ETV Bharat / state

ଭାରତ-ଇଂଲଣ୍ଡ ମ୍ୟାଚ୍: ସଜେଇ ହେଉଛି ବାରବାଟୀ , ଖୁବଶୀଘ୍ର ଟିକେଟ ବିକ୍ରି - PREPARATION FOR ODI MATCH

ଆସନ୍ତା 9ରେ ଭାରତ-ଇଂଲଣ୍ତ ଦିନିକିଆ ମ୍ୟାଚ୍ । ଗ୍ରାସ କଟିଂ ସହ ଗ୍ୟାଲେରୀରେ ଚାଲିଛି ରଙ୍ଗ କାମ । ଖୁବଶୀଘ୍ର ଆରମ୍ଭ ହେବ ଟିକେଟ ବିକ୍ରି ।

Barabati Stadium Cuttack
Barabati Stadium Cuttack (ETV Bharat Odisha)
author img

By ETV Bharat Odisha Team

Published : Jan 19, 2025, 7:16 PM IST

କଟକ: ଆସନ୍ତା ମାସ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ ବନାମ ଇଂଲଣ୍ତ ଦିନିକିଆ କ୍ରିକେଟ ମ୍ୟାଚ୍ । ଏହି ମ୍ୟାଚ ପାଇଁ ଏବେ ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଉଛି । ଷ୍ଟାଡିୟମର ଭିତର ଓ ବାହାର ପାର୍ଶ୍ୱକୁ ନୂଆ ରୂପ ଦିଆଯାଉଥିବାବେଳେ ପଡିଆରେ ଘାସ କଟା କାର୍ଯ୍ୟ ଜାରି ରହିଛି । ଏହାସହ ଷ୍ଟାଡିୟମର ଗ୍ୟାଲେରୀଗୁଡ଼ିକର ରଙ୍ଗ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।

  • ଚାଲିଛି ଷ୍ଟାଡିୟମ କାର୍ଯ୍ୟ:

ଏହି ବହୁ ପ୍ରତିକ୍ଷିତ ମ୍ୟାଚ ପାଇଁ ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଟିକେଟ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଓସିଏ । ତେବେ ଦୁଇ ବର୍ଷର ବ୍ୟବଧାନ ପରେ ବାରବାଟୀରେ ବାଜିବ ଯୁଦ୍ଧଭେରୀ । ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଏହି ମ୍ୟାଚ ପାଇଁ ହାତରେ କମ ସମୟ ବାକି ଥିବାବେଳେ ମ୍ୟାଚ୍ ପ୍ରସ୍ତୁତି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସମ୍ପୂର୍ଣ୍ଣ ଷ୍ଟାଡିୟମକୁ ନୂଆ ରୂପ ଦିଆଯାଉଥିବାବେଳେ ଗ୍ୟାଲେରୀ ଗୁଡ଼ିକର ରଙ୍ଗ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ୩୦ ୟାର୍ଡ ଅଞ୍ଚଳରୁ ଗ୍ରାସ କଟିଂ କାର୍ଯ୍ୟ ଶେଷ କରାଯିବା ପରେ ଗୁରୁବାର ଦିନ ପୁରା ପଡିଆରୁ ଗ୍ରାସ କଟିଂ କାର୍ଯ୍ୟ ଆରମ୍ଭ ହେଇଛି । ଏହାପରେ ନିୟମିତ ଭାବେ ପିଚକୁ ରୋଲ କରାଯିବା ସହ ପଡ଼ିଆରେ ସାର, କେମିକାଲ ଓ ପାଣି ସିଞ୍ଜନ କରାଯିବ । ସେପଟେ ଷ୍ଟାଡିୟମର ବାହାର ପାର୍ଶ୍ବ ସହିତ ଖେଳାଳିଙ୍କ ଡ୍ରେସିଂ ରୁମ, ମ୍ୟାଚ ରେଫ୍ରିଙ୍କ ପ୍ରକୋଷ୍ଠ, ପ୍ରେସ ବକ୍ସ, ଏସି ବକ୍ସ ଓ କର୍ପୋରେଟ ବକ୍ସଗୁଡ଼ିକରେ ଆବଶ୍ୟକ ମୁତାବକ ପରିବର୍ତ୍ତିନ ମଧ୍ୟ କରାଯାଉଛି ।

Barabati Stadium Cuttack (ETV Bharat Odisha)

ଏହା ବି ପଢନ୍ତୁ...

ଶସ୍ତା ହେଲା ଭାରତ-ଇଂଲଣ୍ଡ ମ୍ୟାଚ୍‌ ଟିକେଟ ମୂଲ୍ୟ, ଜାଣନ୍ତୁ କେତେ !

କମିଲା ବାରବାଟୀ ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ଟିକଟ ଦର

  • ଖେଳାଳିମାନଙ୍କ ପାଇଁ ହୋଟେଲ ବୁକିଂ ଶେଷ:

OCA ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, "ମ୍ୟାଚ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ସହିତ OCAର ଗୋଟିଏ ପ୍ରସ୍ତୁତି ବୈଠକ ହୋଇସାରିଛି । ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ସମୟ ପୂର୍ବରୁ ଶେଷ ହେବ । ତିନି ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜର ଦ୍ବିତୀୟ ମ୍ୟାଚଟି ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମ୍ୟାଚଟି ଦିବାରାତ୍ର ହୋଇଥିବାରୁ ଅପରାହ୍ନ ସାଢେ ଗୋଟାଏରେ ମ୍ୟାଚ ଆରମ୍ଭ ହେବ । ଖେଳାଳିମାନଙ୍କ ପାଇଁ ହୋଟେଲ ବୁକିଂ କାର୍ଯ୍ୟ ପୂର୍ବରୁ ଶେଷ ହୋଇସାରିଛି । ମ୍ୟାଚର ଦୁଇ ଦିନ ପୂର୍ବରୁ ଅର୍ଥାତ ଫେବ୍ରୁଆରୀ ୭ ତାରିଖ ଦିନ ଉଭୟ ଟିମର ଖେଳାଳି ଭୁବନେଶ୍ବରରେ ପହଞ୍ଚିବେ ।"

Barabati Stadium Cuttack
Barabati Stadium Cuttack (ETV Bharat Odisha)
  • ଖୁବଶୀଘ୍ର ଟିକେଟ ବିକ୍ରି: OCA

ସେପଟେ ଦୁଇ ସପ୍ତାହ ପରେ ଏହି ମ୍ୟାଚ ପାଇଁ ଟିକେଟ ବିକ୍ରି ପାଇଁ ଲକ୍ଷ୍ୟ ରଖାଯାଇଥିବା ଓସିଏ ପକ୍ଷରୁ କୁହାଯାଇଛି । ତେବେ ଅନଲାଇନ ଓ ଅଫଲାଇନ ବା କାଉଣ୍ଟରରେ କେତେ ଲେଖାଏଁ ଟିକେଟ ବିକ୍ରି କରାଯିବ, କେଉଁ ବ୍ୟାଙ୍କକୁ ଟିକେଟ ବିକ୍ରି ଦାୟିତ୍ବ ପ୍ରଦାନ କରାଯିବ ଏବଂ କେଉଁ ସଂସ୍ଥାରେ ଅନଲଇନରେ ଟିକେଟ୍ ବିକ୍ରି ହେବ ଆସନ୍ତା ଦୁଇ ଦିନ ଦିନରେ ତାହା ଧାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛି OCA।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.