ETV Bharat / international

କାଲି ଟ୍ରମ୍ପଙ୍କ ଶପଥ: ଏଥର ବଦଳିଲା କାର୍ଯ୍ୟକ୍ରମ ସ୍ଥାନ, ଭାରତରୁ କି’ଏ ହେବେ ସାମିଲ୍‌ - DONALD TRUMP SWEARING

କ୍ୟାପିଟାଲ ବିଲ୍ଡିଂରେ ଶପଥ ନେବେ ଟ୍ରମ୍ପ । ବିଶ୍ବବ୍ୟାପୀ ଅତିଥିଙ୍କୁ ନିମନ୍ତ୍ରଣ । ଭାରତକୁ ପ୍ରତିନିଧିତ୍ବ କରିବେ ବିଦେଶ ମନ୍ତ୍ରୀ ଜୟଶଙ୍କର । ଆମ୍ବାନୀ ପରିବାର ମଧ୍ୟ ହେବ ସାମିଲ ।

କାଲି ଟ୍ରମ୍ପଙ୍କ ଶପଥ: ଏଥର ବଦଳିଲା କାର୍ଯ୍ୟକ୍ରମ ସ୍ଥାନ
କାଲି ଟ୍ରମ୍ପଙ୍କ ଶପଥ: ଏଥର ବଦଳିଲା କାର୍ଯ୍ୟକ୍ରମ ସ୍ଥାନ (ETV Bharat Odisha)
author img

By ETV Bharat Odisha Team

Published : Jan 19, 2025, 6:23 PM IST

Updated : Jan 19, 2025, 6:37 PM IST

ହାଇଦ୍ରାବାଦ: ଆସନ୍ତାକାଲି ସର୍ବ-ଶକ୍ତିଶାଳୀ ଦେଶ ଆମେରିକା ଉପରେ ସମଗ୍ର ବିଶ୍ବର ନଜର ରହିବ । 47ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ନବ-ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଦ୍ବିତୀୟ ଥର ପାଇଁ ହ୍ବାଇଟ ହାଉସରେ ପ୍ରବେଶ କରିବେ ଟ୍ରମ୍ପ । ଏନେଇ ବିଶାଳ ଆୟୋଜନ କରାଯାଇଛି । ସାରା ବିଶ୍ବରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ସମାରୋହରେ ସାମିଲ ହେବାକୁ ନିମନ୍ତ୍ରିତ ହୋଇଛନ୍ତି ।

  • ଶପଥ ସମାରୋହର ସ୍ଥାନ ପରିବର୍ତ୍ତନ କଲେ ଟ୍ରମ୍ପ:-

ଆମେରିକୀୟ ସାମ୍ବିଧାନିକ ପରମ୍ପରା ଅନୁସାରେ, ରାଜଧାନୀ ଓ୍ବାଶିଂଟନ-ଡିସିରେ ଥିବା କ୍ୟାପିଟାଲ୍‌ ବିଲ୍ଡିଂ ସାମ୍ନାରେ ଏହି ଶପଥ ସମାରୋହ ହୋଇଥାଏ । ମାତ୍ର ଚଳିତଥର ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିବ । ତୁଷାରଝଡ ଜନିତ ପ୍ରତିକୂଳ ପାଗ କାରଣରୁ ବାହାରେ ନୁହେଁ ବରଂ କ୍ୟାପିଟାଲ ବିଲ୍ଡିଂ ଭିତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରାୟ 40 ବର୍ଷ ପରେ ଆମେରିକା ରାଜନୀତି ଇତିହାସରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିବ । 1885 ରେ ତତ୍କାଳୀନ ରାଷ୍ଟ୍ରପତି କୌଣସି କାରଣରୁ ଗୃହ ଭିତରେ ଶପଥ ଗ୍ରହଣ କରିଥିଲେ ।

ଆମେରିକା ରାଷ୍ଟ୍ରପତି ଭବନ ହାଇଟ ହାଉସ
ଆମେରିକା ରାଷ୍ଟ୍ରପତି ଭବନ ହାଇଟ ହାଉସ (ETV Bharat Odisha)
  • ଶପଥ ଦେବେ ପ୍ରଧାନ ବିଚାରପତି, ଉପସ୍ଥିତ ରହିବେ ବାଇଡେନ

ଭାରତୀୟ ଗାଣତାନ୍ତ୍ରିକ ପରମ୍ପରା ସଦୃଶ ଆମେରିକାରେ ମଧ୍ୟ ସ୍ଥାନୀୟ ପ୍ରଧାନ ବିଚାରପତି ଜନ୍ ରବର୍ଟସ୍ ନବନିର୍ବାଚିତ ରାଷ୍ଟ୍ରପତି ଟ୍ରମଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଆମେରିକାରେ ଶପଥ ଗ୍ରହଣର ସମୟ ମଧ୍ୟ ସମ୍ବିଧାନରେ ପୂର୍ବ ନିର୍ଦ୍ଧାରିତ ହୋଇଥାଏ । ବର୍ଷ ଶେଷରେ ନିର୍ବାଚନ ଶେଷ ହୋଇ ଫଳାଫଳ ସ୍ପଷ୍ଟ ହୋଇସାରିଥିଲେ ସୁଦ୍ଧା ଜାନୁଆରୀ 20 ରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ ସହ କାର୍ଯ୍ୟଭାର ଗ୍ରହଣ କରିବାର ପରମ୍ପରା ପ୍ରଚଳିତ ହୋଇଆସୁଛି । ଭାରତୀୟ ସମୟ ପ୍ରାୟ ରାତି ସାଢେ 10ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ‘ବାଇବେଲ’ ଛୁଇଁ ଟ୍ରମ୍ପ ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଶପଥ ପାଠ କରିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ଗଣମାଧ୍ୟମ ଜରିଆରେ ପ୍ରସାରିତ କରାଯିବ । ଏଥିରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ, ରାଷ୍ଟ୍ରଦୂତ, ବିଶିଷ୍ଟ ଶିଳ୍ପପତି, ବ୍ୟବସାୟୀ, ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି । କାର୍ଯ୍ୟକ୍ରମରେ ବିଦାୟୀ ରାଷ୍ଟ୍ରପତି ଜୋ.ବାଇଡେନ ମଧ୍ୟ ଉପସ୍ଥିତ ରହିବେ । ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବେ ବୋଲି ପୂର୍ବରୁ ବାଇଡେନ ସ୍ପଷ୍ଟ କରିସାରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ଟ୍ରମ୍ପଙ୍କ କାରକେଡ ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ପ୍ରବେଶ କରିବ ।

