ETV Bharat / bharat

ଠାକୁର ଘରେ ଏସବୁ ଜିନିଷ ରଖିଛନ୍ତି କି ? ହୋଇପାରେ ଅର୍ଥ ସମସ୍ୟା, କ'ଣ କହୁଛି ବାସ୍ତୁଶାସ୍ତ୍ର - VASTU TIPS FOR TEMPLE AT HOME

ଘରର ଠାକୁର ଘରେ କେଉଁ ଜିନିଷ ଜିନିଷ ରଖିବା ଉଚିତ୍‌ ଏବଂ କ'ଣ ନ ରଖିବା ଉଚିତ । କ'ଣ କହୁଛି ବାସ୍ତୁଶାସ୍ତ୍ର ? ପଢ଼ନ୍ତୁ

Vastu Tips For Home Temple
Vastu Tips For Home Temple (CANVA)
author img

By ETV Bharat Odisha Team

Published : Jan 19, 2025, 7:17 PM IST

ହାଇଦ୍ରାବାଦ: ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ବ ରହିଛି । ଏହା ଏକ ପ୍ରାଚୀନ ବିଜ୍ଞାନ ଯାହା ଘର, କାର୍ଯ୍ୟାଳୟ ଏବଂ ଘର ନିର୍ମାଣ ପାଇଁ ସଠିକ ପଥ ପ୍ରଦାନ କରେ । ସନାତନ ଧର୍ମରେ ବିଶ୍ବାସ କରାଯାଏ ଯେ, ଯଦି ବାସ୍ତୁଶାସ୍ତ୍ରର ନିୟମ ପାଳନ କରାଯାଏ, ତେବେ ଘରେ ସକାରାତ୍ମକ ଶକ୍ତିର ପ୍ରବାହ ବୃଦ୍ଧି ପାଏ । ଯାହାଦ୍ବାରା ଘର ସୁଖ, ସମୃଦ୍ଧି ଓ ହସଖୁସିରେ ପରିପୂର୍ଣ୍ଣ ହୋଇଥାଏ । ବାସ୍ତୁଶାସ୍ତ୍ରର ନିୟମ ପାଳନ କରିବା ଦ୍ବାରା ଘରେ ହେଉଥିବା ସମସ୍ତ ପ୍ରକାରର ଅସୁବିଧା ଏବଂ ସମସ୍ୟା ଦୂର ହୋଇଥାଏ । ଏହା ଘରର ପରିବେଶକୁ ସୁଖଦ କରିଥାଏ ଏବଂ ପାରିବାରିକ କଳହକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।

ଦିଲ୍ଲୀର ପ୍ରସିଦ୍ଧ ଜ୍ୟୋତିଷ ଡକ୍ଟର ଉମା ଶଙ୍କର ମିଶ୍ରଙ୍କ କହିବା ଅନୁସାର, ବାସ୍ତୁଶାସ୍ତ୍ରରେ ଘରେ ରୋଷେଇ ଘର, ଶୟନ କକ୍ଷ ଏବଂ ଠାକୁର ଘର ପାଇଁ ମଧ୍ୟ ନିୟମ ଉଲ୍ଲେଖ କରାଯାଇଛି । ଏହା ବିଶ୍ବାସ କରାଯାଏ ଯେ, ଘରର ଠାକୁର ଘର ସବୁଠାରୁ ପବିତ୍ର ସ୍ଥାନ, ତେଣୁ ଏଠାରେ କିଛି ଜିନିଷ ରଖିବାଠାରୁ ଦୂରେଇ ରହିବା ଉଚିତ । ଯଦି ଏହି ଜିନିଷଗୁଡ଼ିକୁ ଠାକୁର ଘରେ ରଖାଯାଏ, ତେବେ ଏହାର ଖରାପ ପ୍ରଭାବ ପରିବାର ଉପରେ ପଡ଼ିବା ସହ ଆର୍ଥିକ ସମସ୍ୟା ଲାଗି ରହିପାରେ ।

ଠାକୁର ଘରେ ରଖନ୍ତୁ ନାହିଁ ଏସବୁ ଜିନିଷ:

ବଡ଼ ଆକାରର ଶିବଲିଙ୍ଗ:

ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ଏକ ଛୋଟ ଆକାରର ଶିବଲିଙ୍ଗ ରଖିବା ଶୁଭ । ଘରେ ଏକ ବଡ଼ ଶିବଲିଙ୍ଗ ରଖିବା ଅଶୁଭ ବୋଲି ବିବେଚନା କରାଯାଏ । ଏହା ରଖିବା ଦ୍ବାରା ଘରେ ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ, ଯାହା ଆର୍ଥିକ ସମସ୍ୟା ଏବଂ ଗୃହରେ ଦ୍ବନ୍ଦ ବୃଦ୍ଧି କରେ ।

