ETV Bharat / state

ପକ୍ଷୀ ଗଣନା-୨୦୨୫: ୨ ଶହ ପ୍ରଜାତିର ୧୫ ଲକ୍ଷରୁ ଅଧିକ ପକ୍ଷୀ ଚିହ୍ନଟ - ODISHA ANNUAL BIRD CENSUS

ରାଜ୍ୟର ବିଭିନ୍ନ ଆର୍ଦ୍ରଭୂମିରେ ୧୫ ଲକ୍ଷରୁ ଅଧିକ ପକ୍ଷୀ ଚିହ୍ନଟ । ହୀରାକୁଦ ଓ ଭିତରକନିକାରେ ବଢିଲେ, ଚିଲିକାରେ କମିଲେ । ଏକକାଳୀନ ଗଣନାରେ ଆସିଲା ତଥ୍ୟ ।

ପକ୍ଷୀ ଗଣନା ୨୦୨୫ ରିପୋର୍ଟ : ଏଥର ଆସିଛନ୍ତି ୨ ଶହ ପ୍ରଜାତିର ୧୫ ଲକ୍ଷରୁ ଅଧିକ ପକ୍ଷୀ
ପକ୍ଷୀ ଗଣନା ୨୦୨୫ ରିପୋର୍ଟ : ଏଥର ଆସିଛନ୍ତି ୨ ଶହ ପ୍ରଜାତିର ୧୫ ଲକ୍ଷରୁ ଅଧିକ ପକ୍ଷୀ (ETV Bharat Odisha)
author img

By ETV Bharat Odisha Team

Published : Jan 19, 2025, 8:02 PM IST

ଭୁବନେଶ୍ବର: ସମଗ୍ର ରାଜ୍ୟରେ ଏକାକାଳୀନ କରାଯାଇଥିବା ‘ମଧ୍ୟ-ଶୀତକାଳୀନ ପକ୍ଷୀ ଗଣନା-୨୦୨୫’ ରିପୋର୍ଟ ପ୍ରକାଶ ପାଇଛି । ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ଆଦ୍ରଭୂମିରେ ଏକକାଳୀନ ପକ୍ଷୀ ଗଣନା କରିଥିଲା ବନ ବିଭାଗ । ଯାହା ବନ୍ୟପ୍ରାଣୀ ସଂରକ୍ଷଣ ପ୍ରତି ଓଡ଼ିଶାର ଏକ ଭିନ୍ନ ପଦକ୍ଷେପ ଥିଲା । ବିଦେଶାଗତ ଓ ଦେଶୀ ପକ୍ଷୀଙ୍କ ପ୍ରବାସ ଓ ଋତୁଭିତ୍ତିକ ଅବସ୍ଥାନ ପାଇଁ ଚିଲିକା, ଭିତରକନିକା ଏବଂ ହୀରାକୁଦ ରାଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଦ୍ରଭୂମି ଭାବରେ ସାମ୍ନାରେ ଆସିଛି । ତେବେ ଚଳିତବର୍ଷ ୨୦୦ ପ୍ରଜାତିର ପ୍ରାୟ ୧୫ ଲକ୍ଷରୁ ଅଧିକ ପକ୍ଷୀ ବିଶ୍ବର କୋଣ ଅନୁକୋଣରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଆସିଛନ୍ତି । ମାତ୍ର ହୀରାକୁଦ ଓ ଭିତରକନିକା ଜାତୀୟ ଉଦ୍ୟାନରେ ପୂର୍ବବର୍ଷ ଅପେକ୍ଷା ପକ୍ଷୀ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ପକ୍ଷୀବିହାର ଚିଲିକାରେ କିନ୍ତୁ ସଂଖ୍ୟା ହ୍ରାସ ପାଇଛି ।