ଏହା ମଧ୍ୟ ପଢନ୍ତୁ-2024 ଆମେରିକାରେ ସତ୍ତା ପରିବର୍ତ୍ତନର ବର୍ଷ, ଟ୍ରମ୍ପ ଶାସନ ଭାରତ ପାଇଁ ଆହ୍ବାନ ନା ସୁଯୋଗ - YEARENDER 2024

ଏହା ମଧ୍ୟ ପଢନ୍ତୁ-ଟ୍ରମ୍ପଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ, କାଶ୍ ପଟେଲ FBI ନିର୍ଦ୍ଦେଶକ - KASH PATEL AS CHOICE TO LEAD FB

  • ସାମିଲ ହେବେ ବିଶ୍ବନେତା, ଭାରତରୁ ଜୟଶଙ୍କର

ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହେବାକୁ ଭାରତ ସମେତ ବହୁ ଦେଶର ରାଷ୍ଟ୍ରନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ଇଟାଲୀ, ଫ୍ରାନ୍ସ, ଚୀନ୍‌, ଋଷ, ୟୁକ୍ରେନ, ଉତ୍ତର-କୋରିଆ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରିଛି ଓ୍ବାଶିଂଟନ୍‌ ।ଭାରତରୁ ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ.ଜୟଶଙ୍କର ଅତିଥି ରୂପେ ସାମିଲ ହେବେ । ରାଜନେତାଙ୍କ ବ୍ୟତୀତ ବିଶ୍ବର ଅନେକ ଚର୍ଚ୍ଚିତ ବ୍ୟବସାୟୀ ଓ ସେଲିବ୍ରେଟି ମଧ୍ୟ ଏଥିରେ ସାମିଲ୍‌ ହେବେ । ଆମେରିକାର ଦୁଇ ରାଜନୈତିକ ଦଳର ସିନେଟର ଓ ଅନ୍ୟ ବରିଷ୍ଠ ରାଜନେତାମାନେ ମଧ୍ୟ ସାମିଲ ହେବେ । ‘ଟେଲସା’ ସିଇଓ ତଥା ବିଶ୍ବର ପ୍ରଥମ ଧନୀ ଏଲନ ମସ୍କ, ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ, ମେଟା ସିଇଓ ମାର୍କ ଜୁକରବର୍ଗ ପ୍ରମୁଖ ସାମିଲ ହେବେ । ଏନେଇ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସାମିଲ ହେବେ ବିଶ୍ବନେତା, ଭାରତରୁ ଜୟଶଙ୍କର
ସାମିଲ ହେବେ ବିଶ୍ବନେତା, ଭାରତରୁ ଜୟଶଙ୍କର (ETV Bharat Odisha)
  • କ୍ୟାଣ୍ଡେଲ ନାଇଟ୍‌ ଡିନରରେ ସାମିଲ ହେଲେ ଆମ୍ବାନୀ ଦମ୍ପତି:

ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଆମ୍ବାନୀ ମଧ୍ୟ ଏଥିରେ ସାମିଲ ହେବେ । ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ । ଗତକାଲି ସନ୍ଧ୍ୟାରେ ଟ୍ରମ୍ପଙ୍କ ସହ ଏକ 'କ୍ୟାଣ୍ଡେଲ ଲାଇଟ୍ ଡିନର'ରେ ଯୋଗ ଦେଇଥିବା ୧୦୦ ଜଣଙ୍କ ମଧ୍ୟରେ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ସାମିଲ ଥିଲେ । ସେମାନେ ସେଠାରେ ଯେଉଁଠାରେ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଜେଡି ଭାନ୍ସ ଏବଂ ଉଷା ଭାନ୍ସ ମଧ୍ୟ ଭେଟିଥିଲେ।

  • ଆମେରିକାର ଚଳିତ ନିର୍ବାଚନ ସମ୍ପର୍କରେ...

ଗତବର୍ଷ (2024) ନଭେମ୍ବର 5 ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଡେମୋକ୍ରାଟିକ ଦଳର ପ୍ରାର୍ଥୀ ତଥା ବିଦାୟୀ ଉପରାଷ୍ଟ୍ରପତି କମଲା ହାରିସ ଓ ରିପବ୍ଲିକାନ ଦଳର ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଏକାଧିକ ନିର୍ବାଚନୀ ସଭାରେ ଟ୍ରମ୍ପଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ମଧ୍ୟ ହୋଇଥିଲା । ଶେଷରେ ସର୍ବାଧିକ ଭୋଟ ପାଇ ବିଜୟୀ ହୋଇଥିଲେ ଟ୍ରମ୍ପ । ଟ୍ରମ୍ପ ରାଷ୍ଚ୍ରପତି ଭାବେ ଦ୍ବିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 19, 2025, 6:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.