ETV Bharat / state

ସରକାରୀ ବାବୁଙ୍କ ପାଇଁ ଖୁସି ଖବର, ବଢିଲା ଗାଡି ଚଢା ଖର୍ଚ୍ଚ - VEHICLE ALLOWANCE

IAS, IFS ଏବଂ IPS ଅଧିକାରୀଙ୍କ ପାଇଁ ଖୁସି ଖବର । 8 ବର୍ଷ ପରେ ଗାଡି ଭଡା ବଢାଇଲେ ରାଜ୍ୟ ସରକାର । ତୈଳଦର ବୃଦ୍ଧିକୁ ନଜରରେ ରଖି ନିଷ୍ପତ୍ତି ।

ପ୍ରଶାସନିକ ଅଧିକାରୀଙ୍କ ଗାଡି ଭଡା ବଢିଲା
ପ୍ରଶାସନିକ ଅଧିକାରୀଙ୍କ ଗାଡି ଭଡା ବଢିଲା (ETV Bharat Odisha)
author img

By ETV Bharat Odisha Team

Published : Jan 19, 2025, 8:10 PM IST

ଭୁବନେଶ୍ବର: ବଢ଼ିଲା ପ୍ରଶାସନିକ ଅଧିକାରୀଙ୍କ ଗାଡି ଭଡା । IAS, IFS ଏବଂ IPS ଅଧିକାରୀଙ୍କ ବ୍ୟବହୃତ ଗାଡିର ଭଡା ବୃଦ୍ଧି କଲେ ରାଜ୍ୟ ସରକାର । ତୈଳଦର ବୃଦ୍ଧିକୁ ନଜରରେ ଏହି ଭଡା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। । ପ୍ରାୟ 8 ବର୍ଷ ପରେ ଏହି ମୂଲ୍ୟରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

  • ଭଡା ବାବଦକୁ କେତେ ଦର ବଢାଇଲେ ସରକାର ?

ପୂର୍ବରୁ IAS, IFS ଏବଂ IPS ଅଧିକାରୀମାନେ ୩୦୦ କିଲୋମିଟର ଭିତରେ ଯିବା ଆସିବା ପାଇଁ ୨ ହଜାର ୫୨୦ ଟଙ୍କା ଦେଉଥିଲେ ସରକାର । ଏବେ ଏହା ୩ ହଜାର ୭୨୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ୩୦୦ କିଲୋମିଟରରୁ ଅଧିକ ହେଲେ ୪ ହଜାର ୨୦୦ ଟଙ୍କା ପୂର୍ବରୁ ଦେଉଥିଲେ ରାଜ୍ୟ ସରକାର । ଏବେ ସେହି ମୂଲ୍ୟକୁ ବୃଦ୍ଧି କରି ୬ ହଜାର ୩୦୦ ଟଙ୍କା କରାଯାଇଛି । ସେହିପରି ସମସ୍ତ ବିଭାଗର ସଚିବ, ଅତିରିକ୍ତ ସଚିବ, ଆରଡିସି ଏବଂ ବିଭାଗୀୟ ମୁଖ୍ୟମାନଙ୍କୁ ପୂର୍ବରୁ ଗାଡି ଭଡା ବାବଦକୁ ମାସିକ ୧ ହଜାର ୬୮୦ଟଙ୍କା ଦେଉଥିଲେ ସରକାର । ବର୍ତ୍ତମାନ ତାହା ୨ ହଜାର ୫୨୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଖାଲି ସେତିକି ନୁହେଁ, ଜିଲ୍ଲାପାଳ ଏବଂ ଏସପିମାନଙ୍କ ପାଇଁ ମାସିକ ଭଡା ବାବଦକୁ ଖର୍ଚ୍ଚ ୧ ହଜାର ୧୨୦ ଟଙ୍କାରୁ ୧ ହଜାର ୬୮୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ପ୍ରଶାସନିକ ଅଧିକାରୀଙ୍କ ଗାଡି ଭଡା ବଢିଲା
ପ୍ରଶାସନିକ ଅଧିକାରୀଙ୍କ ଗାଡି ଭଡା ବଢିଲା (Odisha Govt)

ଏହା ମଧ୍ୟ ପଢନ୍ତୁ...

ନୂଆବର୍ଷ ପୂର୍ବରୁ ପୁଣି ବଢିଲା ଗ୍ୟାସ ସିଲିଣ୍ଡର ଦର; ଜାଣନ୍ତୁ କେଉଁଠି କେତେ ?

ରାଜ୍ୟରେ ବଢିଲା ଆଳୁ ଦର, ମନ୍ତ୍ରୀ କହିଲେ 6 ଲକ୍ଷ ମେଟ୍ରିକ ଟନ ଅଧିକ ଚାଷ ହେବ

ନୂଆବର୍ଷରୁ ବଢିବ କି ବିଦ୍ୟୁତ ବିଲ୍ ? OERCକୁ ଗ୍ରୀଡକୋର ପ୍ରସ୍ତାବ ବଢାଇଲା ଚିନ୍ତା

  • ଇନ୍ଧନ ଦର ଯୋଗୁ ଗାଡି ଭଡା ବୃଦ୍ଧି:

ଗାଡି ଭଡା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେଥିରେ ଉଲ୍ଲେଖ କରାଯାଇଛି," ବାସଭବନ ଯିବା ତଥା ଫେରିବା ପାଇଁ ଯାତ୍ରା ବାବଦକୁ ସରକାରୀ ଯାନବାହାନ ବ୍ୟବହାର ପାଇଁ ଭଡା ବୃଦ୍ଧି ହୋଇଛି । ୮ ବର୍ଷରୁ ଅଧିକ ସମୟ ବିତିଗଲାଣି, ଏହାରି ଭିତରେ ଇନ୍ଧନ ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ତେଣୁ ଏହାକୁ ନଜରରେ ରଖି ଗାଡି ଭଡା ବାବଦକୁ ମିଳୁଥିବା ଧାର୍ଯ୍ୟ ଅର୍ଥରାଶିରେ ସଂଶୋଧନ ଆଣିବା ଆବଶ୍ୟକ ମନେ ହେଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.