ଓଡିଶା

odisha

ETV Bharat / politics

ଓଡ଼ିଶାରେ ସରକାର ଗଢିବାରେ କଂଗ୍ରେସ ହିଁ ନିର୍ଣ୍ଣାୟକ ଭୂମିକା ନେବ: ପ୍ରସାଦ ହରିଚନ୍ଦନ - Congress Analysis For Election

Congress Analysis For 1st Phase Election: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଛନ୍ତି । କଂଗ୍ରେସ ଜୁନ 8ରେ ସରକାର ନେଇ ବଡ଼ ଭୂମିକା ନିର୍ବାହ କରିବ ବୋଲି ପ୍ରସାଦ ମନ୍ତବ୍ୟ ରଖିଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : May 14, 2024, 10:56 PM IST

Congress Analysis For 1st Phase Election
Congress Analysis For 1st Phase Election (ETV Bharat Odisha)

Congress Analysis For 1st Phase Election (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନ ପରବର୍ତ୍ତୀ ଆକଳନ ମଧ୍ୟ ଜାରି ହୋଇଛି । ପୂର୍ବରୁ ବିଜେଡି ନେତା ଭିକେ ପାଣ୍ଡିଆନ ଆକଳନ କରିଥିଲେ ଦକ୍ଷିଣ ଓଡ଼ିଶାରେ ବିଜେଡି ସହ କଂଗ୍ରେସର ଫାଇଟ ହେଉଛି । ଫଳାଫଳକୁ ନେଇ କଂଗ୍ରେସ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛି । ଓଡ଼ିଶାରେ ସରକାର ଗଢିବାରେ କଂଗ୍ରେସ ହିଁ ନିର୍ଣ୍ଣାୟକ ଭୂମିକା ନେବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ।

ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ କହିଛନ୍ତି, "ଦକ୍ଷିଣ ଭାରତରେ ବିଜେପି ସମ୍ପୂର୍ଣ୍ଣ ସଫା ହେଉଥିବା ବେଳେ ଉତ୍ତର, ପଶ୍ଚିମ ଓ ପୂର୍ବରେ ଅଧା ହୋଇଯିବ । ଏହା ଜଳ ଜଳ ହୋଇ ଦିଶୁଛି । ସେହିପରି ୨୦୦୪ରେ ବିଜେପିର ଭାରତ ଉଦୟ ସତ୍ତ୍ବେ କଂଗ୍ରେସର ପ୍ରତ୍ୟାବର୍ତ୍ତନ ହୋଇଥିଲା, ସେହିଭଳି ମଧ୍ୟ ଏଥର ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କଂଗ୍ରେସ ଭଲ ପଦର୍ଶନ କରିବ । କଂଗ୍ରେସ କେନ୍ଦ୍ରୀୟ ନେତାଙ୍କ ଆକଳନ ଆଧାରରେ ଇଣ୍ଡିଆ ମେଣ୍ଟକୁ ବହୁମତ ମିଳିବ । ଜୁନ 8 ତାରିଖରେ ରାଜ୍ୟରେ କିଏ ସରକାର ଗଢ଼ିବ କଂଗ୍ରେସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ବିଜେଡି କହୁଛି ଜୁନ 10 ତାରିଖ ,ବିଜେପି କହୁଛି ଜୁନ 9 ରେ ସରକାର ଗଢ଼ିବ ହେଲେ କଂଗ୍ରେସ ଜୁନ 8 ରେ ସରକାର ନେଇ ବଡ଼ ଭୂମିକା ନିର୍ବାହ କରିବ ।"

ଏହା ମଧ୍ୟ ପଢନ୍ତୁ....ETV Bharat EXCLUSIVE: 'ମୋଦି ଆଉଟ୍‌ ଗୋଇଙ୍ଗ୍‌ ପିଏମ୍‌, ୨୦୦୪ ଫଳାଫଳ ପୁନରାବୃତ୍ତି ହେବ' - Jairam Ramesh EXCLUSIVE Interview

ସେହିଭଳି କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି, "ଓଡିଶାରେ ବ୍ରହ୍ମପୁର ଲୋକସଭା ଆସନରେ କଂଗ୍ରେସ ଇତିହାସ ରଚିବାକୁ ଯାଉଛି । ଦିଗପହଣ୍ଡି, ପାରଳାଖେମୁଣ୍ଡିରେ ଦଳ ଭଲ ପ୍ରଦର୍ଶନ କରିଛି । କୋରାପୁଟ ଓ ନବରଙ୍ଗପୁରରେ ୪-୫ ଟି ସିଟ କଂଗ୍ରେସ ହାସଲ କରିବ । ଭୂଜବଳ ମାଝୀ ସାଂସଦ ହେବାକୁ ଯାଉଥିବା ବେଳେ କୋରାପୁଟରେ ସପ୍ତଗିରି ଉଲ୍ଲାକା ବିଜୟୀ ହେଉଛନ୍ତି । କଳାହାଣ୍ଡିରେ ଲୋକସଭାରେ ଦ୍ରୌପଦୀ ମାଝୀ ଭଲ ପ୍ରଦର୍ଶନ କରିଛନ୍ତି । ସେହିଭଳି ଭକ୍ତ ଚରଣ ଦାସ, ବଳଭଦ୍ର ମାଝୀ ଭଲ ପ୍ରଦର୍ଶନ କରିଛନ୍ତି । ମୋଟାମୋଟି ଦକ୍ଷିଣ ଓଡିଶାରେ ଭଲ ପ୍ରଦର୍ଶନ କରିଛି କଂଗ୍ରେସ ।"

ମୋଦିକୁ ଟାର୍ଗେଟ କରି କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି, "ନିର୍ବାଚନରେ ତାନାସାହ ମୋଦି ସରକାରକୁ ତଡିବାକୁ ପଡିବ, କାରଣ ଦେଶରେ ସାଧାରଣ ଜନତାଙ୍କ ଅଧିକାରକୁ ଛଡାଇ ନେଇଛି ବିଜେପି ସରକାର, ଯିଏ ସ୍ୱର ଉତ୍ତାଳନ କରିବ ତାକୁ ଇଡି ଏବଂ ସିବିଆଇ ଡରରେ ଡରୁଛନ୍ତି କେନ୍ଦ୍ର ସରକାର । ଏହା ହେଉଛି ଦେଶର ଆତ୍ମା ଉପରେ ଆକ୍ରମଣ । ଦେଶରୁ ଏଥର ମୋଦି ସରକାର ଯାଉଛି ଏହା ସ୍ପଷ୍ଟ ହୋଇଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details