ETV Bharat / state

ଚାରିପାର୍ଶ୍ୱକୁ ଯୋଡିବ ଗ୍ରାଣ୍ଡ ରିଙ୍ଗ ରୋଡ, ଭୁବନେଶ୍ୱରର ଭିଡ ହ୍ରାସ ପାଇଁ ୭ ହଜାର କୋଟିର ଯୋଜନା - CM MOHAN MAJHI REVIEW MEETING

ପୂର୍ତ୍ତ ବିଭାଗର ବିଭିନ୍ନ କାର୍ଯ୍ୟକୁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ମା’ ତାରିଣୀଙ୍କ ମନ୍ଦିରର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୨୧୪ କୋଟି ।

CM REVIEW MEETING
CM REVIEW MEETING (ETV Bharat Odisha)
author img

By ETV Bharat Odisha Team

Published : Jan 31, 2025, 8:37 PM IST

ଭୁବନେଶ୍ବର: ପୂର୍ତ୍ତ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱର ସହରର ଟ୍ରାଫିକ ଭିଡ ହ୍ରାସ ପାଇଁ ହେବ ପ୍ରାୟ ୭,୦୦୦ କୋଟି ଟଙ୍କାର ଯୋଜନା । ନୂତନ ଯୋଜନା ଗୁଡିକର DPR ଶୀଘ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ । ସେହିପରି ମା’ ତାରିଣୀଙ୍କ ମନ୍ଦିର ଓ ଚାରିପାର୍ଶ୍ୱର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୨୧୪ କୋଟି ଟଙ୍କା ।

ବିଭାଗୀୟ ବଜେଟର ୭୨ % ଖର୍ଚ୍ଚ କରିଛି ପୂର୍ତ୍ତ ବିଭାଗ:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୂର୍ତ୍ତ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ହୋଇଛି ଏହି ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ପରିକଳ୍ପିତ ବିଭିନ୍ନ ନୂତନ ପ୍ରକଳ୍ପ ଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ବଜେଟ ପରିମାଣର ୭୨ ପ୍ରତିଶତ ଖର୍ଚ୍ଚ ହୋଇଥିବା ବେଳେ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଶତ ପ୍ରତିଶତ ଖର୍ଚ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

CM REVIEW MEETING
CM REVIEW MEETING (ETV Bharat Odisha)

ଭୁବନେଶ୍ୱର ସହର ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା :

CM REVIEW MEETING (ETV Bharat Odisha)

ବୈଠକରେ ଭୁବନେଶ୍ୱରର ସମନ୍ୱିତ ବିକାଶ ଯୋଜନା ସହିତ ଟ୍ରାଫିକ ଭିଡ ହ୍ରାସ ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି । ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ଏଲିଭେଟେଡ କରିଡର, ପଟିଆ ଷ୍ଟେସନ ଛକରୁ ସୁଆଙ୍ଗ ମୌଜା ପର୍ଯ୍ୟନ୍ତ ଦୟା ୱେଷ୍ଟ କେନାଲ ରାସ୍ତା ନିର୍ମାଣ, ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ ଏବଂ କଳ୍ପନା ଛକ, ମ୍ୟୁଜିୟମ ଓ ଶିଶୁଭବନ ଛକରେ ୩ଟି ଫ୍ଲାଏ ଓଭର ସହିତ ଏଜି ଛକରେ ଏକ ଅଣ୍ଡରପାସ ନିର୍ମାଣ ପାଇଁ ଯୋଜନା ରଖାଯାଇଛି । ସେହିପରି ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାଥମେଟିକ୍ସରୁ ପଥର ଗାଡିଆ - ଉତ୍କଳ ହସ୍ପିଟାଲ - ରେଲ ବିହାର ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ଲେଫ୍ଟ ପାରାଲେଲ ରୋଡ କାମ ମଧ୍ୟ ଜାରି ରହିଛି ।

ସହରର ଟ୍ରାଫିକ ହ୍ରାସ ପାଇଁ ୭୦୦୦ କୋଟିର ଯୋଜନା :
ସେହିପରି ଡମଣା ଛକରୁ ପ୍ରେସ ଛକ, କଳାରାହାଙ୍ଗରୁ ବାରିମୁଣ୍ଡ ଓ କେଳୁଚରଣ ପାର୍କରୁ ବାରିମୁଣ୍ଡ ପର୍ଯ୍ୟନ୍ତ ୩ଟି ରାଇଟ ଆକ୍ସେସ ରୋଡ ନିର୍ମାଣର ଯୋଜନା ରହିଛି । ଏହା ସହିତ ଏକ ଇନର ରିଙ୍ଗ ରୋଡ ମଧ୍ୟ ନିର୍ମାଣ କରାଯିବ । ସମ୍ପୂର୍ଣ୍ଣ Decongestion Plan ପାଇଁ ପ୍ରାୟ ୭ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଏଥି ମଧ୍ୟରୁ ଡମଣା ଛକରୁ ପ୍ରେସ ଛକ ରାସ୍ତା କାମ ସରିଥିବା ବେଳେ ସୁନ୍ଦରପଦା-ଜଟଣୀ ରୋଡ ଓ ଲେଫ୍ଟ ପାରାଲେଲ ରୋଡ କାମ ଜାରି ରହିଛି । ବାକି ସବୁ କାମର ତୁରନ୍ତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱର ପାଇଁ ୬୪ କିମି ଇନର ରିଙ୍ଗ ରୋଡ :
ଭୁବନେଶ୍ୱର ପାଇଁ ୬୪ କିଲୋମିଟର ବିଶିଷ୍ଟ ଏକ ଇନର ରିଙ୍ଗ ରୋଡ କରାଯିବ । ଏଥିରେ ତମାଣ୍ଡୋରୁ ପାଇକରାପୁର ଏବଂ ଧଉଳିରୁ ତମାଣ୍ଡୋ ପର୍ଯ୍ୟନ୍ତ ୬ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ । ଏହା ସହିତ ଭୁବନେଶ୍ୱରର ସଂପ୍ରସାରଣ ପାଇଁ ଏକ ଆଉଟର ରିଙ୍ଗ୍ ରୋଡର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି । ୧୪୮ କିଲୋମିଟର ବିଶିଷ୍ଟ ଏହି ରିଙ୍ଗ ରୋଡ, ୬ ଲେନ ହେବା ସହିତ ୨ଟି ସର୍ଭିସ ରୋଡ ମଧ୍ୟ ରହିବ । ଏଥିପାଇଁ ସମୁଦାୟ ୬,୧୫୨ କୋଟି ଟଙ୍କା ବିନିଯୋଗ ହେବ । ଏହା ଦ୍ୱାରା ସହରର ସଂପ୍ରସାରଣ ହେବା ସହ ଯୋଗାଯୋଗର ସୁବିଧା ବଢିବ । ଅର୍ଥନୈତିକ ଅଭିବୃଦ୍ଧି ସହିତ ପର୍ଯ୍ୟଟନ ବୃଦ୍ଧି ହେବ ଓ ଉତ୍ତମ ପରିବେଶ ମଧ୍ୟ ସୃଷ୍ଟି ହେବ ।

ଏହା ମଧ୍ୟ ପଢନ୍ତୁ...କେନ୍ଦ୍ର ବଜେଟରୁ କ’ଣ ରହିଛି ଓଡ଼ିଶାର ଆଶା, ପ୍ରାକ-ବଜେଟ୍‌ ସମ୍ମିଳନୀରେ କଣ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ? - UNION BUDGET 2025

ଏହା ମଧ୍ୟ ପଢନ୍ତୁ...ରେଳବାଇ ବଜେଟକୁ ଓଡ଼ିଶାର ଅପେକ୍ଷା: ବଢ଼ିବ କି ଆବଣ୍ଟନ ରାଶି, ମିଳିବ କି ନୂଆ ରେଳ ପ୍ରକଳ୍ପ ? - RAILWAY BUDGET FOR ODISHA

ଏହା ମଧ୍ୟ ପଢନ୍ତୁ...SEC ଭାବେ ଦାୟିତ୍ବ ନେଲେ ମଧୁସୂଦନ ପାଢ଼ୀ, ପୌର ଓ ପଞ୍ଚାୟତ ନିର୍ବାଚନ ରହିବ ଆହ୍ୱାନ - ELECTION COMMISSIONER OF ODISHA

ରାଜ୍ୟର ଚାରିପାର୍ଶ୍ୱକୁ ଯୋଡିବ ଗ୍ରାଣ୍ଡ ରିଙ୍ଗ ରୋଡ :
ରାଜ୍ୟର ଚାରିପାର୍ଶ୍ୱକୁ ଏକ ଗ୍ରାଣ୍ଡ ରିଙ୍ଗ ରୋଡ ମାଧ୍ୟମରେ ଯୋଡିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତାହାର ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁରରୁ ଜୟପୁର ପର୍ଯ୍ୟନ୍ତ ୨୮୭ କିଲୋମିଟର ଏକ ସଡକ ନିର୍ମାଣ କରାଯିବ । ଏଥିରେ ୪ଟି ଟନେଲ ରହିବ । କେନ୍ଦୁଝର ମା’ ତାରିଣୀଙ୍କ ମନ୍ଦିରର ବିକାଶ ଓ ଚାରିପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ୨୧୪ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି କାର୍ଯ୍ୟ ତୁରନ୍ତ ଆରମ୍ଭ କରି ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବଡବିଲ ରିଙ୍ଗ ରୋଡ, ଭୁବନେଶ୍ୱର ୟୁନିଟ-୨ ଅଞ୍ଚଳର ବିକାଶ ଓ ଅନ୍ୟାନ୍ୟ ପ୍ରକଳ୍ପ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।

ବୈଠକରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମନୋଜ କୁମାର ସାହୁ ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.