ETV Bharat / state

ପରୁଷବନ୍ଧୁଙ୍କ ସମ୍ନାରେ ଯୁବତୀଙ୍କୁ ଅପହରଣ, ୩ ଗିରଫ - BHUBANESWAR WOMAN KIDNAP CASE

ରାଜଧାନୀରୁ ଯୁବତୀଙ୍କୁ ଅପହରଣ ମାମଲାର ଖୁଲାସା । ୩ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ମଧ୍ୟରେ ଜଣେ ନାବାଳାକ ।

Bhubaneswar Lumbini Vihar Girl kidnapped Case
Bhubaneswar Lumbini Vihar Girl kidnapped Case (ETV Bharat Odisha)
author img

By ETV Bharat Odisha Team

Published : Jan 19, 2025, 4:49 PM IST

ଭୁବନେଶ୍ବର: ରାତି ଅଧରେ ପୁରୁଷବନ୍ଧୁଙ୍କ ସାମ୍ନାରେ ଯୁବତୀଙ୍କୁ ଅପହରଣ ଘଟଣାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍‌ ପୋଲିସ । ସାମ୍ନାକୁ ଆସିଲା ଘଟଣା ପଛର ଖଳନାୟକର ସତ । ତ୍ରିକୋଣୀୟ ପ୍ରେମରୁ ଘଟିଥିଲା ଘଟଣା । ଚିହ୍ନା ପରିଚିତ ଥିବା ଯୁବତୀଙ୍କୁ ଅପହରଣ କରିଥିଲେ ଯୁବକ । ୪ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ନାବାଳାକ‌ ରହିଛି ।

  • ପୋଲିସ କବଜାରେ 4 ଅଭିଯୁକ୍ତ

ଘଟଣା ସମ୍ପର୍କରେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, "ଗିରଫ ଅଭିଯୁକ୍ତମାନେ ହେଲେ କ୍ୟାପିଟାଲ ଥାନା ମା’ ମଙ୍ଗଳା ବସ୍ତିରେ ରହୁଥିବା ଚନ୍ଦନ ମଲିକ ଓରଫ ଚନ୍ଦୁ, ପିଚୁପଡ଼ିଆ ବସ୍ତିରେ ରହୁଥିବା ଢ଼େଙ୍କାନାଳ ଜିଲ୍ଲାର ପ୍ରଣବ ନାୟକ ଓରଫ ପ୍ରୀତିଷ, ଲିଙ୍ଗରାଜ ଥାନା ଅଧୀନ ରାଜାରାଣୀ କଲୋନୀରେ ରହୁଥିବା ନୟାଗଡ଼ ଜିଲ୍ଲା ରାହୁଲ ନାୟକ ଓରଫ ସୋନୁ ଓ ଅନ୍ୟ ଜଣେ ନାବାଳକ ରହିଛି । ୩ ଅଭିଯୁକ୍ତଙ୍କୁ ଗିରଫ ପରେ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ନାବାଳକକୁ ବାଳସୁଧାର ଗୃହକୁ ପଠାଇଛି । ଏହି ଘଟଣାରେ ପ୍ରଣବ ମୁଖ୍ୟ ଅଭିଯୁକ୍ତ ଯାହା ନାଁରେ ପୂର୍ବରୁ ଅପରାଧିକ ରେକର୍ଡ ରହିଛି । ସେ ଯୁବତୀଙ୍କ ସହ ପୂର୍ବରୁ ଚିହ୍ନା ପରିଚୟ ଥିଲେ ।"

  • କ'ଣ ଥିଲା ଘଟଣା:

ଗତବର୍ଷ ଡିସେମ୍ବର ୨୩ ତାରିଖ ବିଳମ୍ବିତ ରାତିରେ ଯୁବତୀ ଜଣଙ୍କ ପୁରୁଷବନ୍ଧୁ (ଆକାଶ)ଙ୍କ ସହିତ ସ୍କୁଟିରେ ଘରକୁ ଫେରୁଥିଲେ । ଲୁମ୍ବିନୀ ବିହାର ନିକଟରେ ତାଙ୍କ ସ୍କୁଟିରୁ ପେଟ୍ରୋଲ ସରିଯାଇଥିଲା । ଅଟକି ରହି ଆକାଶ ଗାଡ଼ିରେ ପେଟ୍ରୋଲ ପକାଉଥିଲେ । ଏହି ସମୟରେ ଅଭିଯୁକ୍ତ ପ୍ରଣବ, ଚନ୍ଦନ, ରାହୁଲ ଓ ନାବାଳକ ସମେତ ୫ ଜଣ ଏକ କାରରେ ଆସି ସେଠାରେ ପହଞ୍ଚିଥିଲେ । କିଛି ବୁଝିବା ପୂର୍ବରୁ ହଠାତ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ । ଏନେଇ ପୁରୁଷବନ୍ଧୁ ବିରୋଧ କରିବାରୁ ତାଙ୍କୁ ସେମାନେ ମାଡ଼ ମାରିଥିଲେ । ପରେ ଜବରଦସ୍ତି ଯୁବତୀଙ୍କୁ କାର ଭିତରେ ପୁରାଇ ଅପହରଣ କରି ନେଇଥିଲେ । ଅପହରଣର କିଛି ସମୟ ପରେ ଯୁବତୀଙ୍କୁ ଖଣ୍ଡଗିରିରେ ଏକାକୀ ଛାଡ଼ି ପଳାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ନିଖୋଜ ଥିଲେ, ଅଖା ବସ୍ତାରୁ ମିଳିଲା ମୃତଦେହ

ଏହା ମଧ୍ୟ ପଢ଼ନ୍ତୁ...ମିଛ ଅପହରଣ ନାଟକରୁ ସତ ହତ୍ୟାକାଣ୍ଡ, ସାଙ୍ଗ ସାଜିଲା ସଇତାନ

  • ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ:

ସେପଟେ ଏନେଇ ସେହି ଦିନ ରାତିରେ ପୁରୁଷବନ୍ଧୁ ଆକାଶ ମୈତ୍ରୀବିହାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାଡ ମାମଲାର ତଦନ୍ତ କରିଥିଲେ । ପୀଡ଼ିତା ଓ ତାଙ୍କ ପୁରୁଷବନ୍ଧୁଙ୍କ ପଚରାଉଚରା କରାଯାଇଥିଲା । ସେମାନଙ୍କ ବୟାନ ଆଧାରରେ ପୁଲିସ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ୪ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା ।

  • ଅଭିଯୁକ୍ତଙ୍କର ରହିଛି ପୂର୍ବ ଅପରାଧିକ ରେକର୍ଡ

ପ୍ରଣବ ନାଁରେ ପୂର୍ବରୁ ୭ରୁ ଅଧିକ ମାମଲା ଥିବା ବେଳେ ଚନ୍ଦନ ବିରୋଧରେ ୫ଟି ଓ ରାହୁଲ ନାଁରେ ୨ଟି ମାମଲା ରହିଛି । ଅନ୍ୟ ଜଣେ ନାବାଳକ ଯୋଗୁଁ ତାକୁ ସୁଧାର ଗୃହକୁ ପଠାଯାଇଛି । ସେମାନଙ୍କ ନିକଟରୁ ଅପରାଧରେ ବ୍ୟବହୃତ ଗୋଟିଏ କାର୍‌, ୫ଟି ମୋବାଇଲ ଫୋନ୍‌ ଓ ୨ଟି କଟୁରୀ ପୋଲିସ ଜବତ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.