମଞ୍ଜୁରୀ

ଶକ୍ତିଶାଳୀ ହେଲା ନୌସେନା: ଏକାଥରକେ ସାମିଲ ହେଲା ୩ ଯୁଦ୍ଧ ଜାହାଜ

ମୁଁ ମଣିଷ, ମୁଁ ଭଗବାନ ନୁହେଁ, ମୋ ଦ୍ବାରା ଭୁଲ ନିଶ୍ଚିତ ହେବ: ପ୍ରଧାନମନ୍ତ୍ରୀ ମୋଦି

ଅନ୍ୟପଟେ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀକୁ ମନେ ପକାଇ ମୋଦି କହିଛନ୍ତି," ଜାନୁଆରୀ ୨୩ ତାରିଖ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀକୁ ଆମେ ପରାକ୍ରମ ଦିବସ ଭାବେ ପାଳନ କରୁଛେ । ସୁବାଷ ବୋଷ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ସାହସ ତାଙ୍କ ସ୍ୱଭାବ ଥିଲା । ସେ ଜଣେ ଦକ୍ଷ ପ୍ରଶାସକ ମଧ୍ୟ ଥିଲେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.