ଭୁବନେଶ୍ୱର: ସଂସଦ ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣକୁ କଂଗ୍ରେସର ବିବାଦୀୟ ବୟାନ ପରେ ରାଜନୈତିକ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଛି । ସଂସଦଠୁ ନେଇ ସଡକ ପର୍ଯ୍ୟନ୍ତ ସବୁଠି ଏହାର ବିରୋଧାଭାଷ ଦେଖିବାକୁ ମିଳିଛି । କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀଙ୍କ ଟିପ୍ପଣୀକୁ କଡା ନିନ୍ଦା କରିଛନ୍ତି ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା:
ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସଂସଦ ବାହାରେ କଂଗ୍ରେସ ବରିଷ୍ଠ ନେତ୍ରୀ ତଥା ସାଂସଦ ସୋନିଆ ଗାନ୍ଧୀଙ୍କ ବୟାନକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏହାକୁ ଦୃଢ ନିନ୍ଦା କରିଛନ୍ତି ମୁକେଶ ମହାଲିଙ୍ଗ । ସେ କହିଛନ୍ତି, " ସାଂସଦ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଯେଉଁ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି, ତାହା ସଭ୍ୟ ସମାଜରେ କିମ୍ବା ଗଣତାନ୍ତ୍ରିକ ରାଷ୍ଟ୍ରରେ ଗ୍ରହଣୀୟ ନୁହେଁ । ଓଡ଼ିଶା ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମୁଁ ଏହାକୁ ଦୃଢ ନିନ୍ଦା କରୁଛି । ସୋନିଆ ଗାନ୍ଧୀ ତାଙ୍କର ଭୁଲ ପାଇଁ ଭାରତବାସୀଙ୍କ ପାଖରେ କ୍ଷମା ପାର୍ଥନା କରନ୍ତୁ । ରାଷ୍ଟ୍ରପତି ହେଉଛନ୍ତି ଆମ ଦେଶର ପ୍ରଥମ ନାଗରିକ ।"
#WATCH | Delhi | After the President's address to the Parliament, Congress MP Sonia Gandhi says," ...the president was getting very tired by the end...she could hardly speak, poor thing..." pic.twitter.com/o6cwoeYFdE
— ANI (@ANI) January 31, 2025
'କଂଗ୍ରେସର ଗର୍ବ, ଅହଙ୍କାର ମନରୁ ଯାଇନାହିିଁ'
ସେ ଆଉମଧ୍ୟ କହିଛନ୍ତି," କଂଗ୍ରେସର ଗର୍ବ ଅହଙ୍କାର ମନରୁ ଯାଇନାହିିଁ । ସୋନିଆ ଗାନ୍ଧୀ ନିଜକୁ ରାଷ୍ଟ୍ର ଠାରୁ ଓ ସମ୍ବିଧାନଠାରୁ ଊର୍ଦ୍ଧ୍ୱରେ ଭାବୁଛନ୍ତି । ସେ ରାଷ୍ଟ୍ରବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ମୁଁ ଦାବି କରୁଛି ।"
ଏହାମଧ୍ୟ ପଢନ୍ତୁ... ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ' ଗରିବ-କୃଷକଙ୍କ ବିକାଶ ପାଇଁ ନିଆଯାଉଛି ପଦକ୍ଷେପ' ବଜେଟ ଅଧିବେଶନ: ମହାକୁମ୍ଭ ଦଳାଚକଟା ପାଇଁ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି |
ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସୋନିଆ ଗାନ୍ଧୀଙ୍କ ବୟାନ:
ଆଜି ସଂସଦ ବଜେଟ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହକୁ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ କହିଥିଲେ, "ରାଷ୍ଟ୍ରପତି ଶେଷ ଆଡକୁ ବହୁତ କ୍ଲାନ୍ତ ହୋଇଯାଇଥିଲେ । ସେ ବିଶେଷ କିଛି କହିପାରିନଥିଲେ । ଯାହା ଅଶୋଭନୀୟ ।" ସୋନିଆ ଗାନ୍ଧୀଙ୍କ ଏଭଳି ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ଏହାକୁ କଡା ସମାଲୋଚନା କରିବା ସହ ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ଶବ୍ଦ ଅପମାନଜନକ ବୋଲି ଟିପ୍ପଣୀ ରଖିଥିବା ବେଳେ ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ରଖାଯାଇଛି । ଏଭଳି ମନ୍ତବ୍ୟ ପାଇଁ ସୋନିଆ ଗାନ୍ଧୀ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ମୁକେଶ ମହାଲିଙ୍ଗ ଦାବି କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର