ETV Bharat / state

ଚିଲିକାରେ ସରିଲା ଗଣନା: ଏଥର କମିଲେ 10 ହଜାର ପକ୍ଷୀ - CHILIKA BIRD CENSUS

ବଢିଲା ପ୍ରଜାତିକ କମିଲା ସଂଖ୍ୟା । ଚଳିତବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ସଂଖ୍ୟକ ପକ୍ଷୀ ଆସିଥିବା ରିପୋର୍ଟରେ ଜଣାପଡିଛି ।

CHILIKA BIRD CENSUS
CHILIKA BIRD CENSUS (ETV BHARAT ODISHA)
author img

By ETV Bharat Odisha Team

Published : Jan 19, 2025, 4:29 PM IST

Updated : Jan 19, 2025, 4:43 PM IST

ଖୋର୍ଦ୍ଧା: ବିହଙ୍ଗଭୂସ୍ବର୍ଗ ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି । ଗତବର୍ଷ ତୁଳନାରେ ଚଳିତବର୍ଷ ପକ୍ଷୀଙ୍କ ପ୍ରଜାତି ବଢିଥିବା ବେଳେ ସଂଖ୍ୟା କିନ୍ତୁ ହ୍ରାସ ପାଇଛି । ଚଳିତବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ସଂଖ୍ୟକ ପକ୍ଷୀ ଆସିଛନ୍ତି । ଗତବର୍ଷ ୧୮୪ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଥିଲେ । ଯାହାକି ଗତ ବର୍ଷ ତୁଳନାରେ ୧୦୫୩୧ ସଂଖ୍ୟକ କମ ପକ୍ଷୀଙ୍କ ଆଗମନ ହେଇଛି।

  • ନଳବଣରେ ସର୍ବାଧିକ ପକ୍ଷୀ:

ଚଳିତବର୍ଷ ବିଶେଷ କରି ଇରାନ, ଇରାକ, ଋଷ, ମଙ୍ଗୋଲିଆ, ଜାପାନ, ସାଇବେରିଆ, ଆଫଗାନିସ୍ତାନ, କାଜିସ୍ଥାନରୁ ୧୦୯ ପ୍ରଜାତିର ୧୦ ଲକ୍ଷ ୮୭ ହଜାର ୨୨୬ ବିଦେଶାଗତ ଅତିଥି ପକ୍ଷୀ ଆସିଥିବା ବେଳେ ୮୭ ପ୍ରଜାତିର ୩୦ ହଜାର ସ୍ଥାନୀୟ ପକ୍ଷୀ ଆସିଛନ୍ତି । ଏହି ପକ୍ଷୀମାନଙ୍କ ମଧ୍ୟରେ ଗଡ଼ୱାଲ ପ୍ରଜାତିର ୨ ଲକ୍ଷ ୧ ହଜାର ୯୨୬ ଟି, ନାର୍ଦନ ପିଣ୍ଟେଲ ପ୍ରଜାତିର ୧ ଲକ୍ଷ ୯୩ ହଜାର ୩୯୪, ଇଉରେସିଆ ଉଇଯିଏମ ପ୍ରଜାତିର ୧ ଲକ୍ଷ ୫୪ ହଜାର ୯୩୭ ଟି, ବ୍ଲାକଟେଲ ପ୍ରଜାତିର ୬୮ ହଜାର ୭୯, କମନକୁଟ ଅଛନ୍ତି ୫୪ ହଜାର ୭୮୭। ପକ୍ଷୀ ଅଭୟାରଣ୍ୟ ନଳବଣରେ ସର୍ବାଧିକ ୯୨ ପ୍ରଜାତିର ୩ ଲକ୍ଷ ୪୩ ହଜାର ୨୨୬ ଟି ପକ୍ଷୀ ଦେଖିବାକୁ ମିଳିଥିଲା ।

CHILIKA BIRD CENSUS (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ, ସାମିଲ ହେଲେ ଦକ୍ଷ ପକ୍ଷୀ ବିଶେଷଜ୍ଞ - ANNUAL BIRD CENSUS STARTS IN ODISHA

ଏହା ମଧ୍ୟ ପଢନ୍ତୁ-ଆଜିଠୁ ରାଜ୍ୟରେ ପକ୍ଷୀ ଗଣନା, ୨୧ ଟିମ୍‌ ନିୟୋଜିତ - BIRD COUNTING

  • ଚଳିତବର୍ଷ ପକ୍ଷୀଙ୍କ ପ୍ରଜାତି ବଢିଛି, କିନ୍ତୁ ସଂଖ୍ୟା କମିଛି:

ଗତବର୍ଷ ତୁଳନାରେ ଚଳିତ ବର୍ଷ ୯ଟି ପ୍ରଜାତିର ପକ୍ଷୀ ଅଧିକ ଆସିଛନ୍ତି । ସେହିପରି ପକ୍ଷୀ ସଂଖ୍ୟା ଗତବର୍ଷ ତୁଳନାରେ ଚଳିତ ବର୍ଷ ୧୦ ହଜାର ୫୩୧ଟି କମ ରହିଛି। ଚଳିତ ବର୍ଷ ଚିଲିକାର ଜଳସ୍ତର ବଢିଥିବାରୁ ପକ୍ଷୀଙ୍କ ସଂଖ୍ୟା କମିଥିବା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ କହିଛନ୍ତି। ପିଣ୍ଟେଲ, ଫ୍ଲେମିଙ୍ଗ, ଗ୍ରେ ହେରେନ, ପେଲିକାନ, ଗଡ଼ୱଟ, ଗାରଗ୍ରୀନ ଇତ୍ୟାଦି ବିଦେଶୀ ପକ୍ଷୀଙ୍କ ସମେତ ଗେଣ୍ଡି, ଗେଣ୍ଡାଳିଆ, ଏରା, ଘଣ୍ଟିଆଳ, ହଂସ, ଚିଲ, ସମୁଦ୍ର କୁଆ ପ୍ରମୁଖ ସ୍ଥାନୀୟ ପକ୍ଷୀ ଦେଖିବାକୁ ମିଳିଥିଲା।

  • 5ଟି ଜୋନରେ ହୋଇଥିଲା ପକ୍ଷୀ ଗଣନା:

ଶୀତକାଳୀନ ପକ୍ଷୀଗଣନା ପାଇଁ ୫ଟି ଜୋନରେ (ଜଳ ଭାଗରେ ୧୯ ଟି ଓ ସ୍ଥଳଭାଗରେ ୨ଟି) କୁ ମିଶାଇ ସମୁଦାୟ ୨୧ ଟି ଟିମରେ ୧୩୦ ଜଣ ନିୟୋଜିତ ରହିଥିଲେ । ଟାଙ୍ଗି ଜୋନରେ ୮ଟି ଟିମ ,ବାଲୁଗାଁରେ ୫ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଏବଂ କୃଷ୍ଣପ୍ରସାଦ ଓ ଚିଲିକା ନୂଆପଡା ଜୋନରେ ଗୋଟିଏ ଲେଖାଏଁ ଟିମ୍‌ ନିୟୋଜିତ ଥିଲେ । ପ୍ରତି ଟିମରେ ପକ୍ଷୀପ୍ରେମୀ, ପକ୍ଷୀ ସୁରକ୍ଷା ବାହିନୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ବନ୍ୟପ୍ରାଣୀ ବିଭାଗୀୟ ଅଧିକାରୀ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ସ୍ବେଚ୍ଛାସେବୀ ଆଦି ୬ରୁ ୭ ଜଣ ସଦସ୍ୟ ସାମିଲ ରହିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଣନା କାର୍ଯ୍ୟରେ ଗନ୍ତବ୍ୟ ସ୍ଥଳ ଚିତ୍ର, ମାନଚିତ୍ର, ଜିପିଏସ, ବାଇନାକୁଲାର, ସ୍ପୋଟିଂ ସ୍କୋପ, ନୋଟ୍‌ ବୁକ, ୱାକି-ଟକି ଆଦି ବ୍ୟବହାର କରାଯାଇଥିଲା ।

ଚିଲିକା ବନ୍ୟପ୍ରାଣୀ ଡିଏଫଓ ଅମ୍ଲାନ ନାୟକ କହିଛନ୍ତି, ''ଏନେଇ 2025ରେ ଯେଉଁ ପକ୍ଷୀ ଗଣନା କରାଯାଇଥିଲା, ଚଳିତ ବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ସଂଖ୍ୟକ ପକ୍ଷୀ ଆସିଛନ୍ତି । ଗତବର୍ଷ ତୁଳନାରେ ଚଳିତବର୍ଷ ପକ୍ଷୀ ସଂଖ୍ୟା ୧୦୫୩୧ କମିଛି । ଚିଲିକାର ଜଳସ୍ତର ବଢିଥିବାରୁ ପକ୍ଷୀଙ୍କ ସଂଖ୍ୟା କମିଛି । ''

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Jan 19, 2025, 4:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.