ETV Bharat / bharat

ମହାକୁମ୍ଭ ମେଳାରେ ଭୟାବହ ଅଗ୍ନିକାଣ୍ଡ: ବହୁ ଟେଣ୍ଟ ପୋଡି ଛାରଖାର - KUMBH MELA FIRE BREAKSOUT

ଜଳିଗଲା 20ରୁ ଅଧିକ ଟେଣ୍ଟ । ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ମୃତାହତ ନେଇ ସୂଚନା ନାହିଁ । କାରଣ ଅସ୍ପଷ୍ଟ । ସେକ୍ଟର-19 ଏରିଆ ସିଲ୍‌ ।

ମହାକୁମ୍ଭ ମେଳାରେ ଭୟାବହ ଅଗ୍ନିକାଣ୍ଡ
ମହାକୁମ୍ଭ ମେଳାରେ ଭୟାବହ ଅଗ୍ନିକାଣ୍ଡ (ETV Bharat UP)
author img

By ETV Bharat Odisha Team

Published : Jan 19, 2025, 4:41 PM IST

Updated : Jan 19, 2025, 6:40 PM IST

ଲକ୍ଷ୍ନୌ: ପ୍ରୟାଗରାଜ ମହାକୁମ୍ଭ ମେଳାରେ ଅଗ୍ନିକାଣ୍ଡ । ସେକ୍ଟର-19 ଅଞ୍ଚଳରେ ନିଆଁ ଲାଗିଥିବା ସୂଚନା ରହିତିଲା । ଫଳରେ ବହୁ ଟେଣ୍ଟ ଜଳି ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଥିଲା । ମୃତାହତ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରିନି । କେଉଁ କାରଣରୁ ନିଆଁ ଲାଗିଲା ତାହା ମଧ୍ୟ ଅସ୍ପଷ୍ଟ ରହିଛି । ମେଳାରେ ଜନସମାଗମ ଥିବା ବେଳେ ଭୟର ବାତାବରଣ ଦେଖିବାକୁ ମିଲିଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ରହି ନିଆଁଲିଭା ଓ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ । ବର୍ତ୍ତମାନ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇ ସାରିଥିବା ସୂଚନା ମିଳିଛି ।

  • ଜଳିଗଲା 20ରୁ ଊର୍ଦ୍ଧ୍ବ ଟେଣ୍ଟ :

ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ମୁତାବକ, ପାଖାପାଖି 20-25 ଟି ଟେଣ୍ଟ ପୋଡି ଛାରଖାର ହୋଇଯାଇଛି । ଅଗ୍ନିକାଣ୍ଡ କାରଣରୁ ସେଠାରେ ଥିବା ସିଲିଣ୍ଡର ଗୋଟିଏ ପରେ ଗୋଟିଏ ଫାଟିବାରେ ଲାଗିଥିଲା । ରୋଷେଇ ପାଇଁ ଏହି ସିଲିଣ୍ଡର ସବୁ ରଖାଯାଇଥିଲା । ପ୍ରବଳ ବେଗରେ ପବନ ବହୁଥିବାରୁ ନିଆଁ କାବୁ କରିବାରେ ବାଧା ଉପୁଜିଥିଲା । ବହୁ ପ୍ରୟାସ ବଳରେ ବର୍ତ୍ତମାନ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି ଦମକଳବାହିନୀ । ସେପଟେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଖାଲି କରାଯାଇଛି । ସେକ୍ଟର-19 ଅଞ୍ଚଳକୁ ସିଲ୍ କରିଦିଆଯାଇଛି ।

ମହାକୁମ୍ଭ ମେଳାରେ ଭୟାବହ ଅଗ୍ନିକାଣ୍ଡ
ମହାକୁମ୍ଭ ମେଳାରେ ଭୟାବହ ଅଗ୍ନିକାଣ୍ଡ (ETV Bharat UP)

ଏହା ବି ପଢନ୍ତୁ...

ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ

ମହାକୁମ୍ଭ 2025: ଓଡ଼ିଶାରୁ ପ୍ରୟାଗରାଜ ଗଡୁଛି ସ୍ୱତନ୍ତ୍ର ଟ୍ରେନ, ନଜର ପକାନ୍ତୁ

  • କୁମ୍ଭମେଳା ବିଷୟରେ...

ଉତ୍ତର ପ୍ରଦେଶରେ ଚାଲିଛି ଆସ୍ଥା ବିଶ୍ବାସର ମହାକୁମ୍ଭ ମେଳା । ଲକ୍ଷ ଲକ୍ଷ ସାଧୁ ସନ୍ଥଙ୍କ ଆଗମନରେ ସଙ୍ଗମନଗରୀ ପ୍ରୟାଗରାଜରେ ଅଦ୍ଭୁତପୂର୍ବ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । କେବଳ ସାଧୁସନ୍ଥ ନୁହନ୍ତି, ଶ୍ରଦ୍ଧାଳୁମାନଙ୍କର ମଧ୍ୟ ଭିଡ଼ ଜମିଛି । ଭାରତୀୟ ସଂସ୍କୃତି, ଚେତନା ଓ ବିଶ୍ବାସର ମହାପର୍ବ ତଥା ବିଶ୍ବର ସର୍ବବୃହତ୍ତ ଆଧ୍ୟାତ୍ମିକ ମେଳା ‘ମହାକୁମ୍ଭ-2025’ । ପବିତ୍ର ପୌଷ ପୂର୍ଣ୍ଣିମାଠୁ ଏହି ଭବ୍ୟ,ଦିବ୍ୟ ସଙ୍ଗମ ତୀର୍ଥନଗରୀ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି । ଏବେ ସୁଦ୍ଧା କୋଟି କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ସାରିଲେଣି ।

  • ଏଥର 144 ବର୍ଷରେ ସଂଯୋଗ, ଶତାବ୍ଦୀର ପ୍ରଥମ ପୂର୍ଣ୍ଣ ମହାକୁମ୍ଭ

ଏହି ମାହାର୍ଘ୍ୟ ମୂହୁର୍ତ୍ତକୁ ଭାରତୀୟ ସନ୍ଥସମାଜ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଥାଏ । କାରଣ ପ୍ରତ୍ୟକ 12 ବର୍ଷରେ ଥରେ ମହାକୁମ୍ଭ ଆୟୋଜନ ହୋଇଥାଏ । ସେହିପରି 144 ବର୍ଷରେ ଥରେ ବିରଳ ପୂର୍ଣ୍ଣ ମହାକୁମ୍ଭ ଆୟୋଜନ କରାଯାଇଥାଏ । ଗତଥର 2019 ରେ ପ୍ରୟାଗରାଜରେ ଅର୍ଦ୍ଧକୁମ୍ଭ ଆୟୋଜିତ ହୋଇଥିଲା । ଚଳିତଥର 144 ବର୍ଷ ପରେ ପୂର୍ଣ୍ଣ ମହାକୁମ୍ଭ ଆୟୋଜିତ ହେଉଛି । ଏହା ଆଧ୍ୟାତ୍ମିକତା ଦୃଷ୍ଟିରୁ ଏକ ମାହାର୍ଘ୍ୟ ବେଳା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 19, 2025, 6:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.