ଓଡିଶା

odisha

ETV Bharat / politics

ଲାଲୁ ଓ ମିଶା ଭାରତୀଙ୍କୁ 8 ଘଣ୍ଟା ଧରି ଜେରା, ଦଳୀୟ ସାଂସଦ ମନୋଜ ଝା କହିଲେ ଇଡି ନୁହେଁ ବିଜେପି ସମନ

On RJD President Lalu Prasad Yadav in ED office: ଦୀର୍ଘ 8 ଘଣ୍ଟାରୁ ଅଧିକ ସମୟ ଧରି ଲାଲୁ ଓ ଝିଅ ମିଶା ଭାରତୀଙ୍କୁ ଜେରା ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବାହାରେ ସମର୍ଥକଙ୍କ ହୋହାଲ୍ଲା । ଅଧିକ ପଢନ୍ତୁ

ଲାଲୁଙ୍କୁ 8 ଘଣ୍ଟା ଜେରା କଲା ED, ଦଳୀୟ ସାଂସଦ ମନୋଜ ଝା କହିଲେ ଇଡି ନୁହେଁ ବିଜେପି ସମନ
ଲାଲୁଙ୍କୁ 8 ଘଣ୍ଟା ଜେରା କଲା ED, ଦଳୀୟ ସାଂସଦ ମନୋଜ ଝା କହିଲେ ଇଡି ନୁହେଁ ବିଜେପି ସମନ

By ETV Bharat Odisha Team

Published : Jan 29, 2024, 9:12 PM IST

ଲାଲୁଙ୍କୁ 8 ଘଣ୍ଟା ଜେରା କଲା ED, ଦଳୀୟ ସାଂସଦ ମନୋଜ ଝା କହିଲେ ଇଡି ନୁହେଁ ବିଜେପି ସମନ

ପାଟନା:ବହୁଚର୍ଚ୍ଚିତରେଳବାଇରେ ଚାକିରି ପାଇଁ ଜମି ହଡପ ମାମଲାରେ ଆଜି ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ପୂର୍ବାହ୍ନରେ ଲାଲୁ ଓ ତାଙ୍କ ସାଂସଦ ଝିଅ ମିଶା ଭାରତୀ ପାଟନା ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟରେ ହାଜର ହୋଇଥିଲେ । ଦୀର୍ଘ 8 ଘଣ୍ଟାରୁ ଅଧିକ ଘଣ୍ଟା ଧରି ଉଭୟଙ୍କୁ ଜେରା ଜାରି ରଖିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ସଂଧ୍ୟାରେ ଉଭୟଙ୍କୁ ଇଡି ଛାଡିବ ବୋଲି ଅନୁମାନ କରାଯାଉଥିଲା । ହେଲେ ଏବେ ପର୍ଯ୍ୟନ୍ତ ମଧ୍ୟ ଜେରା ଜାରି ରହିଛି । କାର୍ଯ୍ୟାଳୟ ବାହାରେ ଆରଜେଡି ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି । ସେମାନେ ବିଜେପି ଓ ମୋଦି ସରକାର ବିରୋଧରେ ନାରାବାଜୀ କରିଥିଲେ । କାର୍ଯ୍ୟାଳୟ ବାହାରେ ବିହାର ପୋଲିସ ସହ କେନ୍ଦ୍ରୀୟ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

ତେବେ ଏହା ମଧ୍ୟ ଖବର ମିଳୁଛି ଯେ, ଚିକିତ୍ସାଧୀନ ଥିବା ଲାଲୁ ଜେରା ସମୟରେ ଦୁଇ ଥର ଔଷଧ ମଧ୍ୟ ଖାଇଛନ୍ତି । ଲାଲୁ ଏବେ ନିୟମିତ ଔଷଧ ସେବନ କରୁଥିବାରୁ ଝିଅ ମିଶା ଭାରତୀ ଔଷଧ ଧରି ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଅନ୍ୟପଟେ ଗତକାଲି ବିହାରରେ କ୍ଷମତା ପରିବର୍ତ୍ତନ ହେବା ସହ ଲାଲୁଙ୍କ ଦଳ ଆରଜେଡି ଶାସକ ମେଣ୍ଟରୁ ବାଦ ପଡିଛି । ଆଜି କେନ୍ଦ୍ରୀୟ ସଂସ୍ଥା ଜେରା ରଖିଥିବା ବେଳେ ରାଜନୀତି ମଧ୍ୟ ଜୋର ଧରିଛି । ବିଜେପି ନେତାମାନେ ଲାଲୁଙ୍କ ପରିବାର ଦୁର୍ନୀତିରେ ସାମିଲ ଓ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଛନ୍ତି । ଏହା ପରେ ତେଜସ୍ବୀ ଯାଦବଙ୍କୁ ମଧ୍ୟ ଜେରା କରାଯିବ ବୋଲି ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :-ଇଡି କାର୍ଯ୍ୟାଳୟରେ ଲାଲୁ: ଭିତରେ ଜେରା, ବାହାରେ ହୋହଲ୍ଲା

ତେବେ ଲାଲୁଙ୍କ ପରିବାର ବିରୋଧରେ ଏହି ମାମଲା ଦୀର୍ଘ ବର୍ଷରୁ ରହିଛି । ଲାଲୁ ଓ ପତ୍ନୀ ରାବିଡି ଦେବୀଙ୍କ ସମେତ ପୁଅ ତେଜସ୍ବୀ ଯାଦବ, ସାଂସଦ ଝିଅ ମିଶା ଭାରତୀ ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି । ଆଜି କାର୍ଯ୍ୟାନୁଷ୍ଠାନକୁ ନେଇ ଦଳର ବରିଷ୍ଠ ସାଂସଦ ମନୋଜ ଝା କହିଛନ୍ତି, ଏହା ଇଡିର ନୋଟିସ ନୁହେଁ ବରଂ ବିଜେପି ସମନ । କାହାକୁ ଇଡି ସମନ କରିବ ବିଜେପିର ଦୁଇଜଣ ନେତା ସ୍ଥିର କରୁଛନ୍ତି । ସେମାନଙ୍କ ନିର୍ଦ୍ଦେଶରେ କେନ୍ଦ୍ରୀୟ ସଂସ୍ଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହାକୁ ବିଜେପି ସମନ କହିବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details