  • ଚିଲିକାରେ ପ୍ରଜାତି ବଢିଲା, ସଂଖ୍ୟା କମିଲା

ଚିଲିକା ହ୍ରଦ ଏବଂ ମଙ୍ଗଳାଜୋଡି ଆର୍ଦ୍ରଭୂମିରେ ୧୯୬ ପ୍ରଜାତିର ପ୍ରାୟ ୧୧ ଲକ୍ଷ ୨୭ ହାଜର ୨୨୮ ପକ୍ଷୀଙ୍କ ପ୍ରବାସ ରେକର୍ଡ କରାଯାଇଛି । ଯାହା ପୂର୍ବ ବର୍ଷ ତୁଳନାରେ ୧୦ ହଜାର କମିଛି । ଅର୍ଥାତ ଗତବର୍ଷ ଚିଲିକାକୁ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଥିଲେ । ଏପଟେ କିନ୍ତୁ ନଳବଣରେରେ ୯ ପ୍ରଜାତିର ପକ୍ଷୀ ବୃଦ୍ଧି ପାଇଛି ।

ପକ୍ଷୀ ଗଣନା ୨୦୨୫ ରିପୋର୍ଟ : ଏଥର ଆସିଛନ୍ତି ୨ ଶହ ପ୍ରଜାତିର ୧୫ ଲକ୍ଷରୁ ଅଧିକ ପକ୍ଷୀ
ପକ୍ଷୀ ଗଣନା ୨୦୨୫ ରିପୋର୍ଟ : ଏଥର ଆସିଛନ୍ତି ୨ ଶହ ପ୍ରଜାତିର ୧୫ ଲକ୍ଷରୁ ଅଧିକ ପକ୍ଷୀ (ETV Bharat Odisha)
  • ଦେଶୀ-ବିଦେଶୀ ସଂଖ୍ୟା

ସର୍ବେକ୍ଷକମାନେ ୧୦୯ ପ୍ରଜାତିର ପ୍ରାୟ ୧୦ ଲକ୍ଷ ୮୭ ହଜାର ୨୨୬ ଟି ପ୍ରବାସୀ ପକ୍ଷୀ ଚିହ୍ନଟ କରିଥିବା ବେଳେ ଦେଶୀ ପକ୍ଷୀଙ୍କ ସଂଖ୍ୟା ୮୭ ପ୍ରଜାତିର ପ୍ରାୟ ୪୦ ହଜାର ୨ଟି ପକ୍ଷୀ ଥିଲା । ଚିଲିକା ନଳବଣ ଅଭୟାରଣ୍ୟ ଏକ ପ୍ରମୁଖ ସ୍ଥାନ ହୋଇ ରହିଛି । ଏଠାରେ ୯୨ ପ୍ରଜାତିର ୩ ଲକ୍ଷ ୪୩ ହଜାର ୨୨୬ ପକ୍ଷୀ ଅଛନ୍ତି ।

  • ହୀରାକୁଦ ଜଳଭଣ୍ଡାର:-

ହୀରାକୁଦ ଜଳଭଣ୍ଡାରରେ ୧୨୨ ପ୍ରଜାତିରୁ ୩ ଲକ୍ଷ ୭୭ ହଜାର ୭୩୨ ପକ୍ଷୀ ଚିହ୍ନଟ କରାଯାଇଛି । ଗତବର୍ଷ ହିରାକୁଦରେ ୧୧୩ ପ୍ରଜାତିର ୩ ଲକ୍ଷ ୪୨ ହଜାର ୩୪୫ ପକ୍ଷୀ ଆସିଥିଲେ। ତେବେ ଚଳିତବର୍ଷ ପ୍ରାୟ 35 ହଜାର ଅଧିକ ପକ୍ଷୀ ହୀରାକୁଦ ଆସିଛନ୍ତି । ୭୦୦ ବର୍ଗ କିଲୋମିଟର ପରିବ୍ୟାପ୍ତ ବିଶାଳ ଚିଲିକା ଜଳଭଣ୍ଡାରକୁ ୨୧ ସେକ୍ଟରରେ ବିଭକ୍ତ କରାଯାଇ ଏହି ଗଣନା କାର୍ଯ୍ୟ କରାଯାଉଥିଲା । ୩୨ ଟି ବିଶେଷଜ୍ଞ ଦଳ ଏବଂ ୭୦ ଅଂଶଗ୍ରହଣକାରୀ ଏହି ସର୍ଭେରେ ନିୟୋଜିତ କରିଥିଲେ । ତେବେ ଚଳିତବର୍ଷର ସଂଖ୍ୟା ହୀରାକୁଦ ପାଇଁ ଏକ ଶୁଭ ସଙ୍କେତ ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ :-