୧ରୁ ଅଧିକ ଶଙ୍ଖ:

ବାସ୍ତୁଶାସ୍ତ୍ରର ନିୟମ ଅନୁସାରେ, ଠାକୁର ଘରେ ଗୋଟିଏରୁ ଅଧିକ ଶଙ୍ଖ ରଖିବା ଅଶୁଭ ବୋଲି ବିବେଚନା କରାଯାଏ । ୧ରୁ ଅଧିକ ଶଙ୍ଖ ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିପାରେ । ଏହା ବ୍ୟତୀତ ଠାକୁର ଘରେ ଭଙ୍ଗା ଶଙ୍ଖ ମଧ୍ୟ ରଖିବା ଉଚିତ୍ ନୁହେଁ । ଏହାକୁ ଯଥାଶୀଘ୍ର କୋଣସି ନଦୀ କିମ୍ବା ଜଳାଶୟରେ ବିସର୍ଜନ କରିଦେବା ଉଚିତ ।

ଠାକୁରଙ୍କ ଭୟଙ୍କର ରୂପର ଫଟୋ:

ବାସ୍ତୁଶାସ୍ତ୍ର ଅନୁସାରେ, ଈଶ୍ବରଙ୍କ ଭୟଙ୍କର ରୂପକୁ ଦର୍ଶାଇଥିବା ଚିତ୍ର, ଯେପରିକି ଯୁଦ୍ଧ କିମ୍ବା ବିନାଶକୁ ଦର୍ଶାଇଥିବା ଚିତ୍ରକୁ ଠାକୁର ଘରେ ରଖିବା ଉଚିତ୍ ନୁହେଁ । ଈଶ୍ବରଙ୍କ ଏହି ରୂପ ପ୍ରାୟତଃ କ୍ରୋଧ ଏବଂ ବିନାଶ ସହିତ ଜଡିତ । ଏଭଳି ଫଟୋ ଘରେ ଥିରେ ପରିବାରରେ ପରସ୍ପର ମଧ୍ୟରେ ମତ ପାର୍ଥକ୍ୟ ଦେଖାଦିଏ । ତେଣୁ, ଠାକୁର ଘରେ ଈଶ୍ବରଙ୍କର କେବଳ ଶାନ୍ତ ଏବଂ ସୌମ୍ୟ ପ୍ରତିଛବି ଥିବା ଚିତ୍ର ରଖିବା ଉଚିତ ।

କ୍ଷତିଗ୍ରସ୍ତ ମୂର୍ତ୍ତି:

ଠାକୁର ଘରେ ଭଙ୍ଗା କିମ୍ବା କ୍ଷତିଗ୍ରସ୍ତ ମୂର୍ତ୍ତି ବା ଚିତ୍ର ରଖିବା ଉଚିତ୍ ନୁହେଁ । ଏହା ନକାରାତ୍ମକ ଶକ୍ତିକୁ ଆକର୍ଷିତ କରେ । ଏପରି ମୂର୍ତ୍ତି ଏବଂ ଚିତ୍ରଗୁଡ଼ିକୁ ପବିତ୍ର ଜଳରେ ବିସର୍ଜନ କରିଦେବା ଘର ପାଇଁ ଶୁଭ ।

ଏହା ମଧ୍ୟ ପଢ଼ନ୍ତୁ...ଗୋଟିଏ ଦିନରେ ସୂର୍ଯ୍ୟପରାଗ ଓ ଶନିଙ୍କ ରାଶି ପରିବର୍ତ୍ତନ, ଏହି ରାଶି ଉପରକୁ ଆସିପାରେ ବିପଦ

ଏହା ମଧ୍ୟ ପଢ଼ନ୍ତୁ...ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: କେଉଁ ରାଶି ଉପରେ କିପରି ପ୍ରଭାବ ପଡ଼ିବ, ଜାଣନ୍ତୁ

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ, ବାସ୍ତୁଶାସ୍ତ୍ର ଏବଂ ବିଦ୍ୱାନମାନଙ୍କ ମତ ଉପରେ ଆଧାରିତ । ETV Bharat ବ୍ୟକ୍ତିଗତ ଭାବରେ କୌଣସି ଦାବିକୁ ସମର୍ଥନ କରେନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.