ଚିଲିକାରେ ସରିଲା ଗଣନା: ଏଥର କମିଲେ 10 ହଜାର ପକ୍ଷୀ

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ, ସାମିଲ ହେଲେ ଦକ୍ଷ ପକ୍ଷୀ ବିଶେଷଜ୍ଞ - ANNUAL BIRD CENSUS STARTS IN ODISHA

ଏହା ମଧ୍ୟ ପଢନ୍ତୁ-ଆଜିଠୁ ରାଜ୍ୟରେ ପକ୍ଷୀ ଗଣନା, ୨୧ ଟିମ୍‌ ନିୟୋଜିତ - BIRD COUNTING

  • ଭିତରକନିକା ଜାତୀୟ ଉଦ୍ୟାନ

ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ତଥା ଏକମାତ୍ର ଲୁଣାଜଙ୍ଗଲ ଭିତରକନିକା ଜାତୀୟ ଉଦ୍ୟାନରେ ମୋଟ ୧୧୮ ପ୍ରଜାତିର ପ୍ରାୟ ୧ ଲକ୍ଷ ୫୧ ହଜାର ୬୧୪ ପକ୍ଷୀ ଚିହ୍ନଟ କରାଯାଇଛି । ତେବେ ଗତବର୍ଷ ଭିତରକନିକାରେ ୧୨୧ ପ୍ରଜାତିର ୧ ଲକ୍ଷ ୫୧ ହଜାର ୪୨୧ ପକ୍ଷୀ ଆସିଥିଲେ । ଏଥର ପ୍ରଜାତିରେ ସାମାନ୍ୟ ବୃଦ୍ଧି ହୋଇଥିବା ବେଳେ ସଂଖ୍ୟା ମଧ୍ୟ ସାମାନ୍ୟ ବଢିଛି । ଜାତୀୟ ଉଦ୍ୟମରେ ପ୍ରାୟ 3 ପ୍ରଜାତି ସହ 2ଶହ ଅଧିକ ପକ୍ଷୀ ଚଳିତବର୍ଷ ଚିହ୍ନଟ ହୋଇଛନ୍ତି ।

  • ଶ୍ରେଷ୍ଠ ପ୍ରଜାତି :

ଲେସର୍ ହ୍ୱିସଲିଂ ଡକ୍ (୪୪ ହଜାର ୮୨୫) ଏବଂ ନର୍ଦର୍ଣ୍ଣ ପିଣ୍ଟେଲ୍ (୧୮ ହଜାର ୭୭୬) ସର୍ବାଧିକ ବହୁଳ ପ୍ରଜାତିର ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାର ଜୈବ ବିବିଧତା ପାଳନ
ମଧ୍ୟ-ଶୀତକାଳୀନ ଜଳପକ୍ଷୀ ଗଣନା ୨୦୨୫ କେବଳ ପକ୍ଷୀ ଗଣନା ନୁହେଁ, ବରଂ ଓଡ଼ିଶାର ପ୍ରାକୃତିକ ଐତିହ୍ୟର ଏକ ଉତ୍ସବ । ରାଜ୍ୟର ଆର୍ଦ୍ରଭୂମିରେ ୧୫ ଲକ୍ଷରୁ ଅଧିକ ପକ୍ଷୀ ରେକର୍ଡ କରାଯାଇଛି । ୨୦୦ରୁ ଅଧିକ ପ୍ରଜାତି ଚିହ୍ନଟ ହେବା ସହିତ, ଏହି ଗଣନା ପ୍ରବାସୀ ଏବଂ ବାସିନ୍ଦା ପକ୍ଷୀ ପ୍ରଜାତି ସଂରକ୍ଷଣରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପୁନଃନିର୍ମାଣ କରୁଛି।

  • ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.